ETV Bharat / sukhibhava

ଗର୍ଭାବସ୍ଥାରେ ପାରାସିଟାମୋଲ ଖାଇବା ଉଚିତ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ - ପାରାସିଟାମୋଲ ଖାଇବା ଉଚିତ କି

ଗର୍ଭାବସ୍ଥାରେ ପାରାସିଟାମଲ୍ ଖାଇବା ଠିକ୍ କି ନୁହେଁ ? ଗର୍ଭାବସ୍ଥାରେ ପାରାସିଟାମୋଲର ବ୍ୟବହାର ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେଣୁ, ଡାକ୍ତରଙ୍କ ପରାମର୍ଶ ବିନା ପାରାସିଟାମୋଲ ବ୍ୟବହାର କରନ୍ତୁ ନାହିଁ। ଅଧିକ ପଢନ୍ତୁ,

ଗର୍ଭବତୀ ସମୟରେ ପାରାସିଟାମୋଲ ଖାଇବା ଉଚିତ କି? ଜାଣନ୍ତୁ କଣ କହିଛନ୍ତି ଏକ୍ସପର୍ଟ

author img

By

Published : Jul 21, 2023, 3:27 PM IST

ହାଇଦ୍ରାବାଦ: ଯେତେବେଳେ କାହାକୁ ଜ୍ୱର, ମୁଣ୍ଡବିନ୍ଧା ବା ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ସମୟରେ ଉପଶମ ପାଇଁ ଆମେ ପ୍ରାୟତଃ କ୍ରୋସିନ୍, ପାରାସିଟାମଲ୍, ଡୋଲୋ, ସୁମୋ, କେଲପୋଲ୍ ଔଷଧ ବ୍ୟବହାର କରୁ । କିନ୍ତୁ ଏହି ଔଷଧର ଅତ୍ୟଧିକ ବ୍ୟବହାର ଶରୀର ପାଇଁ ସମସ୍ୟା ବି ଆଣିପାରେ । ଅନୁସନ୍ଧାନ ଅନୁଯାୟୀ, ଗର୍ଭାବସ୍ଥାରେ ପାରାସିଟାମୋଲ ବ୍ୟବହାର ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଗର୍ଭବତୀମାନେ ପାରାସିଟାମୋଲ ଗ୍ରହଣ କରିବା ଉଚିତ୍ ନୁହେଁ । ଗର୍ଭାବସ୍ଥାରେ ପାରାସିଟାମୋଲ ଗ୍ରହଣ କରିବା ପେଟରେ ଗର୍ଭସ୍ଥ ଶିଶୁର ବିକାଶରେ ଅସ୍ୱାଭାବିକତା ସୃଷ୍ଟି କରିପାରେ ।

ଏକ ରିପୋର୍ଟ ଅନୁଯାୟୀ, ପାରାସିଟୋମୋଲର ବ୍ୟବାହାର ହେତୁ ଏହା ଶିଶୁର ବିକାଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହାର ପ୍ରଭାବରେ ଶିଶୁର ମସ୍ତିଷ୍କ ସମ୍ବନ୍ଧୀୟ ନ୍ୟୁରୋ ଡେଭେଲପମେଣ୍ଟ, ପ୍ରଜନନ ଏବଂ ୟୁରୋଲୋଜିକାଲ୍ ଡିସଅର୍ଡର ସୃଷ୍ଟି ହୋଇପାରେ । ଅନୁସନ୍ଧାନରେ ଏହା କୁହାଯାଇଛି ଯେ ଗର୍ଭବତୀମାନେ ଗର୍ଭଧାରଣ ଆରମ୍ଭରେ ସତର୍କ ହେବା ଉଚିତ୍ । ଏହି ସମୟରେ ପାରାସିଟାମୋଲ ବ୍ୟବହାର କରିବା ବନ୍ଦ କରିବା ଉଚିତ୍। ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ ବ୍ୟବହାର କରନ୍ତୁ ନାହିଁ । ଏହାର ଆବଶ୍ୟକ ହେଲେ ମଧ୍ୟ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍ ।

ଅଧ୍ୟୟନରେ ଅନେକ ଗବେଷଣାକୁ ଦର୍ଶାଇ ଏହା କୁହାଯାଇଛି ଯେ ଗର୍ଭାବସ୍ଥାରେ ପାରାସିଟାମୋଲ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କଠାରେ ସ୍ନାୟୁଗତ ରୋଗ ହୋଇଥାଏ । ଏହି ଅନୁସନ୍ଧାନ ପୂର୍ବରୁ ଅଟିଜିମ୍, ବାଳିକାମାନଙ୍କରେ ଭାଷା ସମସ୍ୟା ଏବଂ IQ ହ୍ରାସ ହୋଇଥାଏ । ରିପୋର୍ଟ ଅନୁଯାୟୀ, ଗର୍ଭାବସ୍ଥାରେ ଅଧିକ ପାରାସିଟାମୋଲ ବ୍ୟବହାର ଆପଣଙ୍କ ଗର୍ଭସ୍ଥ ଶିଶୁ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହାଦ୍ବାରା ଶିଶୁର ଟେନସନ ଡେଫିସିଟି ହାଇପରାକ୍ଟିଭିଟି ଡିସଅର୍ଡର ହୋଇପାରେ । ପାରାସିଟାମୋଲର ପାର୍ଶ୍ୱ ପ୍ରତିକ୍ରିୟାକୁ ଦେଖି ଗବେଷକମାନେ ମହିଳାମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯେଉଁମାନେ ମାଆ ହେବାକୁ ଯାଉଛନ୍ତି, କେବଳ ଜଟିଳ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶରେ ଏହା ବ୍ୟବହାର କରନ୍ତୁ।

ଏହା ମଧ୍ୟ ପଢନ୍ତୁ: ଗର୍ଭବତୀ ମହିଳାମାନେ ଆମ୍ବ ଖାଇପାରିବେ କି ? କଣ କହୁଛନ୍ତି ଏକ୍ସପର୍ଟ

ରିପୋର୍ଟ ଅନୁଯାୟୀ, ମଣିଷ ଏବଂ ପଶୁମାନଙ୍କ ଉପରେ ପାରାସିଟାମୋଲର ପ୍ରଭାବ ନେଇ ୟୁନିଭର୍ସିଟି ଅଫ୍‌ କୋପେନହେଗେନର ଡକ୍ଟର କେଭିନ୍ କ୍ରିଷ୍ଟେନସେନଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଛି । ଏଥିରେ, 1995ରୁ 2020 ପର୍ଯ୍ୟନ୍ତ ତଥ୍ୟ ଉପରେ ଆଧାର କରି ଏହା ତଥ୍ୟ ମିଳିଥିଲା ଯେ ଗର୍ଭାବସ୍ଥାରେ ପାରାସିଟାମୋଲର ବ୍ୟବହାର ପିଲାମାନଙ୍କର ମାନସିକ ଦକ୍ଷତା ଉପରେ ପ୍ରଭାବ ପକାଇଥାଏ ଏବଂ ସେମାନଙ୍କର ଶିକ୍ଷିବା କ୍ଷମତା ଉପରେ ପ୍ରଭାବ ପକାଇଥାଏ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପାରାସିଟାମୋଲର ବ୍ୟବହାର ଶିଶୁର ପ୍ରଜନନ ଏବଂ ୟୁରୋଜେନିଟାଲ୍ ଡିସଅର୍ଡର ସୃଷ୍ଟି କରିପାରେ । କେତେକ କ୍ଷେତ୍ରରେ, ଟେଷ୍ଟିକୁଲାର କର୍କଟ ହେବାର ଆଶଙ୍କା ମଧ୍ୟ ଥାଏ ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ)।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.