ETV Bharat / sukhibhava

ଉଚ୍ଚ ରକ୍ତଚାପ ବା ହାଇପରଟେନସନ ଗର୍ଭବତୀଙ୍କ ପାଇଁ ଚିନ୍ତାଜନକ କି ?

author img

By

Published : Sep 9, 2020, 10:21 PM IST

ହାଇପରଟେନସନ୍ ସାରା ବିଶ୍ୱରେ ୨ରୁ ୧୦ ପ୍ରତିଶତ ଗର୍ଭବତୀ ମହିଳାମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଗର୍ଭବତୀ ଥିଲା ବେଳେ ପେଟରେ ଥିବା ଛୁଆ ସୁରକ୍ଷା ଚିନ୍ତା ସର୍ବଦା ମହିଳାମାନଙ୍କୁ ଘାରିଥାଏ । ତେଣୁ ମହିଳାମାନେ ଗର୍ଭବତୀ ଥିଲା ବେଳେ ହାଇପର୍ ଟେନସନରେ ପୀଡିତ ହୋଇଥାନ୍ତି । ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ପୂର୍ବା ସାହାକାରୀ ଏହି ସମସ୍ୟା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଉଚ୍ଚ ରକ୍ତଚାପ ବା ହାଇପରଟେନସନ ଗର୍ଭବତୀଙ୍କ ପାଇଁ ଚିନ୍ତାଜନକ କି ?
ଉଚ୍ଚ ରକ୍ତଚାପ ବା ହାଇପରଟେନସନ ଗର୍ଭବତୀଙ୍କ ପାଇଁ ଚିନ୍ତାଜନକ କି ?

ହାଇଦ୍ରାବାଦ: ହାଇପରଟେନସନ୍ ସାରା ବିଶ୍ୱରେ ୨ରୁ ୧୦ ପ୍ରତିଶତ ଗର୍ଭବତୀ ମହିଳାମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଗର୍ଭବତୀ ଥିଲା ବେଳେ ପେଟରେ ଥିବା ଛୁଆ ସୁରକ୍ଷା ଚିନ୍ତା ସର୍ବଦା ମହିଳାମାନଙ୍କୁ ଘାରିଥାଏ । ତେଣୁ ମହିଳାମାନେ ଗର୍ଭବତୀ ଥିଲା ବେଳେ ହାଇପର୍ ଟେନସନରେ ପୀଡିତ ହୋଇଥାନ୍ତି । ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ପୂର୍ବା ସାହାକାରୀ ଏହି ସମସ୍ୟା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଗର୍ଭଧାରଣ ବେଳେ ଯେକୌଣସି ଭାବେ ବି ହାଇପରଟେନସନ ହୋଇପାରେ...

୧.ଗର୍ଭଧାରଣ ପୂର୍ବରୁ ବା ପ୍ରେଗନାନସୀ ଜେଷ୍ଟେସନର ୨୦ ସପ୍ତାହ ପୂର୍ବରୁ ଯଦି ମହିଳାଙ୍କ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ ।

୨. ଯଦି ପ୍ରେଗନାନସୀ ଜେଷ୍ଟେସନର ୨୦ ସପ୍ତାହ ପରେ ଗର୍ଭବତୀ ମହିଳା ଉଚ୍ଚ ରକ୍ତଚାପର ସମ୍ମୁଖୀନ ହୁଅନ୍ତି ଓ ତାଙ୍କ ପରିସ୍ରା ପରୀକ୍ଷାରେ ଯଦି ପ୍ରୋଟିନର ଉପସ୍ଥିତି ଜଣାପଡେ ।

୩. ପ୍ରେଗନାନସୀ ଜେଷ୍ଟେସନର ୨୦ ସପ୍ତାହ ପରେ ଯଦି ଗର୍ଭବତୀ ହାଇପରଟେନସନର ସମ୍ମୁଖୀନ ହୁଅନ୍ତି ଓ ପରିସ୍ରା ପରୀକ୍ଷାରେ ପ୍ରୋଟିନର ଉପସ୍ଥିତି ନ ଥାଏ ।

୪. ମିଳିତ ଭାବେ ପ୍ରଥମ ଓ ଦ୍ୱିତୀୟ ପରିସ୍ଥିତି କ୍ଷେତ୍ରରେ ।

ପ୍ରେଗନାନସୀ ଚେକ୍ ବେଳେ ହାଇପରଟେନସନର ଚିହ୍ନଟ ହୋଇଥାଏ । ୬ ଘଂଟା ବ୍ୟବଧାନରେ ଯେତେବେଳେ ରକ୍ତଚାପ ୧୪୦/୯୦ ଏଚଜିକୁ ଚାଲିଯାଏ, ସେତେବେଳେ ଗର୍ଭବତୀ ହାଇପରଟେନସନରେ ଅଛନ୍ତି ବୋଲି ଜଣାପଡେ । ଏହାଛଡା ପରିସ୍ରାରେ ପ୍ରୋଟିନ୍‌ର ଉପସ୍ଥିତିରୁ ହାଇପରଟେନସନର ପ୍ରକାର ଭେଦ ଜଣାପଡେ ।

କାହା ପାଇଁ ଥାଏ ବିପଦ ?

*ପ୍ରଥମ ଥର ଗର୍ଭବତୀ ହୋଇଥିବା ମହିଳା

* ଯଦି ମହିଳାଙ୍କ ବୟସ ୪୦ରୁ ଅଧିକ ହୋଇଥିବ

*ଗର୍ଭଧାରଣ ପୂର୍ବରୁ ଯଦି ମହିଳାଙ୍କ ଉଚ୍ଚ ରକ୍ତଚାପ ଥାଏ

*ଗର୍ଭଧାରଣ ପୂର୍ବରୁ ମହିଳା ଯଦି ଡାଇବେଟିସ, ଉଚ୍ଚ ରକ୍ତଚାପ, ଅଟୋଇମ୍ୟୁନୋ ଡିଜଅର୍ଡରରେ ପୀଡିତ ଥିବେ ବା ସେ ଧୂମପାନ କରୁଥିବେ ବା ତାଙ୍କର କିଡନୀ ରୋଗ ଥିବ, ତାହା ହେଲେ ତାଙ୍କ ପ୍ରତି ହାଇପରଟେନସନ ବିପଦଜନକ ହୋଇପାରେ ।

*ଟ୍ୱିନୋର ମଲଟିପଲ୍ ପ୍ରେଗନାନସୀ ଗର୍ଭବତୀ ମହିଳାଙ୍କଠାରେ ଉଚ୍ଚ ରକ୍ତଚାପର ଚିହ୍ନଟ ଗୋଡହାତ ଓ ମୁହଁ ଯଦି ଫୁଲିଯାଏ, ତାହା ହେଲେ ଜାଣିବେ ଯେ, ମହିଳାଙ୍କ ଉଚ୍ଚ ରକ୍ତଚାପ ରହିଛି । ମୁଣ୍ଡବ୍ୟଥା, ଅନ୍ଧାର ଅନ୍ଧାର ଲାଗିବା, ଆଖିକୁ ଭଲ ଦେଖା ନ ଯିବା, ତଳିପେଟ ଯନ୍ତ୍ରଣା ଓ ବାନ୍ତି ଭଳି ଲକ୍ଷଣ ଦେଖାଦେଲେ ସଂପୃକ୍ତ ଗର୍ଭବତୀ ଉଚ୍ଚ ରକ୍ତଚାପରେ ପୀଡିତ ବୋଲି ଜାଣିବା ।

ମାଆ ଓ ଗର୍ଭସ୍ଥ ଛୁଆ ଉପରେ ପ୍ରଭାବ

ଉଚ୍ଚ ରକ୍ତଚାପ ଯୋଗୁଁ ମାଆଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଲେ ତାକୁ ହସପିଟାଲରେ ଭର୍ତ୍ତି କରିବା ଦରକାର । ବେଳେ ବେଳେ ଇମର୍ଜେନସୀ ବେଳେ ମହିଳା ଜଣକ ମୂର୍ଚ୍ଛା ଯାଇପାରନ୍ତି । ହାଇପରଟେନସନର ପ୍ରଭାବ ଯକୃତ, କ୍ଲଟିଂ ମେକାନିଜିମ୍ ଉପରେ ପଡିବା ସହ ଏହା ଦ୍ୱାରା ବ୍ରେନ ହାମରେଜ୍ ଓ ଷ୍ଟ୍ରୋକ୍ ବି ହୋଇଥାଏ । ଗର୍ଭସ୍ଥ ଛୁଆ ଉପରେ ବି ହାଇପରଟେନସନର ପ୍ରଭାବ ପଡିଥାଏ । ତାହାର ଅଭିବୃଦ୍ଧି ଭଲ ହୁଏ ନାହିଁ । ଅବିକଶିତ ଅବସ୍ଥାରେ ଜନ୍ମ ନେଇଥାଏ ଛୁଆ । ଖୁବ୍ କମ ଓଜନ ନେଇ ଛୁଆ ଜନ୍ମ ନିଏ । ବେଳେ ବେଳେ ଭ୍ରୁଣ ମରିଯାଇଥାଏ ।

ହାଇପରଟେନସନରେ ପୀଡିତ ଗର୍ଭବତୀ ମହିଳାମାନଙ୍କ ବିଶେଷ ଯତ୍ନ ସହ ଉପଯୁକ୍ତ ଚିକିତ୍ସା ବି ଜରୁରୀ । ଏଭଳି ମହିଳାମାନେ ବାରମ୍ବାର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥାନ୍ତି । ସେମାନଙ୍କର ରକ୍ତ ସଂପର୍କିତ ବିଭିନ୍ନ ପରୀକ୍ଷା କରାଇବାକୁ ପଡିଥାଏ । ଏ ଧରଣର ମହିଳାମାନଙ୍କ ପାଇଁ ଭଲ ନିଦ, ବିଶ୍ରାମ, ଧ୍ୟାନ, ଯୋଗ ଜରୁରୀ ହୋଇଥାଏ । ଅତି ଆବଶ୍ୟକ ହେଲେ ହିଁ ଔଷଧୀୟ ଚିକିତ୍ସା କରିବା ଦରକାର ।

ସ୍ୱାଭାବିକ ନା ସିଜାରିଆନ୍ ଡେଲିଭରି ?

ମହିଳାଙ୍କ ସ୍ଥିତି ଦେଖି ଡାକ୍ତର ସ୍ୱାଭାବିକ ବା ସିଜାରିଆନ୍ ଡେଲିଭରି ଉପରେ ନିଷ୍ପତି ନିଅନ୍ତି । କିଛି ନିର୍ଦ୍ଦିଷ୍ଟ ଜଟିଳ ମାମଲାରେ ମହିଳାମାନେ ସିଜାରିଆନ୍ ଡେଲିଭରି କରାଯାଏ । ପ୍ରସବ ପରେ ରକ୍ତଚାପ ସ୍ଥିର ରହେ କି ? ଅନେକ ମାମଲାରେ ପ୍ରସବ ପରେ ରକ୍ତଚାପ ସ୍ଥିର ରହିଥିବା ଦେଖାଯାଇଛି । ତେବେ ଡେଲିଭରି ପରେ ମଧ୍ୟ କିଛି ମହିଳାଙ୍କୁ ଔଷଧୀୟ ଚିକିତ୍ସା ଦରକାର ପଡିଥାଏ । ମହିଳାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏହା ନିର୍ଭର କରେ । ତେବେ ଉପଯୁକ୍ତ ସ୍ୱାସ୍ଥ୍ୟକର ଜୀବନଶୈଳୀ ସହ ସଠିକ ଖାଦ୍ୟପେୟ ଦ୍ୱାରା ହାଇପରଟେନସନ ବା ଉଚ୍ଚ ରକ୍ତଚାପ ହ୍ରାସ କରିହେବ । ଗର୍ଭବତୀ ମହିଳାମାନେ ନିୟମିତ ଚେକଆପ୍ କରିବା ସହ ମାନସିକ ଭାବେ ବି ଦୃଢ ରହିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.