ETV Bharat / sukhibhava

World Heart Day 2023: ECGରୁ ହାର୍ଟଆଟାକ ଜାଣିହୁଏ କି ? କଣ କୁହନ୍ତି ବିଶେଷଜ୍ଞ

author img

By ETV Bharat Odisha Team

Published : Sep 29, 2023, 12:01 PM IST

ଆଜି ସାରା ବିଶ୍ବରେ ହୃଦୟ ଦିବସ ପାଳନ କରାଯାଉଛି । ଜାଣନ୍ତୁ ଇସିଜି ଦ୍ବାରା ହାର୍ଟ ଆଟାକକୁ ରୋକି ହେବ କି ?

an an ecg detect a heart attack
World Heart Day 2023

ହାଇଦ୍ରାବାଦ: ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ଅସମାନ୍ୟତା ଯୋଗୁଁ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ ସହ ଲୋକେ ହୃଦଘାତର ଶିକାର ହୁଅନ୍ତି । ଏଥପାଇଁ ସଚେତନତା ଜରୁରୀ । ସଚେତନତା ଅବଲମ୍ବନ କଲେ ହୃଦଘାତର ଆଶଙ୍କାକୁ ହ୍ରାସ କରାଯାଇପାରିବ । ତେବେ ହୃଦଘାତର ପୂର୍ବରୁ ସୂଚନା ପାଇବା ପାଇଁ କେଉଁ ଟେଷ୍ଟ କରିବା ଜରୁରୀ ବୋଲି ସମସ୍ତଙ୍କର ମନରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୋଇଥାଏ । ଅନେକ ଭାବନ୍ତି ଯେ ଇସିଜି କରିବା ଦ୍ବାରା ହୃଦୟ ବିଷୟରେ ସବିଶେଷ ସୂଚନା ମିଳିପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଇଲେକ୍ଟ୍ରୋକାର୍ଡିଓଗ୍ରାମ(ECG) ହୃଦଘାତ ଚିହ୍ନଟ କରିବା ପାଇଁ ପରୀକ୍ଷା ନୁହେଁ କିନ୍ତୁ ହୃଦୟ ସମ୍ବନ୍ଧୀୟ ସୂଚନା ମିଳିପାରେ ।

ECG କଣ ? ହେଉଛି ଏକ ନନ ଇମ୍ବେସିବ ଟେଷ୍ଟ ଯାହା ହୃଦ ସ୍ପନ୍ଦନକୁ ମାପିଥାଏ । ଏଥିରେ ଛାତି, ବାହୁ ଏବଂ ଗୋଡରେ ଇଲେକ୍ଟ୍ରୋଡ ଲଗାଯାଇଥାଏ । ଯାହାକି ଏକ ମେସିନ ସହ ସଂଯୁକ୍ତ ହୋଇଥାଏ । ଏହି ମେସିନ ହୃଦସ୍ପନ୍ଦନକୁ ରେକର୍ଡ କରିଥାଏ । ECG ଟ୍ରେସିଂରେ ହୃଦସ୍ପନ୍ଦନ, ହାର୍ଟବିଟ ଏବଂ ହୃଦୟର କାର୍ଯ୍ୟ ଠିକ ଭାବେ ହେଉଛି କି ନାହିଁ ତାହା ଜଣାପଡିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନଙ୍କର ରକ୍ତଚାପ ଅଧିକ ରହିଥାଏ ସେମାନେ ଇସିଜି କରିବା ଜରୁରୀ ଅଟେ ।

ECG ଦ୍ବାରା କେଉଁ ବିଷୟରେ ସୂଚନା ମିଳେ: ପ୍ରଥମତଃ ଇସିଜି ଦ୍ବାରା ହୃଦସ୍ପନ୍ଦନ ବିଷୟରେ ସୂଚନା ମିଳିଥାଏ । ଏହା ଦ୍ବାରା ହୃଦଘାତ ପୂର୍ବରୁ ଜଣେ ବ୍ୟକ୍ତିକୁ ବଞ୍ଚାଯାଇ ପାରିବ । ଏହାସହିତ ଧମନୀରେ ବ୍ଲକେଜ ମଧ୍ଯ ଜାଣିହୁଏ । ଯାହା ଦ୍ବାରା ଭବିଷ୍ୟତରେ ଆସିବାକୁ ଥିବା ରୋଗରୁ ରକ୍ଷା କରାଯାଇପାରିବ।

ଏହା ମଧ୍ୟ ପଢନ୍ତୁ: ପୁରୁଷ-ମହିଳାଙ୍କୁ ଭିନ୍ନ ଉପାୟରେ ପ୍ରଭାବିତ କରିଥାଏ ହୃଦୟ ରୋଗ, ଜାଣନ୍ତୁ ଅନ୍ତର

ହାର୍ଟ ରେଟ:

  • ହୃଦସ୍ପନ୍ଦନ ସହିତ ହାର୍ଟ ଫଙ୍କ୍ସନର ସ୍ଥିତି
  • ହୃଦୟକୁ ସଠିକ ଭାବେ ଅମ୍ଳଜାନ ଯୋଗାଣ ହେଉଛି କି ନାହିଁ ସେ ବିଷୟରେ ତଥ୍ୟ ମିଳିଥାଏ
  • ହୃଦୟକ ଗଠନ ଏବଂ ଆକାରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଜଣାପଡିଥାଏ। ଇସିଜି ଦ୍ବାରା ଏହା ଜଣାପଡିଥାଏ।
  • କହିବାକୁ ଗଲେ ହାର୍ଟ ଏକ ପ୍ରକାର ବ୍ଲଡ ପମ୍ପ ଅଟେ । ଯଦି ଏଥିରେ କୌଣସି ପ୍ରକାରର ବ୍ଲକେଜ ଆସେ ତାହାଲେ ହାର୍ଟ ଆଟାକ ହେବାର ସମ୍ଭାବନା ଅଧିକ ରହିଥାଏ ।

ଇସିଜି କରିବା ଜରୁରୀ କି?: ECG କମ ବ୍ୟୟବହୁଳ, ସହଜରେ ହୋଇପାରୁଥିବା ଟେଷ୍ଟ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଏହି ଟେଷ୍ଟଟି ପ୍ରାୟତଃ କରାଯାଇଥାଏ । ଏହି ଟେଷ୍ଟ କୌଣସି ସାଧାରଣ ଲୋକ ମଧ୍ୟ କରିପାରିବେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କିଛି ମାସ ବ୍ୟବଧାନରେ ପ୍ରତ୍ୟେକ ବ୍ୟକ୍ତି ଏହି ଟେଷ୍ଟ କରିବା ଜରୁରୀ ଅଟେ । ଯଦି କୌଣସି ବ୍ୟକ୍ତିକୁ ଶ୍ବାସ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଯାଉଛି, ତାହାଲେ ପ୍ରଥମେ ଇସିଜି କରିବା ପାଇଁ ପରାମର୍ଶ ଦିଆଯାଇଥାଏ। ଛାତିରେ ଯନ୍ତ୍ରଣା, ବିଚଳିତ ହେବା, ଅତ୍ୟଧିକ ଝାଳ ବାହାରିବା, ହୃଦସ୍ପନ୍ଦନ ଅଧିକ ହେଲେ ଇସିଜି କରିପାରିବେ। ହୃଦୟ ସମ୍ବନ୍ଧୀତ ରୋଗରେ ଆକ୍ରାନ୍ତ ହେବା ପରେ କିଛି ମାସର ବ୍ୟବଧାନରେ ଇସିଜି କରିବା ନିହାତି ଜରୁରୀ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.