ETV Bharat / sukhibhava

ଗର୍ଭଧାରଣର ସଠିକ୍ ବୟସ କେତେ, ଜାଣନ୍ତୁ ପ୍ରଜନନ କ୍ଷମତା ଉପରେ କଣ ରହିଛି ବୟସର ପ୍ରଭାବ - ପିଲାଜନ୍ମ ପାଇଁ କେଉଁ ବୟସ ଉପଯୁକ୍ତ

ବିବାହ ଓ ପିଲାଜନ୍ମ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସସୀମାକୁ ନେଇ ଅଧିକାଂଶ ସମୟରେ ଏକ ବିତର୍କ ହୁଏ । ବାସ୍ତବରେ କେଉଁ ବୟସ ଏଥିପାଇଁ ଉପଯୁକ୍ତ ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବ ନିଶ୍ଚୟ । ତେବେ ଦ୍ବନ୍ଦ୍ବ ଦୂର କରିବା ପାଇଁ ପଢନ୍ତୁ ଏହି ରିପୋର୍ଟ

a doctor discuss with couple
a doctor discuss with couple
author img

By

Published : Feb 5, 2023, 7:58 AM IST

ହାଇଦ୍ରାବାଦ: ଆମେ ପ୍ରାୟତଃ ଶୁଣିଥାନ୍ତି ଯେ, ସନ୍ତାନ ପ୍ରସବ କରିବାରେ ସମସ୍ୟା ନହେବା ପାଇଁ ପୁରୁଷ ଏବଂ ମହିଳାମାନେ କମ୍ ବୟସରେ ବିବାହ କରିବା ଉଚିତ୍ । ବିବାହ ପାଇଁ ସଠିକ୍ ବୟସ ଏକ ବିତର୍କଯୋଗ୍ୟ ବିଷୟ । କେତେକ ବିଶ୍ୱାସ କରନ୍ତି, ବିବାହ ପାଇଁ 20 ବର୍ଷ ସଠିକ୍ ବୟସ ହୋଇଥିବାବେଳେ ଆଉ କେତେକ ଦାବି କରନ୍ତି 30 ବର୍ଷ ଏଥିପାଇଁ ଉପଯୁକ୍ତ । ବିବାହ ସାଙ୍ଗକୁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସ ଥାଏ ବୋଲି ମଧ୍ୟ ବିବେଚନା କରାଯାଏ । ତେବେ ବାସ୍ତବରେ କେଉଁ ବୟସ ପିଲା ଜନ୍ମ ପାଇଁ ଉପଯୁକ୍ତ ଏ ପ୍ରଶ୍ନ ଅନେକଙ୍କ ମନରେ ସୃଷ୍ଟି ହୋଇଥିବ ନିଶ୍ଚୟ । ଏନେଇ ଅନୁସନ୍ଧାନ ଏବଂ ବିଶେଷଜ୍ଞମାନେ କଣ କୁହନ୍ତି, ଜାଣନ୍ତୁ...

ମେଡିକାଲ୍ ନ୍ୟୁଜ୍ ଟୁଡେ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସନ୍ତାନ ଜନ୍ମ କରିବାର କୌଣସି ସଠିକ୍ ବୟସ ନାହିଁ । ସାଧାରଣତଃ, ମହିଳାମାନେ ଯୁବାବସ୍ଥାରୁ ମେନୋପୋଜ(ଋତୁସ୍ରାବ ବନ୍ଦ ହେବା) ପର୍ଯ୍ୟନ୍ତ ସନ୍ତାନ ଜନ୍ମ କରିପାରିବେ । ଅନ୍ୟପଟେ, ପୁରୁଷମାନଙ୍କର 60 କିମ୍ବା 70 ବର୍ଷ ପର୍ଯ୍ୟନ୍ତ ପ୍ରଜନନ କ୍ଷମତା ଥାଏ । ଆମେରିକାନ୍ ସୋସାଇଟି ଫର୍ ରିପ୍ରଡକ୍ଟିଭ୍ ମେଡିସିନର ଏକ ରିପୋର୍ଟ ଅନୁସାରେ, ମହିଳାମାନେ 30 ବର୍ଷ ପୂର୍ବରୁ ପ୍ରଜନନରେ ସାମାନ୍ୟ ହ୍ରାସ ଅନୁଭବ କରନ୍ତି । 35 ରୁ 45 ବର୍ଷ ବୟସ ମଧ୍ୟରେ ପ୍ରଜନନ ଯଥେଷ୍ଟ କମିଯାଏ ।

ଏହା ମଧ୍ୟ ପଢନ୍ତୁ:- ଭଲ ଖବର: ଷ୍ଟ୍ରୋକ୍ ଲକ୍ଷଣ ଚିହ୍ନଟ କରିବାରେ ସହାୟକ ହେବ ସ୍ମାର୍ଟଫୋନ୍ ଆପ୍ଲିକେସନ୍

ରିପୋର୍ଟରେ କୁହାଯାଇଛି ଯେ, ଜଣେ ସୁସ୍ଥ 30 ବର୍ଷ ବୟସ୍କା ମହିଳାଙ୍କର ପ୍ରତି ମାସରେ ଗର୍ଭଧାରଣର ସମ୍ଭାବନା ପ୍ରାୟ 20 ପ୍ରତିଶତ ଥାଏ । 40 ବର୍ଷ ବୟସ ପର୍ଯ୍ୟନ୍ତ, ଏହି ସଂଖ୍ୟା ଚକ୍ର 5 ପ୍ରତିଶତରୁ କମ୍ ହୋଇଯାଏ । ପୁରୁଷ ପ୍ରଜନନ ଉପରେ କୌଣସି ସ୍ଥିର ବୟସ ସମ୍ବନ୍ଧୀୟ ସୀମା ନାହିଁ । ତଥାପି, ପୁରୁଷଙ୍କ ବୟସ ଅନୁସାରେ ଶୁକ୍ରାଣୁର ଗୁଣରେ ସାମାନ୍ୟ ହ୍ରାସ ଘଟିଥାଏ ।

ଜଣେ ବ୍ୟକ୍ତିର ଗର୍ଭଧାରଣ କରିବାର କ୍ଷମତା କେବଳ ବୟସ ଉପରେ ନିର୍ଭରଶୀଳ ନୁହେଁ । ଯୁକ୍ତରାଷ୍ଟ୍ରର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ(HHS) ଅନୁଯାୟୀ, ଆମେରିକାରେ 12-13 ପ୍ରତିଶତ ଦମ୍ପତି ବୟସ ନିର୍ବିଶେଷରେ ଗର୍ଭଧାରଣରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ମହିଳାମାନଙ୍କର ପ୍ରଜନନ ସମସ୍ୟା ହେତୁ ପ୍ରାୟ ଏକ ତୃତୀୟାଂଶ ବନ୍ଧ୍ୟାକରଣ ମାମଲା ସାମ୍ନାକୁ ଆସେ । ସେହିପରି ଏକ ତୃତୀୟାଂଶ ପୁରୁଷଙ୍କ ପ୍ରଜନନ ସମସ୍ୟା କାରଣରୁ ମଧ୍ୟ ହୋଇଥାଏ । ଅନ୍ୟ କେତେକ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ତୃଟି ପରିଲିକ୍ଷିତ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.