ETV Bharat / sukhibhava

ଇନ୍‌ଡାଇଜେସନ୍‌ ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ସରଳ ଉପାୟ

author img

By

Published : Mar 2, 2023, 9:32 AM IST

ହଜମ ପ୍ରକ୍ରିୟା ସଠିକ୍ ନହେବା ଦ୍ବାରା ପେଟ ଜନିତ ନାନା ସମସ୍ୟା ଦେଖାଯାଏ । ଏହାକୁ ଏଡାଇବା ପାଇଁ କେଉଁ ଖାଦ୍ୟ ସହଜରେ ହଜମ ହୋଇଥାଏ ଏବଂ ହୋଇନଥାଏ, ଜାଣନ୍ତୁ

indigestion
indigestion

ହାଇଦ୍ରାବାଦ: ଆମର ବ୍ୟସ୍ତବହୁଳ ଜୀବନଶୈଳୀ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଖାଦ୍ୟ ଗ୍ରହଣରେ ଅନିୟମିତତା ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ ସିଧାସଳଖ ଆମ ପାକସ୍ଥଳୀ ଉପରେ ପ୍ରଭାବ ପକାଉଛି । ଫଳରେ ହଜମ ପ୍ରକ୍ରିୟା ଠିକ୍‌ରେ ହୋଇପାରୁ ନାହିଁ । ଏହି କାରଣରୁ ପେଟ ଯନ୍ତ୍ରଣା ସମସ୍ୟା ଅନେକ ସମୟରେ ଅସୁବିଧାଜନକ ହୋଇଥାଏ । ଯଦିଓ ଏହା ପଛରେ ଅନେକ କାରଣ ଅଛି, କିନ୍ତୁ ବାହାରେ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍ ଏବଂ ଖରାପ ଜୀବନଶୈଳୀ ହେଉଛି କେତେକ ମୁଖ୍ୟ କାରଣ ।

ପ୍ରକୃତରେ, ଖାଦ୍ୟରେ ଅସାବଧାନତା ଏବଂ ନିତ୍ୟ ବ୍ୟବହାର୍ଯ୍ୟର ଭୁଲ ଅଭ୍ୟାସ ହେତୁ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ ଏବଂ ଏହା ପେଟ ଏବଂ ଗ୍ୟାସ୍ ସମସ୍ୟା ସୃଷ୍ଟି କରେ । ତେଣୁ ହଜମ ପ୍ରକ୍ରିୟାକୁ ଉତ୍ତମ କରିବାକୁ ଚାହୁଁଥିଲେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ । ଏହା ସହିତ, କେଉଁ ଖାଦ୍ୟ ସହଜରେ ହଜମ ହୋଇଥାଏ ଏବଂ ହୋଇନଥାଏ, ଜାଣନ୍ତୁ

ହଜମ ପାଇଁ ସର୍ବୋତ୍ତମ ଖାଦ୍ୟ

ଫର୍ମେଟେଡ୍ ଫୁଡ: ଦହି, ଇଡଲି, ଏବଂ ପନିର ପରି ଖାଦ୍ୟ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହି ଖାଦ୍ୟ ପଦାର୍ଥଗୁଡ଼ିକରେ ପ୍ରୋବାୟୋଟିକ୍ ଥାଏ, ଯାହା କ୍ଷତିକାରକ ଜୀବାଣୁରୁ ଅନ୍ତଃସ୍ୱାସ୍ଥ୍ୟକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଫେଣ୍ଟେଡ୍ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ଏବଂ ପେଟ ଫୁଲିବା ଭଳି ସମସ୍ୟା ଦୂର ହୋଇଥାଏ ।

ଶସ୍ୟଜାତୀୟ ଖାଦ୍ୟ: ଗହମ, ଓଟସ୍, ବାର୍ଲି, ବାଦାମୀ ଚାଉଳ ଏବଂ ପପକର୍ଣ୍ଣ ଭଳି ଶସ୍ୟଜାତୀୟ ଖାଦ୍ୟ ହଜମ ପାଇଁ ସର୍ବୋତ୍ତମ । ଏଥିରେ ପ୍ରୋବାୟୋଟିକ୍ସ ମଧ୍ୟ ଥାଏ । ଏସବୁ ଖାଦ୍ୟ ଖାଇବା ଦ୍ବାରା ହଜମ ଜନିତ ସମସ୍ୟା ଦୂର ହୋଇଥାଏ ।

ଫଳ: ଫଳଗୁଡ଼ିକ ପୋଷକ ତତ୍ତ୍ୱର ଭଣ୍ଡାର । ବିଶେଷକରି ଆପଲ୍, ନାସପାତି, କଦଳୀ ଏବଂ ଅମୃତଭଣ୍ଡା ପେଟ ପାଇଁ ବହୁତ ଭଲ । ଏହି ଫଳଗୁଡିକରେ ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ପରିମାଣରେ ଥାଏ, ଯାହା ହଜମ କରିବାରେ ସାହାଯ୍ୟ କରିଥାଏ ।

ଏହି ଖାଦ୍ୟ ହଜମ ପାଇଁ କ୍ଷତିକାରକ

ଭଜା ଖାଦ୍ୟ: ଅଧିକ ଭଜା ଖାଦ୍ୟ ଅନେକ ହଜମ ଜନିତ ସମସ୍ୟା ସୃଷ୍ଟି କରେ । ଏଥିରେ ଫାଇବର କମ୍ ଥାଏ । ନିୟମିତ ଭାବରେ ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଅନ୍ତନଳୀ ସମସ୍ୟା ହୋଇପାରେ ।

ପ୍ରକ୍ରିୟାକୃତ ଖାଦ୍ୟ: ପ୍ରକ୍ରିୟାକୃତ ଖାଦ୍ୟରେ ଫାଇବରର ପରିମାଣ କମ୍ ଏବଂ ଶର୍କରା ଅଧିକ ଥାଏ । ଏହି କାରଣରୁ କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ହଜମ ଜନିତ ସମସ୍ୟା ହୋଇପାରେ ।

କୃତ୍ରିମ ମିଠା: ବଜାରରେ ଅନେକ କୃତ୍ରିମ ମିଠା(ସୁଗାର୍ ଫ୍ରି ଖାଦ୍ୟ) ମିଳେ ଯାହା ମଧୁମେହ ରୋଗୀଙ୍କ ପାଇଁ ସୁପାରିଶ କରାଯାଏ । ଏସବୁ ଖାଦ୍ୟ ହଜମ ପ୍ରକ୍ରିୟାରେ ବିଳମ୍ବ ହୋଇଥାଏ ।

ମଦ: ମଦ୍ୟପାନ ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ ଯେଉଁଥିପାଇଁ ଶରୀରରେ ଏସିଡ୍ ଉତ୍ପନ୍ନ ହୁଏ ନାହିଁ । ଯେତେବେଳେ ଶରୀରରେ ଏସିଡ୍ ଉତ୍ପନ୍ନ ହୁଏ ନାହିଁ, ସେତେବେଳେ ପେଟରେ ସମସ୍ୟା ଦେଖାଦେଇଥାଏ । କହି ରଖୁଛୁ ଯେ, ପାକସ୍ଥଳୀରେ ହଜମ ପାଇଁ ଏସିଡ୍ ଉତ୍ପନ୍ନ ଆବଶ୍ୟକ । ଯାହାକୁ ପାଚକ ରସ କୁହାଯାଏ । ଏହି ପାଚକ ରସ ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ମାତ୍ର ମଦ୍ୟପାନ କରିବା ଦ୍ବାରା ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ମ୍ୟପାନଠାରୁ ଦୂରେଇ ରୁହନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.