ETV Bharat / sukhibhava

ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଭୁଲରେ ବି କରନ୍ତୁନି ଏହି କାମ - ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି

ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କର କିଛି ବଦ୍‌ ଅଭ୍ୟାସ ଯୋଗୁଁ ଓଜନ ହ୍ରାସ ହେବା ପରିବର୍ତ୍ତେ ହୋଇପାରେ ବୃଦ୍ଧି । ଅଧିକ ପଢନ୍ତୁ

lose weight
lose weight
author img

By ETV Bharat Odisha Team

Published : Sep 7, 2023, 2:06 PM IST

ହାଇଦ୍ରାବାଦ: ଆଜିର ସମୟରେ ସମସ୍ତେ ସୁସ୍ଥ ରହିବା ସହିତ ଫିଟ ରହିବା ପାଇଁ ଚାହିଁଥାଆନ୍ତି । ପରିବର୍ତ୍ତିତ ଜୀବନଶୈଳୀ ଏବଂ ବ୍ୟସ୍ତବହୁଳ ଜୀବନ ଯୋଗୁଁ ଓଜନ ବୃଦ୍ଧି ପାଉଛି । କିନ୍ତୁ ଓଜନ କମାଇବା ପାଇଁ ବ୍ୟାୟାମ ସହିତ ଅନେକ ଜିମ ମଧ୍ୟ ଯାଇଥାଆନ୍ତି । ତେବେ ଏହି କ୍ଷେତ୍ରରେ ଆମର କିଛି ବଦ୍‌ ଅଭ୍ୟାସ ଶରୀର ଉପରେ କୁପ୍ରଭାବ ପକାଉଛି । ତେବେ ଜାଣନ୍ତୁ କେଉଁ ଖରାପ ଅଭ୍ୟାସ ଓଜନ କମାଇବାରେ ବ୍ୟାଘାତ ସୃଷ୍ଟି କରୁଛି ।

ଚା'ଏବଂ କଫି: ଅନେକ ଏଭଳି ଅଛନ୍ତି ଯେଉଁମାନଙ୍କର ସକାଳ ଚା ଏବଂ କଫିରୁ ଆରମ୍ଭ ହୋଇଥାଏ । ଯାହାକି ଶରୀରରେ ଜଳୀୟ ଅଂଶକୁ କମ କରିବାରେ ସାହାଯ୍ୟ କରିଥାଏ । ସକାଳୁ ଉଠୁ ଉଠୁ କଫି ପିଇବା ଦ୍ବାରା ଶରୀରରୁ ଜଳୀୟ ଅଂଶ ପରିସ୍ରା ଦ୍ବାରା ବାହାରକୁ ବାହାରିବାର ସମ୍ଭାବନା ଅଧିକ ରହିଥାଏ । ଫଳରେ ଡିହ୍ରାଇଡ୍ରେସନ ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ଦ୍ବାରା ମେଟାବୋଲିଜମ(ହଜମ ପ୍ରକ୍ରିୟା) ମଧ୍ୟ ଶୀଘ୍ର ହୋଇନଥା ଏ। ଫଳରେ ଓଜନ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଚାହା ଏବଂ କଫି ପିଇବା ବଦଳରେ ଗରମ ପାଣି ପିଇବା ଉଚିତ। କଫି ପିଇବା ବଦଳରେ ଲେମ୍ବୁ ଜୁସ ପିଇପାରିବେ । ଏହା ହଜମ ଶକ୍ତିକୁ ବୃଦ୍ଧି କରିବା ସହିତ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ।

କାର୍ବୋହାଇଡ୍ରେଟ: ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ପ୍ରାୟ ସମସ୍ତେ ସକାଳ ଜଳଖିଆରେ ବ୍ରେଡ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। କାରଣ ଏହାକୁ ପ୍ରସ୍ତୁତ କରିବାକୁ ପଡୁନଥିବା ବେଳେ ସ୍ବାଦ ମଧ୍ୟ ନିଆରା ରହିଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ସକାଳେ ଏଭଳି କାର୍ବୋହାଇଡ୍ରେଟ ଯୁକ୍ତ ବ୍ରେଡ ଖାଇବା ଦ୍ବାରା ନିଜକୁ ଫ୍ରେସ ଲାଗେ ନାହିଁ । ଏହା ଖାଇବା ପରେ ମଧ୍ୟ କିଛି ମିଠା ଖାଇବା ପାଇଁ ଇଚ୍ଛା ହୋଇଥାଏ । ଫଳରେ ଓଜନ ଶୀଘ୍ର ବୃଦ୍ଧି ହୋଇଥାଏ । ତେବେ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ସହିତ ପ୍ରୋଟିନଯୁକ୍ତ ଖାଦ୍ୟ ଅଣ୍ଡା, କ୍ଷୀର, ବାଦାମ, ଓଟ୍ସ ଇତ୍ୟାଦି ଖାଇପାରିବେ ।

କିଛି ବ୍ୟକ୍ତି ଓଜନ ବୃଦ୍ଧି ହେବ ଭାବି ବଜାରରେ ମିଳୁଥିବା ସ୍ବିଟେନରର ବ୍ୟବହାର କରିଥାଆନ୍ତି । ତେବେ ଏହାକୁ ଆବଶ୍ୟକ ଅନୁସାରେ ବ୍ୟବହାର କରିବା ଉଚିତ। କିନ୍ତୁ ଯଦି ଏହାକୁ ଅଭ୍ୟାସରେ ପରିଣତ କରାଯାଏ ତେବେ ଏହା ଶରୀରକୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ଯୋଗାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେଣୁ ଏହା ଦ୍ବାରା ମଧ୍ୟ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଥାଏ। ତେଣୁ ସ୍ବିଟେନର ବଦଳରେ ପ୍ରାକୃତିକ ମିଠା ଯେପରିକି ମହୁ, ଖଜୁରୀ ଖାଇବା ଉଚିତ ।

ଏହା ମଧ୍ୟ ପଢନ୍ତୁ: Fruit VS Fruit juice: ଫଳ ନା ଫଳରସ ? ଓଜନ ହ୍ରାସ କରିବାରେ କେଉଁଟା ସହାୟକ ଜାଣନ୍ତୁ

ସନ୍ଧ୍ୟା ଜଳଖିଆ: ଫିଟ ରହିବା ପାଇଁ ସମୟ ଅନୁସାରେ ଖାଦ୍ୟ ଖାଇବା ଉଚିତ। ଯଦି ସମୟ ଅନୁସାରେ ଟିଫିନ, ରାତ୍ରୀ ଭୋଜନ କିମ୍ବା ମଧ୍ୟାହ୍ନ ଭୋଜନ ଠିକ ସମୟରେ ଖିଆନଯାଏ ତେବେ ଜଳଖିଆ ଖାଇବା ପାଇଁ ମନ ବଳିଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଦିନକୁ ଅଧିକ ଥର ଜଳଖିଆ ଖାଇବା ଦ୍ବାରା ଇନସୁଲିନ ସ୍ତର ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ। ଇନସୁଲିନ ବୃଦ୍ଧି ପାଇବା ଦ୍ବାରା ଓଜନ ମଧ୍ୟ ବୃଦ୍ଧି ପାଇଥାଏ। ଫଳରେ ଓଜନ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇଥାଏ। ତେବେ ଇନସୁଲିନ ସ୍ତରକୁ ଠିକ ରଖିବା ପାଇଁ ବାରମ୍ବାର ଜଳଖିଆ ଖାଇବା ଠାରୁ ଦୂରେଇ ରହିବା ଉଚିତ।

ବିଳମ୍ବରେ ଉଠିବା: କିଛି ଜଣ ରାତିରେ ବିଳମ୍ବରେ ଶୋଉଥିବା ବେଳେ କିଛି ଜଣ ବିଳମ୍ବରେ ଉଠିଥାଆନ୍ତି। ଏହା ଦ୍ବାରା ଶାରୀରିକ ବ୍ୟାୟାମ ଠାରୁ ଆରମ୍ଭ କରି ଜଳଖିଆ, ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନରେ ଅନିୟମିତତା ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଦିନକୁ 7ରୁ 8 ଘଣ୍ଟାରୁ ଅଧିକ ସମୟ ଶୋଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ। ସର୍ବଦା ଉଠିବା ସମୟ ସ୍ଥିର କରିବା ଉଚିତ। ନଚେତ ଓଜନ ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି। ସମୟ ଅନୁସାରେ ଶୋଇବା ଏବଂ ଉଠିବା ଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ।

⚛ ଭିଟାମିନ ଡିର ଅଭାବ ଯୋଗୁଁ ମଧ୍ୟ ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ପ୍ରତିଦିନ 20 ମିନିଟ କଅଁଳ ଖରାରେ ଠିଆ ହେବା ଉଚିତ ବୋଲି କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.