ETV Bharat / sukhibhava

ଆପଣାନ୍ତୁ ଏହି ଘରୋଇ ଉପଚାର, ଚୁଟକିରେ ଦୂର ହେବ ଡାର୍କ ସର୍କଲ ସମସ୍ୟା

author img

By ETV Bharat Odisha Team

Published : Dec 6, 2023, 1:50 PM IST

Skin Care Tips: ଡାର୍କ ସର୍କଲ କିମ୍ବା ଆଖି ତଳେ କଳାଦାଗକୁ ନେଇ ଚିନ୍ତିତ କି ? ଏହି ଘରୋଇ ଉପଚାର ଆପଣାଇଲେ ଚୁଟକିରେ ଦୂର ହେବ ଡାର୍କ ସର୍କଲ ସମସ୍ୟା । ଅଧିକ ପଢ଼ନ୍ତୁ

Home remedies for dark circles
Home remedies for dark circles

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କାର୍ଯ୍ୟଭାର । ଫଳରେ ଏହାର ପ୍ରଭାବରେ ଚାପ, ଚିନ୍ତା, ହରମୋନରେ ଅସନ୍ତୁଳନତା ଏହଂ ନିଦ୍ରା ସମସ୍ୟା ଦେଖାଯାଉଛି । ତେବେ ଏହି ସମସ୍ୟା କେବଳ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇନଥାଏ ବରଂ ଏହାର ଅଧିକ ପ୍ରଭାବ ତ୍ବଚା ଉପରେ ଦେଖାଯାଇଥାଏ । ଏହି କାରଣ ହେତୁ ଡାର୍କ ସର୍କଲ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ବିଶେଷକରି ଯୁବପିଢିମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ କିଛି ଜଣ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାଆନ୍ତି । କିନ୍ତୁ କେତେକାଂଶରେ ତ୍ବଚା ଉପରେ ଏହାର କୁପ୍ରଭାବ ବି ପଡ଼ିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଘରୋଇ ଉପଚାର ଦ୍ବାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

  • ଆଳୁ: ଏହା ଖାଇବା ପାଇଁ ପାଟିକୁ ଯେତିକି ସୁଆଦିଆ ତ୍ବଚା ପାଇଁ ମଧ୍ୟ ସେତିକି ଉପକାରୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍‌ର ମାତ୍ରା ଅଧିକ ରହିଥିବା କାରଣରୁ ଆଖିର କଳାଦୀଗ ଦୂର ହୋଇଯାଇଥାଏ । ଆଳୁକୁ ପତଳା ଭାବେ ଗୋଲିଆ କରି କାଟି ଆଖି ବନ୍ଦ କରି ତା ଉପରେ 10 ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ଆଖିକୁ ଧୋଇଦିଅନ୍ତୁ। ପ୍ରତିଦିନ ଏହା କରିବା ଦ୍ବାରା ଅଳ୍ପ ସମୟ ମଧ୍ୟରେ ଫଳ ପାଇପାରିବେ।
  • ପୁଦିନା: ଏଥିରେ ଅଧିକ ପରିମାଣରେ ମିଥାନଲ ରହିଥାଏ । ଏଥରେ ଚର୍ମ ସୁରକ୍ଷାଦାୟୀ ଗୁଣ ରହିଥିବାକୁ ଡାର୍କ ସର୍କଲ ଏବଂ ରିଙ୍କଲ ପାଇଁ ଏହା ସବୁଠାରୁ ଭଲ ରେମେଡି ଭାବେ ବିବେଚନା କରାଯାଏ । କିଛି ପୁଦିନା ପତ୍ରକୁ ଛେଚି ଆଖି ତଳେ ରଖନ୍ତୁ । ପାଞ୍ଚ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: Skin Care Tips: ଘରୋଇ ଉପଚାରରେ ଦୂର କରନ୍ତୁ ଡାର୍କ ସର୍କଲ-ପିମ୍ପଲ୍ସ

  • ହଳଦୀ: ଏଥିରେ କରକ୍ୟୁମିନ ନାମକ ଏକ କେମିକାଲ ରହିଥାଏ । ଏହା ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ । ଏହାସହ ହାଇପରପିଗମାଣ୍ଟେସନ୍‌ ଏବଂ ଆଖିର କଳା ଦାଗ ଦୂର କରିବାରେ ସହାୟକ ହୋଇଥାଏ । ଅଧାଚାମକ ହଳଦିରେ ଅଳ୍ପ ପରିମାଣର ଆଲମଣ୍ଡ ତେଲ ନେଇ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଲଗାଇ 15 ମିନିଟ୍‌ ଆଖିରେ ଲଗାଇ ତାପରେ ଧୋଇ ଦିଅନ୍ତୁ। ସପ୍ତାହରେ ଏଭଳି 3 ଥର କରିବା ଦ୍ବାରା ଆଖିରୁ କଳା ଦାଗ ଦୂର ହୋଇଯିବ ।
  • କ୍ଷୀର: ଦୁଗ୍ଧରେ ଲାକ୍ଟିକ ଏସିଡ ରହିଥିବାକୁ ଏହା ଚ୍ବଚା ପାଇଁ ଲାଭଦାୟୀ ବୋଲି ବିବେଚନା କରାଯାଏ । ଏକ ପାତ୍ରରେ ଅଳ୍ପ ପରିମାଣର କ୍ଷୀର ନେଇ ସେଥିରେ ଏକ କପଡ଼ା ବୁଡାଇ ଆଖି ଚାରିପଟେ ଘଷନ୍ତୁ । 15ମିନିଟ ଘଷିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
  • ଆଖି ପାଇଁ ପ୍ୟାକ୍(Eye pack): ଏହି ପ୍ୟାକ୍‌ ଆଖିର କଳା ଦାଗ ଦୂର କରିବାରେ ବେସ ସହାୟକ ହୋଇଥାଏ । 4 ବୁନ୍ଦା ଲେମ୍ବୁ ରସ, ଅଧା ଚାମଚ ନଡ଼ିଆ ତେଲ ଏବଂ ଏତ ଚାମକ କାକୁଡ଼ି ରସକୁ ଭଲ ଭାବେ ମିଶାନ୍ତୁ । ଏହାକୁ ଆଖି ତଳେ ଲଗାଇ 10 ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏହାପରେ ଆଖିକୁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହରେ ଏହାକୁ ଥରେ କରିବା ଦ୍ବାରା ଫରକ ଜଣା ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.