ETV Bharat / sukhibhava

Hepatitis-C: ଧିରେ ଧିରେ ମାଡୁଛି ହେପାଟାଇଟିସ-C, ସତର୍କ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ

author img

By

Published : Aug 16, 2023, 4:33 PM IST

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହେପାଟାଇଟିସ ସି ରୋଗ। ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିବା ବେଳେ ଅବହେଳା କରିଲେ ଲିଭର ସମସ୍ୟା ହୋଇପାରେ ବୋଲି ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

Hepatitis C
Hepatitis C

ହାଇଦ୍ରାବାଦ: ହେପାଟାଇଟିସ ସି ଏକ ଜଟିଳ ସଂକ୍ରାମକ ରୋଗ। ଏହା ଲିଭର ସହିତ ଜଡିତ ଏକ ରୋଗ ଏବଂ ହେପାଟାଇଟିସ ଭୁତାଣୁ ଯୋଗୁଁ ଏହି ରୋଗର କାରଣ ଅଟେ। ହେପାଟାଇଟିସ୍ ବି, ସି କିମ୍ବା ଏହା ସହିତ ଜଡିତ କୌଣସି ରୋଗରେ ଯକୃତରେ ପ୍ରଦାହ ଆରମ୍ଭ ହୁଏ। ପ୍ରାଥମିକ ଭାବେ ଏହା ପ୍ରଥମେ ଯକୃତର କ୍ଷତି ଘଟାଇଥାଏ। ଏହା ଦ୍ବାରା ଲିଭର ସହିତ ଜଡିତ ଅନେକ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ତେବେ ଏନେଇ ତେଲେଙ୍ଗାନାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। 235 ଲୋକଙ୍କ ଭିତରେ ଜଣେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି।

2022-23 ମସିହାରେ ସଂସଦରେ କେନ୍ଦ୍ର ସରକାର ଦ୍ବାରା ଦିଆଯାଇଥିବା ରିପୋର୍ଟ ଅନୁସାରେ, ମୋଟ 1.64 ଲକ୍ଷ ପରୀକ୍ଷା କରିଥିବା ବେଳେ 710 ଲୋକ ପଜିଟିଭ ଚିହ୍ନଟ ହୋଇଥିବା କୁହାଯାଇଛି। ତେବେ ଏହି ସଂଖ୍ୟାକୁ ଦେଖିଲେ ଅନୁୁମାନ କରାଯାଏ ଯେ, ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସଂକ୍ରମିତ ରକ୍ତ ଦ୍ବାରା ଏହି ରୋଗ ଶୀଘ୍ର ବ୍ୟାପିଥାଏ ବୋଲି ଡାକ୍ତର କହିଛନ୍ତି। ଗୋଟିଏ ଇଞ୍ଜେକ୍ସନକୁ ଅନେକ ବ୍ୟବହାର କରିବା ଦ୍ବାରା ଏହି ରୋଗ ହୋଇଥାଏ ବୋଲି ଜଣାପଡିଛି। ମଦ୍ୟପାନ କରୁଥିବା ବ୍ୟକ୍ତିବିଶେଷ ଏବଂ ମେଦବହୁଳତା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମ୍ଭାବନା ଅଧିକ ରହିଥାଏ।

ଗମ୍ଭୀରତା ବଢିବା ସହିତ ଜ୍ୱର, ଥକାପଣ, ସ୍ୱାଦ ହ୍ରାସ, ଜଣ୍ଡିସ ଲକ୍ଷଣ, ଗଣ୍ଠି ଯନ୍ତ୍ରଣା, ଚିନ୍ତା, ଭୋକ ନଷ୍ଟ ହେବା ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ। ଯଦି ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇ ଚିକିତ୍ସା କରା ନ ଯାଏ, ତେବେ ସମସ୍ୟା ଗୁରୁତର ଏବଂ ସାଂଘାତିକ ହୋଇପାରେ। କିନ୍ତୁ ଏହି ରୋଗରେ ଆକ୍ରାନ୍ତ ହେବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଏଭଳି କ୍ଷେତ୍ରରେ ରକ୍ତଦାନ କିମ୍ବା ଇଞ୍ଜେକ୍ସନ ନେବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ।

ଏହା ମଧ୍ୟ ପଢନ୍ତୁ: World Hepatitis day: ଜାଣନ୍ତୁ ହେପାଟାଇଟିସର ଲକ୍ଷଣ ଏବଂ ନିରାକରଣ ବିଷୟରେ

ICMR ରିପୋର୍ଟ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ରିପୋର୍ଟ ଅନୁସାରେ, ଭାରତରେ ଲିଭର ସିରୋସିସ୍ କାରଣରୁ ସର୍ବାଧିକ ମୃତ୍ୟୁ ଘଟିଛି। ଯକୃତ ନଷ୍ଟ ହେବାର ପୂର୍ବ ଅବସ୍ଥାକୁ ଲିଭର ସିରୋସିସ କୁହାଯାଏ। ଆଇସିଏମଆର ଅନୁଯାୟୀ, 2017 ରେ ପ୍ରାୟ 2,20,000 ଲୋକ ଯକୃତ ସିରୋସିସ୍ ଏବଂ ଯକୃତ ରୋଗରେ ମୃତ୍ୟୁବରଣ କରିଥିଲେ । ଯଦି ହେପାଟାଇଟିସ୍ ସିକୁ ଅଣଦେଖା କରାଯାଏ, ତେବେ ଲିଭର ସିରୋସିସ୍ ଏବଂ ଅନ୍ୟାନ୍ୟ ଯକୃତ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ। ଏପ୍ରିଲ୍ 2020 ରୁ ମାର୍ଚ୍ଚ 2023 ପର୍ଯ୍ୟନ୍ତ ସାରା ଦେଶରେ 5.82 କୋଟି ଲୋକ ସ୍କ୍ରିନିଂ କରିଥିବା ବେଳେ ସେଥିମଧ୍ୟରୁ 1.74 ଲକ୍ଷ ଲୋକ ହେପାଟାଇଟିସ୍ ବି ଏବଂ ହେପାଟାଇଟିସ୍ ସି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.