ETV Bharat / sukhibhava

ହସିବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡ଼େ, ଏହା କହୁଛି ରିସର୍ଚ୍ଚ

author img

By ETV Bharat Odisha Team

Published : Aug 30, 2023, 3:30 PM IST

ହସିବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡ଼େ । ଏନେଇ ହୋଇଥିବା ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ହସିବା ଦ୍ବାରା ହାର୍ଟ ସୁସ୍ଥ ରହିବା ସହିତ ହୃଦଘାତ୍‌ ଆଶଙ୍କା ମଧ୍ୟ କମ ହୋଇଥାଏ । ଅଧିକ ପଢନ୍ତୁ

heart will be healthy by laughing
heart will be healthy by laughing

ହାଇଦ୍ରାବାଦ: ହସ..ଟିକିଏ ହସରେ ବଦଳିଯାଏ ସମ୍ପର୍କ । ପର ହୋଇଯାଏ ଆପଣାର ଏବଂ ଗଢ଼ି ଉଠେ ମଧୁର ସମ୍ପର୍କ । ହସକୁ ସର୍ବୋତ୍ତମ ଔଷଧ ଭାବେ ବିବେଚନା କରାଯାଏ । ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ହସିବା ଦ୍ବାରା ହୃଦୟ ସୁସ୍ଥ ରହିବ । କୁହାଯାଏ ଯେ ମନ ଖୋଲି ହସିବା କୌଣସି ଔଷଧଠାରୁ କମ ନୁହେଁ । ଏହା ସହିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ ଗୋଟିଏ ହସ ଆରୋଗ୍ୟ ପ୍ରଦାନ କରିଥାଏ। ସାମ୍ପ୍ରତିକ ଅଧ୍ୟୟନର ରିପୋର୍ଟରେ କୁହାଯାଇଛି ଯେ ହସିବା ଦ୍ୱାରା ହୃଦଘାତର ଆଶଙ୍କା ବହୁ ପରିମାଣରେ କମିଯାଏ ଏବଂ ହୃଦୟ ସୁସ୍ଥ ରହିଥାଏ । ହସିବା ଦ୍ବାରା ହାର୍ଟର ଫଙ୍କ୍‌ସନ୍‌ ଠିକ ହେବା ସହିତ ହାର୍ଟ ସୁସ୍ଥ ରହିଥାଏ ।

ତେବେ ନିକଟରେ ହୋଇଥିବା ଅନୁସନ୍ଧାନରେ 64 ବର୍ଷ ବୟସର 26 ଜଣଙ୍କୁ ସାମିଲ କରାଯାଇଥିଲା । ଏହି ଅଂଶଗ୍ରହଣକାରୀମାନଙ୍କୁ ଦୁଇଟି ଟିମ୍‌ରେ ବିଭକ୍ତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀ କୋରୋନାରୀ ଆଟୋରି(CAD) ରୋଗରେ ପୀଡ଼ିତ ଥିଲେ । ସିଏଡି ହେଉଛି ଏକ ପ୍ରକାର ହାର୍ଟ ରୋଗ । ସେମାନଙ୍କ ଉପରେ 12 ସପ୍ତାହ ଧରି ଗବେଷଣା କରାଯାଇଥିଲା । ଗୋଟିଏ ଗୋଷ୍ଠୀକୁ 12 ସପ୍ତାହ ପାଇଁ କମେଡି ଶୋ ଦେଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନେ ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖିଥିଲେ । ଏହାପରେ ଦେଖାଯାଇଥିଲା ଯେ, କମେଡି ଶୋ ଦେଖୁଥିବା ରୋଗୀଙ୍କ କ୍ଷେତ୍ରରେ ହାର୍ଟରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଡକ୍ୟୁମେଣ୍ଟାରୀ ଦେଖୁଥିବା ଲୋକଙ୍କ ତୁଳନାରେ ସେମାନଙ୍କର ହାର୍ଟରେ 10 ପ୍ରତିଶତ ଉନ୍ନତି ଆସିଥିଲା । ଶରୀରରେ ଅମ୍ଳଜାନ ଯୋଗାଣ ମଧ୍ୟ କମେଡି ଶୋ ଦେଖୁଥିବା ଗ୍ରୁପରେ ଅଧିକ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: World Smile Day 2022: ବଜାୟ ରଖନ୍ତୁ ହସ, ଦୂରେଇ ରହିବ ଚାପ

ବ୍ରାଜିଲର କ୍ଲିନିକସ୍ ଡି ପୋର୍ଟୋ ଆଲେଗ୍ରେ ହସ୍ପିଟାଲର ପ୍ରଫେସର ଏହି ଅନୁସନ୍ଧାନରେ ସାମିଲ ହୋଇଥିଲେ । ତାଙ୍କର କହିବା ଅନୁସାରେ, କୋରୋନାରୀ ଆଟୋରି ରୋଗରେ ପୀଡିତ ରୋଗୀମାନେ ଚିକିତ୍ସିତ ହେବା ପାଇଁ ହସ୍ପିଟାଲକୁ ଆସନ୍ତି । ତେବେ ସେମାନଙ୍କ ଠାରେ ପ୍ରଦାହ ଦେଖିବାକୁ ମିଳିଥାଏ । ସେମାନଙ୍କ ଧମନୀରେ ଫ୍ଲାକ୍‌ ଜମା ହୋଇଥାଏ । ଯାହାକି ପରବର୍ତ୍ତୀ ସମୟରେ ହୃଦ୍‌ଘାତର କାରଣ ସାଜିପାରେ । ତେବେ ଏଭଳି ପରିସ୍ଥିତିରେ ରୋଗୀଙ୍କୁ ହସାଇବା ବା କମେଡି ଶୋ ଦେଖାଇବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ । ଖୋଲିଖୋଲି ବା ମନଖୋଲା ହସର ପ୍ରଭାବ ହୃଦୟ ଉପରେ ପଡ଼ିଥାଏ । ତେବେ ହସ ଏଣ୍ଡୋରଫିନ୍ ମୁକ୍ତ କରିଥାଏ ଯାହା ପ୍ରାକୃତିକ ଯନ୍ତ୍ରଣାଦାୟକ ଭାବରେ କାର୍ଯ୍ୟ କରେ । ଏହାର ଅର୍ଥ ଯନ୍ତ୍ରଣାରୁ କିଛି ମାତ୍ରାରେ ଆରାମ ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.