ETV Bharat / sukhibhava

ଲେନ୍ସ ଲଗାଇ ଶୋଇ ପଡିଥିଲେ ଯୁବକ, ସକାଳେ ଚାଲିଗଲା ଦୃଷ୍ଟିଶକ୍ତି - ଅନ୍ଧ କରିଦେଲା ଲେନ୍ସ

ଆଖିରେ ଲେନ୍ସ ବ୍ୟବହାର କରୁଥିଲେ ସାବଧାନ ! ଦୃଷ୍ଟିଶକ୍ତି ହରାଇ ବସିଲେ ଆମେରିକାର ଜଣେ 21 ବର୍ଷିୟ ଯୁବକ । ଜାଣନ୍ତୁ ଏପରି ହେବାର କାରଣ କଣ

ontact lense
ontact lense
author img

By

Published : Feb 23, 2023, 7:09 AM IST

ୱାଶିଂଟନ: ଆଖିରେ ଲେନ୍ସ ବ୍ୟବହାର କରିବା ବର୍ତ୍ତମାନ ସମୟର ଏକ ଫ୍ୟାସନ୍ ହୋଇଗଲାଣି । କେବଳ ଅଭିନେତା-ଅଭିନେତ୍ରୀମାନେ ନୁହଁନ୍ତି ଅଧିକାଂଶ ଯୁବପିଢି ଲେନ୍ସ ବ୍ୟବହାର କରୁଛନ୍ତି । ଯଦି ଆପଣ ଏହି ଶ୍ରେଣୀରେ ଅଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଲେନ୍ସ ପିନ୍ଧି ସାମାନ୍ୟ ଅସାବଧାନତା ଦୃଷ୍ଟିହୀନ କରିଦେଇପାରେ । ଏପରି କହିବାର କାରଣ ନିକଟରେ ଜଣେ ଆମେରିକାର ଯୁବକ ସମାନ ଅବସ୍ଥା ଭୋଗିଛନ୍ତି । ସାମାନ୍ୟ ଅବହେଳା କାରଣରୁ ଯୁବକ ଜଣକ ସମ୍ପୂର୍ଣ୍ଣ ରୂପେ ଦୃଷ୍ଟି ଶକ୍ତି ହରାଇଛନ୍ତି ।

ଖବର ମୁତାବକ, ଆମେରିକା ଫ୍ଲୋରିଡାର ଜଣେ 21 ବର୍ଷିୟ ଯୁବକ ରାତିରେ ଲେନ୍ସ ପିନ୍ଧି ଶୋଇପଡିଥିଲେ । ସକାଳେ ଉଠିବା ପରେ ଆଖିରେ ସାମାନ୍ୟ ପରିବର୍ତ୍ତନ ଅନୁଭବ କରିଥିଲେ । ତାଙ୍କ ଆଖି କୁଣ୍ଡେଇ ହୋଇଥିଲା, ହେଲେ ସେ ଏହାକୁ ହାଲୁକା ଭାବେ ନେଇଥିଲେ । ଏହାପରେ ଧୀରେ ଧୀରେ ତାଙ୍କ ଗୋଟିଏ ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହୋଇ ଯାଇଥିଲା, ସେ କିଛି ଦେଖିପାରି ନଥିଲେ । ଏହାପରେ ଡାକ୍ତରଖାନାରେ ପହଞ୍ଚିଥିଲେ । ଡାକ୍ତର ସେଠାରେ ତାଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଏବଂ ସେ ଦୃଷ୍ଟିଶକ୍ତି ହରାଇ ବସିଥିବା କହିଥିଲେ ।

ସବୁଠୁ ବଡ କଥା ହେଉଛି କି ସେ ବର୍ଷ ବର୍ଷ ଧରି ଲେନ୍ସ ବ୍ୟବହାର କରୁଥିଲେ । ମାତ୍ର ଏହି ସାମାନ୍ୟ ଅବହେଳା ତାଙ୍କୁ ଏତେ ବଡ ଦଣ୍ଡ ଭୋଗିବାକୁ ପଡିଛି । ତେବେ ବାସ୍ତବରେ ଲେନ୍ସ ଆଖି ଉପରେ କି ପ୍ରଭାବ ପକାଇପାରେ । ଏହିପରି ହେବାର ମୁଖ୍ୟ କାରଣ କଣ ହୋଇପାରେ, ଏନେଇ ଆଖି ବିଶେଷଜ୍ଞ କଣ କୁହନ୍ତି, ଆସନ୍ତୁ ଜାଣିବା

କଣ୍ଟାକ୍ଟ ଲେନ୍ସ ପିନ୍ଧିବାର କାରଣ କହିବାକୁ ଯାଇ ଡାକ୍ତର କହିଛନ୍ତି ଯେ, ଅଧିକାଂଶ ଲୋକ ଚଷମା ପିନ୍ଧିବାକୁ ପସନ୍ଦ ନକରୁଥିବାରୁ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତି । ଚଷମା ଲୁକ୍‌କୁ ନଷ୍ଟ କରିଥାଏ ଏବଂ ଏହା ଚେହେରାରେ ଚିହ୍ନ ମଧ୍ୟ ସୃଷ୍ଟି କରିଥାଏ । ଆଖି ଡୋଳାର ରଙ୍ଗ ବଦଳାଇବା ପାଇଁ ଅନେକ ଲୋକ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତି । ଅଭିନୟ କରୁଥିବା କଳାକାରମାନେ ସେମାନଙ୍କ ଫେସ୍‌ରେ ଆକର୍ଷଣ ଆଣିବା ପାଇଁ ଲେନ୍ସ ପିନ୍ଧନ୍ତି ।

କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ପାଏ କି ନାହିଁର ଉତ୍ତର ଦେଇ ଡାକ୍ତର କହିଛନ୍ତି ଯେ, ଅନୁପଯୁକ୍ତ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଦ୍ୱାରା ସଂକ୍ରମଣ ଏବଂ କର୍ଣ୍ଣିଆଲ୍ ଅଲସର ସମେତ ଅନେକ ଗମ୍ଭୀର ଆଖି ସମସ୍ୟା ଦେଖାଦେଇପାରେ । କର୍ଣ୍ଣିଆଲ୍ ଅଲସର ଆଖିରେ କ୍ଷତ ସୃଷ୍ଟି କରେ । ଏହି କାରଣରୁ, ମାନବ ଆଖିର ଦୃଷ୍ଟିଶକ୍ତି ମଧ୍ୟ ଦୂର ହୋଇପାରେ । ସାଧାରଣ ଅପେକ୍ଷା ଅଧିକ ପାଣିଗଡିବା, ଆଖିର ତୀବ୍ର ଯନ୍ତ୍ରଣା ଆଦି କର୍ଣ୍ଣିଆଲ୍ ଅଲସରର ଲକ୍ଷଣ । ତେଣୁ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.