ETV Bharat / sukhibhava

ଖାଦ୍ୟରେ ସାମିଲ କରନ୍ତୁ ମାଛତେଲ, ବାର୍ଦ୍ଧକ୍ୟବସ୍ଥାରେ ବି ସ୍ମୃତିଶକ୍ତି ରହିବ ପ୍ରଖର

author img

By

Published : Oct 8, 2022, 1:20 PM IST

ନିକଟରେ ହୋଇଥିବା ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଯେଉଁ ମଧ୍ୟବିତ୍ତ ବୟସ୍କଙ୍କର ଓମେଗା-3 ଫ୍ୟାଟି ଏସିଡ୍(omega-3 fatty acids) ରହିଛି ସେମାନଙ୍କର ମସ୍ତିଷ୍କ ସ୍ବାସ୍ଥ୍ୟ ଉତ୍ତମ ରହିଛି । ଅଧିକ ପଢନ୍ତୁ

ବାର୍ଦ୍ଧକ୍ୟାବସ୍ଥାରେ ବି ମାଛ ତେଲ ମସ୍ତିଷ୍କକୁ ଶକ୍ତିଶାଳୀ କରିପାରେ

ହାଇଦ୍ରାବାଦ: ମାଛକୁ ସାଧାରଣତଃ "ମସ୍ତିଷ୍କ ଖାଦ୍ୟ" ବୋଲି କୁହାଯାଏ । ଆଜ୍ଞା ହଁ ମାଛରେ ଥିବା ଓମେଗା-3 ଫ୍ୟାଟି ଏସିଡ୍(Omega-3 fatty acids) ମସ୍ତିସ୍କ ସ୍ବାସ୍ଥ୍ୟ ଭଲ ରଖିଥାଏ(Fish Oil Could Strengthen Your Aging Brain) । ନିକଟରେ ହୋଇଥିବା ଏକ ନୂତନ ଅଧ୍ୟୟନ ଅନୁଯାୟୀ, ମଧ୍ୟବିତ୍ତ ବୟସ୍କଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, 2,000ରୁ ଅଧିକ ମଧ୍ୟବିତ୍ତ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଓମେଗା-3 ଫ୍ୟାଟି ଏସିଡ୍‌ର ରକ୍ତ ସ୍ତର ଅଧିକ ରହିଛି, ସେମାନେ କେତେକ ଚିନ୍ତାଧାରା କୌଶଳ(Thinking skills) ପରୀକ୍ଷଣରେ ଭଲ ପ୍ରଦର୍ଶନ କରିଥିଲେ । ସ୍ମୃତି ସହିତ ଜଡିତ ମସ୍ତିଷ୍କ କ୍ଷେତ୍ରରେ ସେମାନଙ୍କର ମୋଟା ଟିସୁ ମଧ୍ୟ ରହିଥିଲା । ସାଧାରଣତ ବୟସ୍କଙ୍କ କ୍ଷେତ୍ରରେ ଯେତେବେଳେ ଡିମେନ୍ସିଆ(ସ୍ମୃତିଗତ ସମସ୍ୟା)ର ବୃଦ୍ଧି ଘଟେ, ସେତେବେଳେ ଟିସୁ ପତଳା ହୋଇଯାଏ । ମାତ୍ର ଓମେଗା-3 ଫ୍ୟାଟି ଏସିଡ୍‌ ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏପରି ଦେଖାଯାଇ ନଥିଲା ।

ଓମେଗା-3 ଫ୍ୟାଟି ଏସିଡ୍- ବିଶେଷତଃ ଦୁଇଟି DHA ଏବଂ EPA ଭାବରେ ଜଣାଶୁଣା । ସଲମାନ, ବ୍ଲୁଫିନ୍ ଟୁନା, ମାକେର୍, ହେରିଙ୍ଗ ଏବଂ ସାର୍ଡିନ୍ ପରି ଚର୍ବି ମାଛରେ ଅଧିକ ଥାଏ । ସେମାନଙ୍କୁ ମାଛ ତେଲ ସପ୍ଲିମେଣ୍ଟ ମାଧ୍ୟମରେ ମଧ୍ୟ ବିବେଚନା କରାଯାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଓମେଗା-3 ଗ୍ରହଣ ଦ୍ବାରା ମସ୍ତିଷ୍କ କାର୍ଯ୍ୟ ଭଲ ରହିଥାଏ ଏବଂ ଡିମେନ୍ସିଆର ଆଶଙ୍କା ମଧ୍ୟ ହ୍ରାସପାଏ ।

ଅକ୍ଟୋବର 5ରେ ସ୍ନାୟୁବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଥିବା ନୂତନ ଅଧ୍ୟୟନ ଅନୁଯାୟୀ, ମଧ୍ୟବୟସ୍କ ଯେଉଁମାନଙ୍କର ମସ୍ତିଷ୍କଗତ ସମସ୍ୟା ଆରମ୍ଭ ହୋଇଥାଏ, ସେମାନଙ୍କୁ ନେଇ ଏକ ପରୀକ୍ଷଣ କରାଯାଇଥିଲା । ମଧ୍ୟମ ବୟସରେ ମଧ୍ୟ ଓମେଗା-3 ମସ୍ତିଷ୍କ ଗଠନ କିମ୍ବା କାର୍ଯ୍ୟରେ ପରିବର୍ତ୍ତନ ଆଣିପାରେ କି ନାହିଁ ସେ' ଉପରେ ଅଧିକ ତର୍ଜମା କରାଯାଇଥିଲା । ଅନୁସନ୍ଧାନରେ ହାରାହାରି 46 ବର୍ଷ ବୟସରେ ଅଂଶଗ୍ରହଣକାରୀଙ୍କ MRI ମସ୍ତିଷ୍କ ସ୍କାନ, ସ୍ମୃତି ଏବଂ ଚିନ୍ତା ଦକ୍ଷତାର ମାନକ ପରୀକ୍ଷା କରିଥିଲା । ସେମାନଙ୍କର ରକ୍ତ ସ୍ତର DHA ଏବଂ EPA ମଧ୍ୟ ମାପ କରାଯାଇଥିଲା ।

ମୋଟ ଉପରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଅଧିକ ଓମେଗା-3 ସ୍ତର ଥିବା 75% ଅଂଶଗ୍ରହଣକାରୀଙ୍କର ମସ୍ତିଷ୍କ କାର୍ଯ୍ୟସ୍ତର ଉନ୍ନତ ରହିଛି । ଉଚ୍ଚ ଓମେଗା-3 ସ୍ତର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଭାବବାଚକ ଯୁକ୍ତି(abstract reasoning) ରେ ଅନ୍ୟମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଥିଲେ । ଏହି ଗୁଣ ଏକ ପ୍ରକାର ହାଇ-ଅର୍ଡର ଚିନ୍ତାଧାରା(Thinking), ଉଦାହରଣ ସ୍ୱରୂପ, ଜଣେ ବ୍ୟକ୍ତି ଏହା ଦ୍ବାରା ନୂଆ କିମ୍ବା ଜଣାନଥିବା କୌଣସି ବି ସମସ୍ୟାର ସମାଧାନ ପାଇଁ ସକ୍ଷମ ହୋଇଥାଏ ।

ଯେଉଁମାନେ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଠାରୁ ଅଧିକ ଓମେଗା-3 ଖାଉଛନ୍ତି, ସେମାନେ ଅନେକ କ୍ଷେତ୍ରରେ ଅନ୍ୟାମାନଙ୍କ ତୁଳନାରେ ଭିନ୍ନ ହୋଇଥାନ୍ତି । ତଥାପି ଏହା ଉପରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିବା ଅନୁସନ୍ଧାନକାରୀ କହିଛନ୍ତି । ତେବେ ସର୍ବଶେଷରେ ଅନୁସନ୍ଧାନକାରୀ ବୟସ୍କମାନଙ୍କୁ ସପ୍ତାହରେ ନିଶ୍ଚିତରୂପେ ଓମେଗା-3 ଫ୍ୟାଟି ଏସିଡ୍ ଥିବା ମାଛ ସେବନ ପାଇଁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.