ETV Bharat / sukhibhava

WHOର ଆଲର୍ଟ: Sars-CoV-2 ପରେ ଚିନ୍ତା ବଢାଇଲା Mers-CoV, ଦେଖାଯାଉଛି କିଡନୀ ଫେଲ

author img

By

Published : Jul 31, 2023, 1:37 PM IST

Sars-CoV-2 ପରେ ଚିନ୍ତା ବଢାଇଲା Mers-CoV । କୋରୋନା ଭଳି ଦେଖାଯାଉଛି ଲକ୍ଷଣ । ଅଧିକ ପଢନ୍ତୁ

Mers CoV
Mers CoV

ହାଇଦ୍ରାବାଦ: ବିଶ୍ୱର ଅନେକ ଦେଶରେ ଏବେ ମଧ୍ୟ ଜାରି ରହିଛି କୋରୋନା ପ୍ରାଦୁର୍ଭାବ । ସଂକ୍ରମଣର ହାର କମ୍ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଜି ଯାଏଁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ନିକଟରେ ହୋଇଥିବା ଏକ ରିପୋର୍ଟରେ ବୈଜ୍ଞାନିକମାନେ ଇଣ୍ଡୋନେସିଆରେ କୋଭିଡର ଏକ ଭାରିଆଣ୍ଟ ଚିହ୍ନଟ କରିଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ ଠାରୁ ସବୁଠାରୁ ଅଧିକ ବିପଦ ବୋଲି କୁହାଯାଉଛି । ଏହା ବ୍ୟତୀତ ଆମେରିକାରେ ମଧ୍ୟ କେତେକ ସ୍ଥାନରେ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । କୋରୋନା ସଂକ୍ରମଣ ପାଇଁ Sars-Cov-2 ଭାଇରସ ଦାୟୀ ବୋଲି ବିଶ୍ୱାସ କରାଯାଉଛି ।

କୋରୋନା ସଂକ୍ରମଣ ଜାରି ରହିଥିବା ବେଳେ ବୈଜ୍ଞାନିକମାନେ ବର୍ତ୍ତମାନ MERS-CoVକୁ ନେଇ ସତର୍କ କରାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନିକଟରେ ସଂଯୁକ୍ତ ଆରବରେ MERS-CoVର ପ୍ରଥମ ମାମଲା ଚିହ୍ନଟ କରିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ଭାଇରସର ବିପଦ ବିଷୟରେ ଅବଗତ ହୋଇ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ତେବେ ଜାଣନ୍ତୁ MERS-CoV କ’ଣ ଏବଂ କଣ ରହିଛି ଏହାର ବିପଦ ।

ଚଳିତବର୍ଷର ପ୍ରଥମ ମାମଲା ପଞ୍ଜିକୃତ ହୋଇଛି: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆବୁଧାବିର ଜଣେ 28 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ MERS-CoV (ମିଡିଲ୍ ଇଷ୍ଟନ ରେସପେରେଟାରୀ ସିଣ୍ଡ୍ରୋମ କୋରୋନା ଭାଇରସ୍)ର ଏକ ମାମଲା ପଞ୍ଜିକୃତ ହୋଇଛି । WHOର କହିବା ଅନୁଯାୟୀ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ସ୍ବାସ୍ଥ୍ୟକର୍ମୀଙ୍କ ପରୀକ୍ଷା କରାଯାଇଥିଲେ ସୁଦ୍ଧା ସେମାନଙ୍କ ରିପୋର୍ଟ ପଜିଟିଭ ଆସିନାହିଁ । ଉଲ୍ଲେଖନୀୟ ବିଷୟ ହେଉଛି, MERS-CoV ମଧ୍ୟ ଏକ ଭାଇରାଲ ଶ୍ବସନ ରୋଗ ଅଟେ । ଯାହା କୋରୋନା ଭାଇରସ କାରଣରୁ ହିଁ ହୋଇଥାଏ । ଏହାର ଲକ୍ଷଣ ମଧ୍ୟ କୋରୋନା ଲକ୍ଷଣ ଭଳି ସମାନ ଅଟେ ।

MERS-CoVର ଲକ୍ଷଣ: MERS-CoVର ପ୍ରଥମ ମାମଲା ସାଉଦି ଆରବରେ ଚିହ୍ନଟ କରାଯାଇଥିଲା । ଏହାପରେ ମଧ୍ୟ ପୂର୍ବର ଅନ୍ୟ ଦେଶ ଯଥା ଆଫ୍ରିକା, ୟୁରୋପ, ଏସିଆ ଏବଂ ସଂଯୁକ୍ତ ରାଜ୍ୟ ଆମେରିକାରେ ମଧ୍ୟ ଏହାର ମାମଲା ଚିହ୍ନଟ ହୋଇଛି । ଏହାର ଲକ୍ଷଣ କେତେକ ଲୋକଙ୍କ ଠାରେ ଗମ୍ଭୀର ମଧ୍ୟ ହୋଇଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, MERS-CoVରେ ସଂକ୍ରମିତ ହେଲେ ଜ୍ବର ଏବଂ କାଶ ହୋଇପାରେ । ଏହାପରେ କେତେ ଜଣଙ୍କ ଠାରେ ନିମୋନିଆ ମଧ୍ୟ ହୋଇଥାଏ । ଏହା ବ୍ୟତୀତ ପେଟ ଯନ୍ତ୍ରଣା, ବାନ୍ତି ଏବଂ ପାଚନ ତନ୍ତ୍ରରେ ମଧ୍ୟ ଅସୁବିଧା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Kidney Care Tips: ବର୍ଷା ଋତୁରେ ବଢିଥାଏ କିଡନୀ ସମସ୍ୟା, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ଗମ୍ଭୀର ହୋଇପାରେ ଏହି ସଂକ୍ରମଣ: ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ରୋଗରେ ସଂକ୍ରମିତ ରୋଗୀଙ୍କ ନିକଟରେ ଶ୍ବାସ ସମସ୍ୟା ଅଧିକ ଦେଖାଯାଇଥାଏ । କେତେକ ରୋଗୀଙ୍କ କ୍ଷେତ୍ରରେ କିଡନୀ ଫେଲ ମଧ୍ୟ ହୋଇଛି। 60 ବର୍ଷରୁ ଅଧିକ ବୟସ୍କଙ୍କ ନିକଟଚରେ ହଜମ କ୍ରିୟାରେ ଅସୁବିଧା ହେବା ସହିତ ମଧୁମେହ, କିଡନୀ ଏବଂ ଫୁସଫୁସ ଜନିତ ସମସ୍ୟା ହୋଇଥାଏ।

କିଭଳି ଏହି ସଂକ୍ରମଣରୁ ବର୍ତ୍ତିବେ: ରିପୋର୍ଟ ଅନୁସାରେ, ଯେଉଁ ଲୋକମାନେ ପଶୁମାନଙ୍କ ସଂସ୍ପର୍ଶରେ ଅଧିକ ଆସିଥାଆନ୍ତି ସେମାନଙ୍କ ନିକଟରେ MERS-CoV ମାମଲା ଅଧିକ ଦେଖାଯାଉଛି । ଏହା ବ୍ୟତୀତ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗର ସମ୍ଭାବନା ଅଧିକ ରହିଥାଏ । MERS-CoVକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନାହିଁ । କିନ୍ତୁ କିଛି ଉପାୟକୁ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ ।

  • ହାତକୁ ସାବୁନରେ 20 ମିନିଟ ପର୍ଯ୍ୟନ୍ତ ଧୋଇବା ଆବଶ୍ୟକ
  • କାଶିବା ଏବଂ ଛିଙ୍କିବା ସମୟରେ ମୁହଁ ଏବଂ ନାକରେ ରୁମାଲ ବ୍ୟବହାର କରନ୍ତୁ
  • ସଂକ୍ରମିକ ବ୍ୟକ୍ତିଙ୍କ ଠାରୁ ଦୂରତା ବଜାୟ ରଖିବା ଆବଶ୍ୟକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.