ETV Bharat / sukhibhava

ସମାନ ଘଟଣାରେ ମହିଳା ଓ ପୁରୁଷଙ୍କ ଭିନ୍ନ ପ୍ରତିକ୍ରିୟା ପାଇଁ ଷ୍ଟ୍ରେସ୍ ହର୍‌ମୋନ ଦାୟୀ ! - ସାଇନ୍ସ ନ୍ୟୁଜ

ନିକଟରେ ମୂଷାମାନଙ୍କ ଉପରେ କରାଯାଇଥିବା ଅଧ୍ୟୟନ ଅନୁସାରେ, ମହିଳା ଓ ପୁରୁଷଙ୍କ ହୃଦୟର ଭିନ୍ନ ପ୍ରତିକ୍ରିୟା ପାଇଁ ଏକ ଷ୍ଟ୍ରେସ୍ ହର୍‌ମୋନ ଦାୟୀ । ଅଧିକ ପଢନ୍ତୁ

heart
heart
author img

By

Published : Jan 23, 2023, 1:42 PM IST

ଅଲବାନି(ନ୍ୟୁୟର୍କ): ଆମେ ବେଳେବେଳେ କହିଥାଉ କି ଝିଅଟିଏ ବହୁତ ଧୈର୍ଯ୍ୟବାନ, ହେଲେ ପୁଅଟିଏ ନୁହେଁ । ପୁଣି କହନ୍ତି ଝିଅ ମନ ସରଳ ପୁଅଟିଏ କଠୋର । ହେଲେ ଆପଣ ଜାଣନ୍ତି କି, ଏପରି ପ୍ରତିକ୍ରିୟା ପଛର କାରଣ ହର୍‌ମୋନ ରହିଛି ବୋଲି ? ଆଜ୍ଞା ହଁ ମହିଳା ଓ ପୁରୁଷଙ୍କ ହୃଦୟର ଭିନ୍ନ ପ୍ରତିକ୍ରିୟା ପାଇଁ ଷ୍ଟ୍ରେସ୍ ହର୍‌ମୋନ କାମ କରିଥାଏ ! ନିକଟରେ ମୂଷାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଅଧ୍ୟୟନ ଅନୁସାରେ, ନରଆଡ୍ରେନାଲିନ(Noradrenaline) ଷ୍ଟ୍ରେସ୍ ହରମୋନ ପାଇଁ ମହିଳା ଓ ପୁରୁଷଙ୍କ ହୃଦୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରହିଥାଏ ।

ସାଇନ୍ସ ଆଡଭାନ୍ସେସରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ହୃଦୟର ଅନିୟମିତ ସ୍ପନ୍ଦନ ଓ ଅଚାନକ ହୃଦୟ ଅକାମି ଭଳି କାରକକୁ ଏହାସହିତ ଯୋଡି ଦେଖାଯାଇପାରେ । ଅନୁସନ୍ଧାନକାରୀ ଟିମ ଏକ ନୂଆ ପ୍ରକାରର ପ୍ଲୋରୋସେନ୍ସ ଇମେଜିଂ ସିଷ୍ଟମର ନିର୍ମାଣ କରିଛନ୍ତି, ଯାହାଦ୍ବାରା ଆଲୋକର ଉପଯୋଗ କରି ମୂଷା ଶରୀରର ହୃଦୟ ବାସ୍ତବିକ ସମୟରେ ହର୍‌ମୋନ ଓ ନ୍ୟୁରୋ ଟ୍ରାନ୍ସମିଟର ଉପରେ କିଭଳି ପ୍ରତିକ୍ରିୟା କରୁଛି ତାହା ଜାଣିହେବ । ତେବେ କହିରଖୁଛୁ ଯେ, ନରଆଡ୍ରେନାଲିନ ଷ୍ଟ୍ରେସ୍ ହରମୋନକୁ ନରଏପିନେଫ୍ରିନ ମଧ୍ୟ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ଗୋଟିଏ ପାର୍ଶ୍ବ ସ୍ତନ କର୍କଟ ହୋଇଥିଲେ ବଢିପାରେ ବିପରୀତ ପାର୍ଶ୍ବର ବିପଦ

ଅଣଆଡ୍ରେନାଲିନ ଶୀରର ଫାଇଟ ଅର ଫ୍ଲାଇଟ ସହ ଜଡିତ ଏକ ପ୍ରତିକ୍ରିୟା ଏବଂ ହର୍‌ମୋନ । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଯଦିଓ ମହିଳା ହୃଦୟର କିଛି କ୍ଷେତ୍ର ପୁରୁଷ ହୃଦୟ ତୁଳନାରେ ମନ୍ଥର ହୋଇଯାଏ, ଯାହା ହୃଦୟର ବିଦ୍ୟୁତ ଗତିବିଧିରେ ବ୍ୟବଧାନ ଉତ୍ପନ୍ନ କରିଥାଏ । ଅଧ୍ୟୟନ ପୂର୍ବରୁ ଲେଖକ ଜେସିକା ଏଲ କ୍ୟାାଲ୍ଡଓ୍ବେଲ କହିଛନ୍ତି, ବିଦ୍ୟୁତ ଗତିବିଧିରେ ସେ ଯେଉଁ ବ୍ୟବଧାନ ଦେଖିଛନ୍ତି, ଏହାକୁ ମହିଳାଙ୍କ ହୃଦୟରେ ପୂନର୍ଧୁବିକରଣ ବା ରିପୋଲାରାଇଜେସନ୍ କୁହାଯାଏ । ପୂନର୍ଧୁବିକରଣର ଅର୍ଥ, ପ୍ରତ୍ୟେକ ହୃଦସ୍ପନ୍ଦନ ମଧ୍ୟରେ ହୃଦୟ କିଭଳି ରିସେଟ ହୁଏ ଓ କିଛି ଅନିୟମିତା ସହିତ ଜଡିତ ଥାଏ ।

ଏହା ମଧ୍ୟ ପଢନ୍ତୁ:- Male Menopause: ପୁରୁଷମାନେ ବି ମେନୋପୋଜର ସମ୍ମୁଖୀନ ହୁଅନ୍ତି, ଜାଣନ୍ତୁ ଏହାର କାରଣ ଲକ୍ଷଣ ଓ ଚିକିତ୍ସା

କ୍ୟାାଲ୍ଡଓ୍ବେଲ କହିଛନ୍ତି, ଅଧ୍ୟୟନରୁ ଏକ ନୂଆ କାରକ ବିଷୟରେ ଜଣାପଡିଛି, ଯାହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ ଅନିୟମିତ ହୃଦସ୍ପନ୍ଦନ ସହିତ ଜଡିତ ଅଛି । ଅନିମିତ ହୃଦସ୍ପନ୍ଦନ ଏକ ପ୍ରକାରର ହୃଦସମସ୍ୟା ଯାହାଦ୍ବାରା ହୃଦୟର ସ୍ପନ୍ଦନକୁ ନିୟନ୍ତ୍ରଣ କରୁଥିବା ବିଦ୍ୟୁତ ଆବେଗ ଠିକ ଭାବରେ କାମ କରିନଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.