ETV Bharat / sukhibhava

ପିଇବା ପାଇଁ ବ୍ୟବହୃତ ହେଉଥିବା 90% ଷ୍ଟ୍ର କ୍ଷତିକାରକ: ରିସର୍ଚ୍ଚ - କାଗଜ ନଡ଼ା

କାଗଜ ନଡ଼ା ପରିବେଶ ତଥା ମାନବ ସମାଜ ପ୍ରତି ଅନୁକୂଳ ଏବଂ ନିରାପଦ ନୁହେଁ। ଏକ ଅଧ୍ୟୟନରୁ ଜଣାପଡିଛି ଯେ କାଗଜ ନଡ଼ାରେ ମଧ୍ୟ ବିଷାକ୍ତ ରାସାୟନିକ ପଦାର୍ଥ ଥାଏ ଯାହା ମାନବ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଅଧିକ ପଢନ୍ତୁ

Paper Drinking Straws are Harmful
Paper Drinking Straws are Harmful
author img

By ETV Bharat Odisha Team

Published : Aug 26, 2023, 5:27 PM IST

ହାଇଦ୍ରାବାଦ: ଥଣ୍ଡା ପାନୀୟ କିମ୍ବା ବୋତଲରେ ପାଣି ପିଇବା ସମୟରେ ଅନେକ ଲୋକ ନଡ଼ା ବା ଷ୍ଟ୍ର ବ୍ୟବହାର କରନ୍ତି। ପୂର୍ବରୁ ପ୍ଲାଷ୍ଟିକ୍ ନଡା ବ୍ୟବହାର କରାଯାଉଥିବାବେଳେ ଆଜିକାଲି କାଗଜ ନଡା ବ୍ୟବହାର କରାଯାଏ। କାଗଜ ପରିବେଶ ପ୍ରଦୂଷଣକୁ ରୋକିପାରିବ ବୋଲି ପ୍ଲାଷ୍ଟିକ ବଦଳରେ କାଗଜକୁ ବ୍ୟବାହର କରାଯାଉଛି। ହେଲେ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ। ଏଥିରେ ଅନେକ ପ୍ରକାର କେମିକାଲ ରହିଥିବା ବେଳେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।

ଫୁଡ୍ ଆଡିକ୍ଟିଭ ଏବଂ କଣ୍ଟାମିନେଣ୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବେଲଜିୟମର ଗବେଷକମାନେ ୟୁରୋପରେ 39 ବ୍ରାଣ୍ଡର ଷ୍ଟ୍ରକୁ ନେଇ ଏହି ସର୍ଭେ କରିଥିଲେ। କାଗଜ ନଡା ଏକ ନିର୍ଦ୍ଦିଷ୍ଟ ପରିମାଣର ସିନ୍ଥେଟିକ୍ସ ଧାରଣ କରିଥାଏ। ଏହାର ନାମ ପଲି ଆଣ୍ଡ ପେରପ୍ଲୁଓରୋକ୍ଲି ସବଷ୍ଟାଣ୍ଟ୍ସ। ଏହି କ୍ଷତିକାରକ ରାସାୟନିକ ପଦାର୍ଥର ପ୍ରାୟ 69 ପ୍ରତିଶତ କାଗଜ ନଡ଼ାରେ ମିଳିଥିଲା । ଏହି ରାସାୟନିକ ପଦାର୍ଥର ଉପସ୍ଥିତି କେବଳ କାଗଜ ନଡ଼ା ନୁହେଁ ବିଭିନ୍ନ ପ୍ରକାରର ନଡ଼ାରେ ଦେଖିବାକୁ ମିଳିଛି। 80 ପ୍ରତିଶତ ବାଉଁଶ ନଡ଼ା, 40 ପ୍ରତିଶତ ପ୍ଲାଷ୍ଟିକ ପାଇପଗୁଡ଼ିକରେ କ୍ଷତିକାରକ ରାସାୟନିକ ପଦାର୍ଥ (PFAS) ଥିବା ଜଣାପଡିଥିଲା। ତେବେ ଆଶ୍ଟର୍ଯ୍ୟର କଥା କାଚ ଷ୍ଟ୍ରରେ ମଧ୍ୟ ଏହି ରାସାୟନିକ ପଦାର୍ଥର ଉପସ୍ଥିତି ବିଷୟରେ ଜଣାପଡିଥିଲା। କିନ୍ତୁ ଷ୍ଟିଲ ନଡା ବା ଷ୍ଟ୍ରରେ ରାସାୟନିକ (PFAS) ଉପସ୍ଥିତି ମିଳିଲା ନାହିଁ। ରିସର୍ଚ୍ଚ ଅନୁଯାୟୀ, ନିକଟରେ ଭାରତ, ଲଣ୍ଡନ ଏବଂ ବେଲଜିୟମ ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ବ୍ୟାନ କରିଥିବା ବେଳେ ବିକ୍ରୟ ମଧ୍ୟ ବନ୍ଦ କରାଯାଇଛି। ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ କେମିକାଲ ଯୁକ୍ତ ଷ୍ଟ୍ର ବଦଳରେ ପନିପରିବାରରୁ ଷ୍ଟ୍ର ତିଆରି କରି ବ୍ୟବାହର କରିବା ଉଚିତ।

ଏହା ମଧ୍ୟ ପଢନ୍ତୁ: Disposable Cup And Cancer: ଡିସ୍ପୋଜେବଲ କପ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ବିପଜ୍ଜନକ

ଆଣ୍ଟୱର୍ପ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନି ଡ. ଥିମୋ ଗ୍ରୋଫେନ କହିଛନ୍ତି ଯେ, "ପ୍ଲାଷ୍ଟିକରୁ ପ୍ରସ୍ତୁତ ଷ୍ଟ୍ର ବଦଳରେ କାଗଜରେ ତିଆରି ନଡାକୁ ବ୍ୟବାହର କରିବା ପାଇଁ ପରାମନର୍ଶ ଦିଆଯାଉଥିଲା। ହେଲେ ବର୍ତ୍ତମାନ ଏଥିରେ PFASର ଉପସ୍ଥିତି ଜଣାପଡିଥିବା ବେଳେ ଏହି ଷ୍ଟ୍ର ଠାରୁ ଦୂରେଇ ରହିବା ଉଚିତ ।"

ରାସାୟନିକ PFAS ସାଧାରଣତଃ ପୋଷାକ ତିଆରି କରିବା ପାଇଁ ବ୍ୟବହୃତ ହୁଏ ଏବଂ ନନଷ୍ଟିକ ତିଆରିରେ ମଧ୍ୟ ଏହାର ଆବଶ୍ୟକତା ରହିଥାଏ। ଏହି ରାସାୟନିକ ପଦାର୍ଥ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଯଦି ଏହି ରାସାୟନିକ ଶରୀରରେ ପ୍ରବେଶ କରେ, ତେବେ ଏହା ଥାଇରଏଡ ସମସ୍ୟା, କୋଲେଷ୍ଟ୍ରଲ ସ୍ତର ବୃଦ୍ଧି, ଯକୃତର କ୍ଷତି, ଟେଷ୍ଟିକୁଲାର କ୍ୟାନ୍ସର ଏବଂ ଅନ୍ୟାନ୍ୟ ସାଂଘାତିକ ରୋଗର କାରଣ ହୋଇପାରେ। ତେଣୁ 2020 ରୁ ଏହି ରାସାୟନିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.