ମେଷ: ଆଜି ଆପଣଙ୍କର ଅନୁକୂଳ ମନୋଭାବ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ବାପାମାଙ୍କ ଠାରୁ ଭଲ ଖବର ଆଶା କରିବେ । ଆର୍ଥିକ ଲାଭ ହୋଇପାରେ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ସମସ୍ତ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଶାରୀରିକ ଅସୁସ୍ଥତା ସମ୍ଭନ୍ଧୀୟ ସମସ୍ୟା ଆପଣ ଅନୁଭବ କରିପାରନ୍ତି । ଆପଣ ଏବଂ ଆପଣଙ୍କ ପ୍ରିୟଜନ ମାନଙ୍କ ସହ ମତଭେଦ ସୃଷ୍ଟି ହେବ, ଯାହାକି ଆପଣଙ୍କର ପରିବାରର ପରିବେଶ ଅସନ୍ତୁଳନ ରଖିପାରେ । ଆଜି ଆପଣଙ୍କର କାମ ସଂପୂର୍ଣ୍ଣ କରିପାରିବେ ନାହିଁ ।
ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆୟ ଅନୁସାରେ ବ୍ୟୟ କରିବା ପାଇଁ ଚେଷ୍ଟା କରନ୍ତୁ । ସମସ୍ତ କ୍ଷେତ୍ରରୁ ଲାଭ ମିଳିପାର । ଅଫିସରେ ପ୍ରଶଂସା ପାଇବେ ଏବଂ ପ୍ରିୟପାତ୍ର ହୋଇପାରନ୍ତି । ଆପଣ ଏକ ବଡ ଧରଣର ପ୍ରକଳ୍ପ ପାଇବାର ସମ୍ଭାବନା ରହିଛି କିମ୍ୱା ଏକ ରାଜିନାମା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।
କର୍କଟ: ଆପଣଙ୍କ ପାଇଁ ଆଜି ହେଉଛି ଏକ ସହଜ ଏବଂ ଖୁସୀର ଦିନ । ସବୁ ଜିନିଷ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ ଏବଂ ଲାଭ ସହଜରେ ପ୍ରବାହିତ ହେବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ଶାନ୍ତ ଏବଂ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ ।
ସିଂହ: ଆଜି, ଆପଣଙ୍କ ପାଇଁ ମଧ୍ୟମ ଭାବରେ ହସଖୁସୀର ଦିନ ହେବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ ଏବଂ ନ୍ୟସ୍ତ ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବେ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍ରୁ ଆପଣ ଲାଭ ପ୍ରାପ୍ତ ହେବ । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରନ୍ତି ଏବଂ କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୁରଦୃଷ୍ଟିର ସହିତ ସମାଧାନ କରନ୍ତି । ଧର୍ମକାର୍ଯ୍ୟ କରନ୍ତୁ ।
କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ୱପୂର୍ଣ୍ଣ ଦିନ। ଆପଣଙ୍କୁ ପ୍ରୋତ୍ସାହିତ କରାଯାଉଛି ଯେ ଆପଣ ବହୁ ପୁର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ। ବିଦେଶ ଯାତ୍ରାରେ ଯିବାର ସମ୍ଭାବନା ରହିଛି । ଆଶାନୁରୂପକ ଫଳ ମିଳିବ ।
ତୁଳା: ଆଜି ଦିନସାରା ପାଇଁ ଆପଣ ହସଖୁସୀ, ଆମୋଦପ୍ରମୋଦରେ ରହିବେ । ବହୁ ସାଂସ୍କୃତିକ କ୍ଷେତ୍ରରେ ମିଳାମିଶାରେ ଆଜି ବହୁତ ସମୟ ଅତିବାହିତ ହେବ ଏବଂ ଆପଣ ଅଭିଯୋଗ କରିବା ଆବଶ୍ୟକ ନାହିଁ । ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଲୋକ ଏବଂ ନିଜର ପୁରୁଣା ବନ୍ଧୁମାନଙ୍କ ସହିତ ମିଳନ ହୋଇପାରେ ।
ବିଛା: ଆଜି କିଛି ନୂଆ କାମ ହାତକୁ ନେଵେ। ସେ କାମଗୁଡ଼ିକ ନିଜକୁ ଆଶାନୁରୂପ ହୋଇନପାରେ । ଆଶା ହରାନ୍ତୁ ନାହିଁ କି ନିରୁତ୍ସାହିତ ହୁଅନ୍ତୁ ନାହିଁ। ସଫଳ ହେଵା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତୁ ।
ଧନୁ: ଆଜି ଆପଣ ଯାହା ଚାହିଁବେ ତାହା କରିପାରିବେ। ସକାଳ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଭ୍ରମଣ ଯୋଜନା କରୁଥିଲେ ସେଥିରୁ ନିବୃତ୍ତ ରୁହନ୍ତୁ। ପିଲାଛୁଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କର ବ୍ୟସ୍ତତାର କାରଣ ହୋଇପାରେ ।
ମକର: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ ନ କରିପାରନ୍ତି। ଏକ ଅସନ୍ତୁଳନ ପରିବାର ପରିବେଶ ଆପଣଙ୍କୁ ଭାବନାଗ୍ରସ୍ତ କରି ପକାଇପାରେ। ଆପଣ ଶକ୍ତି ଏବଂ ଇଚ୍ଛାର ଅଭାବ ଅନୁଭବ କରିପାରନ୍ତି। ଆପଣଙ୍କ ପ୍ରିୟଜନମାନକ ସହ ଯୁକ୍ତିତର୍କ ହେବାର ସମ୍ଭାବନା ରହିପାରେ, ଯାହାକି ପ୍ରତିକୂଳୀୟ ପରିବେଶ ସୃଷ୍ଟି କରିପାରେ ।
କୁମ୍ଭ: ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ। ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ । ଆପଣ ଆଜି ଭାଇଭଉଣୀମାନଙ୍କ ସହ ଯାତ୍ରାରେ ଯାଇପାରନ୍ତି। ଫଳରେ ଆପଣ ହସଖୁସିରେ ସେମାନଙ୍କ ସହ ସମୟ ବିତଇବେ। ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଏକାଠି ହେବାର ସମ୍ଭାବନା ଅଧିକ ରହିଛି ।