ETV Bharat / sukhibhava

ସଂକ୍ରମଣର ୨ବର୍ଷ ପରେ COVID ଆକ୍ରାନ୍ତଙ୍କୁ ରହିଛି ମାନସିକ ରୋଗର ଆଶଙ୍କା - ମାନସିକ ରୋଗରେ ଆକ୍ରାନ୍ତ ହୁଅନ୍ତି କି କୋଭିଡ ସଂକ୍ରମିତ

କୋଭିଡ ସଂକ୍ରମିତ କରିଥିବା ବ୍ୟକ୍ତିଙ୍କ ଠାରେ ସ୍ନାୟୁଗତ ଏବଂ ମାନସିକ ରୋଗର ଆଶଙ୍କା ଅଧିକ । ଅନୁସନ୍ଧାନକାରୀ କଲେ ସ୍ପଷ୍ଟ । ଅଧିକ ପଢନ୍ତୁ

COVID 19 ସଂକ୍ରମିତ ସ୍ନାୟୁଗତ, ମାନସିକ ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି, Study

author img

By

Published : Aug 18, 2022, 12:28 PM IST

ଲଣ୍ଡନ: COVID-19 ସମଗ୍ର ବିଶ୍ବକୁ କବଳିତ କରିବାର ଦୁଇ ବର୍ଷ ପରେ ଆସିଛି ଚିନ୍ତାଜନକ ତଥ୍ୟ । କୋଭିଡ ସଂକ୍ରମିତ କରିଥିବା ବ୍ୟକ୍ତିଙ୍କ ଠାରେ ସ୍ନାୟୁଗତ ଏବଂ ମାନସିକ ରୋଗର ଆଶଙ୍କା ଅଧିକ ରହିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଅନ୍ୟାନ୍ୟ ଶ୍ବାସକ୍ରିୟା ସମ୍ବନ୍ଧୀନ ସଂକ୍ରମଣ ତୁଳନାରେ କୋଭିଡ ସଂକ୍ରମଣରେ ଏପରି ବିପଦପୂର୍ଣ୍ଣ ତଥ୍ଯ ସାମ୍ନାକୁ ଆସିଛି । ଲାନସେଟ୍ ସାଇକିଆଟ୍ରି ପତ୍ରିକା(Lancet Psychiatry journal)ରେ ପ୍ରକାଶିତ ଖବର ଅନୁଯାୟୀ, 1.25 ମିଲିୟନରୁ ଅଧିକ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏନେଇ ସ୍ପଷ୍ଟ ହୋଇଛି ।

ଅନ୍ୟ ଶ୍ବାସକ୍ରିୟା ସମ୍ବନ୍ଧୀୟ ସଂକ୍ରମଣ ତୁଳନାରେ ବୟସ୍କମାନଙ୍କଠାରେ ଉଦାସୀନତା ଏବଂ ଚିନ୍ତାର ଆଶଙ୍କା ରହିଥାଏ ବୋଲି ଜଣାପଡିଛି । COVID-19 ମହାମାରୀ ଆରମ୍ଭ ହେବା ପରଠାରୁ ଲକ୍ଷ୍ୟ କରାଯାଇଛି ଯେ, ଯେଉଁମାନେ କୋଭିଡରୁ ନିରୋଗ ହୋଇଯାଇଛନ୍ତି ସେମାନଙ୍କ ଠାରେ ସ୍ନାୟୁଗତ ଏବଂ ମାନସିକ ଅସ୍ଥିରତା ଦେଖାଦେଉଛି । ସମାନ ଅନୁସନ୍ଧାନ ଗୋଷ୍ଠୀ ଦ୍ବାରା ପୂର୍ବ ପର୍ଯ୍ୟବେକ୍ଷଣକାରୀ ରିପୋର୍ଟରେ ଦର୍ଶାଯାଇଛି ଯେ, କୋଭିଡ ସଂକ୍ରମଣର ପ୍ରଥମ 6 ମାସରେ ଯଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କ ଠାରେ ଏହିସବୁ ସମସ୍ୟା ଅଧିକ ଦେଖାଦେଉଛି ।

ତଥାପି, ବର୍ତ୍ତମାନ ସୁଦ୍ଧା କୌଣସି ବଡ ବିପଦର ଆଶଙ୍କା କରାଯାଇ ନାହିଁ । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ପୋଲ ହାରିସନ୍ କହିଛନ୍ତି ଯେ, "ରୋଗୀ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଏହି ଅନୁସନ୍ଧାନର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି, କାରଣ ଏହା ସୂଚାଇ ଦେଉଛି ଯେ ମହାମାରୀ କମିଯିବା ପରେ COVID-19 ସଂକ୍ରମଣ ସହିତ ଜଡିତ ସ୍ନାୟୁଗତ ଅବସ୍ଥା ବିଷୟରେ ଅନେକ ସମୟ ହେବାର ସମ୍ଭାବନା ରହିଛି ।" COVID-19 ପରେ ଏପରି କାହିଁକି ହେଉଛି ଏବଂ ଏହି ଅବସ୍ଥାକୁ ରୋକିବା କିମ୍ବା ଚିକିତ୍ସା କରିବା ପାଇଁ କ’ଣ କରାଯାଇପାରିବ ସେନେଇ ମଧ୍ୟ ଅଧିକ ଅନୁଧ୍ୟାନ କରାଯାଉଛି ।

ଏହି ଅଧ୍ୟୟନରେ ଦୁଇ ବର୍ଷ ମଧ୍ୟରେ ଯୁକ୍ତରାଷ୍ଟ୍ରରୁ ଇଲେକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ରେକର୍ଡରୁ ସଂଗୃହିତ 14 ସ୍ନାୟୁଗତ ଏବଂ ମାନସିକ ରୋଗ ନିର୍ଣ୍ଣୟ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣ ଅନୁଯାୟୀ, ଯୁକ୍ତରାଷ୍ଟ୍ରର TriNetX ନେଟୱାର୍କରେ ସ୍ୱାସ୍ଥ୍ୟ ରେକର୍ଡ ଥିବା ଲୋକଙ୍କ ମଧ୍ୟରୁ 1,284,437 ଜଣଙ୍କର ଜାନୁଆରୀ 20, 2020 କିମ୍ବା ପରେ SARS-CoV-2 ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ ଏହି ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 185,748 ପିଲା, 18 ରୁ 64 ବର୍ଷ ମଧ୍ୟରେ 856,588 ବୟସ୍କ, ଏବଂ 65 ରୁ ଅଧିକ 242,101 ବୟସ୍କମାନଙ୍କ ଠାରେ ଅନ୍ୟ ଶ୍ବାସକ୍ରିୟା ଜନିତ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ଲକ୍ଷଣ ପରି ଦେଖା ଦେଇଥିଲା ।

ବିଭିନ୍ନ COVID-19 ୱେଭ୍ ଆଲଫା, ଡେଲଟା ଏବଂ ଓମିକ୍ରନରେ ମଧ୍ୟ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଉପରେ ଏହି ନିରୀକ୍ଷଣ କରାଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ, ବୟସ୍କମାନଙ୍କଠାରେ ଉଦାସୀନତା କିମ୍ବା ଚିନ୍ତା ନିରାକରଣ ହେବାର ଆଶଙ୍କା ପ୍ରାରମ୍ଭରେ SARS-CoV-2 ସଂକ୍ରମଣକୁ ବଢାଇ ଦେଇଥିଲା କିନ୍ତୁ ଅପେକ୍ଷାକୃତ ଅଳ୍ପ ସମୟ ପରେ ଅନ୍ୟ ଶ୍ବାସକ୍ରିୟା ସଂକ୍ରମଣ ପରି ସମାନ ଅବସ୍ଥାକୁ ଫେରି ଆସିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରି ଥିବାବେଳେ ଦୁଇ ବର୍ଷ ପରେ, COVID-19 ଗୋଷ୍ଠୀର ସ୍ନାୟୁଗତ ଏବଂ ମାନସିକ ଦୁର୍ବଳ ହେଉଥିବା ବ୍ୟକ୍ତି ଅନ୍ୟ ଶ୍ବାସକ୍ରିୟା ମଧ୍ୟରେ ଉଦାସୀନତା ଏବଂ ଚିନ୍ତାର ସାମଗ୍ରିକ ସମସ୍ୟାରେ ଆକ୍ରାନ୍ତ ରୋଗୀଙ୍କ ଗୋଷ୍ଠୀର ଥିଲେ । ଅର୍ଥାତ୍ ସମସ୍ୟା ଚିନ୍ତାଜନକ ନଥିଲା ।

ଅଧ୍ୟୟନରେ ସାମିଲ ଥିବା ଓକ୍ସଫୋର୍ଡ ବିଶ୍ୟବିଦ୍ୟାଳୟର ମାକ୍ସ ଟକ୍ୟୁଟ(Max Taquet) କହିଛନ୍ତି ଯେ, "ଏହା ଏକ ଖୁସି ଖବର ଯେ COVID-19 ପରେ ଉଦାସୀନତା ବା ମାନସିକ ସମସ୍ଯା ବହୁତ୍ କମ୍ ସମୟ ପାଇଁ ଦେଖା ଦେଇଥାଏ । ତେବେ ଶିଶୁମାନଙ୍କ କ୍ଷେତ୍ରରେ ସେତେଟା ରିସ୍କ ନଥାଏ । ତଥାପି, ଏହା ଚିନ୍ତାଜନକ ଯେ, COVID-19 ଦୁଇବର୍ଷ ପରେ ମଧ୍ୟ dementia(ସ୍ମୃତିଗତ ବା ମେମୋରୀ ଦୁର୍ବଳ ହେବା) and seizures(ମସ୍ତିସ୍କରେ ହଠାତ୍ ସୃଷ୍ଟି ହେଉଥିବା ବିଭ୍ରାନ୍ତି) ଭଳି ସମସ୍ୟା ଦେଖା ଦେଉଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.