ETV Bharat / sukhibhava

Cold Wave Shock: ଶୀତରେ ବଢୁଛି ହୃଦୟ-ମସ୍ତିଷ୍କ ଆଘାତ, ସପ୍ତାହରେ 98 ମୃତ

author img

By

Published : Jan 9, 2023, 11:00 AM IST

ପ୍ରବଳ ଥଣ୍ଡାରେ ଭୟଭୀତ କାନପୁର ଅଧିବାସୀ । କୋଲ୍‌ଡ ୱେଭ୍ କାରଣରୁ ସେଠାରେ ଗୋଟିଏ ସପ୍ତାହରେ ଗଲାଣି 98 ଜୀବନ(98 people died of heart attack in a week in Kanpur) । ଅଧିକ ପଢନ୍ତୁ

Cold Wave Shock
Cold Wave Shock

ଲକ୍ଷ୍ନୌ: ଚଳିତ ବର୍ଷ ଶୀତ କେବଳ ଥରାଉ ନାହିଁ, ଡରାଉଛି ମଧ୍ୟ । ଉତ୍ତର ପ୍ରଦେଶରେ ଶୀତ ଖେଳାଇଛି ଭୟର ବାତାବରଣ । ମାତ୍ର 5 ଦିନରେ ଶୀତ କାରଣରୁ ସେଠାରେ ଗଲାଣି 98 ଜଣଙ୍କ ଜୀବନ । କୋଲ୍ଡ ୱେଭ୍ ବା ଶୀତ ପ୍ରକୋପରେ ହୃଦଘାତ ଏବଂ ମସ୍ତିଷ୍କ ଆଘାତ ଯୋଗୁଁ 98 କେବଳ କାନପୁରରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି(98 people died of heart attack in a week in Kanpur) ।

ସୂଚନା ଅନୁସାରେ 98 ଜଣ ମୃତକଙ୍କ ମଧ୍ୟରୁ 44 ଜଣ ଡାକ୍ତରଖାନାରେ ପ୍ରାଣ ହରାଇ ଥିବାବେଳେ 54 ରୋଗୀଙ୍କ ଜୀବନ ଚିକିତ୍ସା ପୂର୍ବରୁ ଚାଲିଯାଇଛି । ଏହି ତଥ୍ୟ L.P.S ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଦ୍ୱାରା ଦିଆଯାଇଛି । ଲକ୍ଷ୍ମୀପାଟ ସିଙ୍ଗାନିଆ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଏବଂ କାର୍ଡିଆକ୍ ସର୍ଜରୀ, କାନପୁର ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ 723 ହୃଦ୍‌ରୋଗୀ ଡାକ୍ତରଖାନାକୁ ଜରୁରୀକାଳୀନ ଚିକିତ୍ସା ପାଇଁ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Cold wave shock: ହୃଦଘାତ ଓ ମସ୍ତିଷ୍କ ଆଘାତରେ ଗୋଟିଏ ଦିନରେ 25 ମୃତ

ଶନିବାର ପ୍ରବଳ ଥଣ୍ଡା ରୋଗରେ ପୀଡିତ ହୋଇ 14 ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ ହୃଦରୋଗ ପ୍ରତିଷ୍ଠାନରେ ଚିକିତ୍ସା ସମୟରେ 6 ଜଣଙ୍କର ଜୀବନ ଯାଇଥିଲା । ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ପହଞ୍ଚିବା ପୂର୍ବରୁ 8 ଜଣଙ୍କର ମୃତ୍ୟୁ ଘଟି ସାରିଥିବା ରିପୋର୍ଟ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ସହରର SPS ହାର୍ଟ ଇନଷ୍ଟିଚ୍ୟୁଟରେ 14 ରୋଗୀଙ୍କ ମୃତ୍ୟୁ ଘଟିଛି । ମୋଟ 604 ରୋଗୀ ହୃଦ୍‌ରୋଗ ପ୍ରତିଷ୍ଠାନରେ ଚିକିତ୍ସିତ ହେଉଛନ୍ତି । ଏଥିମଧ୍ୟରେ 54 ନୂତନ ଏବଂ 27 ପୁରୁଣା ରୋଗୀ ଅଛନ୍ତି ।

ହୃଦରୋଗ ନିର୍ଦ୍ଦେଶକ ବିନୟ କୃଷ୍ଣ କହିଛନ୍ତି ଯେ, ଥଣ୍ଡା ପାଗରେ ହଠାତ୍ ରକ୍ତଚାପ ବୃଦ୍ଧି ପାଇବା ଏବଂ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ହୃଦଘାତ ଏବଂ ମସ୍ତିଷ୍କ ଆଘାତ ଆସିଥାଏ । ତେଣୁ ଏହି ପାଗରେ ରୋଗୀଙ୍କୁ ଶୀତରୁ ରକ୍ଷା କରାଯିବା ଉଚିତ । ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (KGMU)ର ଜଣେ ଅଧ୍ୟାପିକା କହିଛନ୍ତି, "ଥଣ୍ଡା ପାଗରେ କେବଳ ବୟସ୍କ ବ୍ୟକ୍ତି ହୃଦଘାତର ଶିକାର ହୋଇନାହାନ୍ତି ବରଂ କିଶୋର କିଶୋରୀମାନେ ମଧ୍ୟ ହୃଦଘାତର ଶିକାର ହୋଇଛନ୍ତି । ବୟସ ନିର୍ବିଶେଷରେ ସମସ୍ତେ ସଚେତନ ରହିବା ଉଚିତ୍ ।" ନିଜକୁ ଗରମ ଚିକିତ୍ସାରେ ରଖିବା ସହ ଯଥାସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.