ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, ଦିନକୁ ୫୦ ସିଢି ଚଢିଲେ କମ ହେବ ହୃଦୟ ରୋଗର ଆଶଙ୍କା !

author img

By ETV Bharat Odisha Team

Published : Oct 2, 2023, 11:40 AM IST

Updated : Oct 2, 2023, 12:38 PM IST

ସିଢି ଚଢିଲେ କମ ହେବ ହୃଦୟ ରୋଗର ଆଶଙ୍କା । ଦୈନିକ ୫୦ ସିଢି ଚଢିବା ଆବଶ୍ୟକ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଅଧିକ ପଢନ୍ତୁ

Step up for a strong heart
Step up for a strong heart

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ମାମଲା । ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ନିକଟରେ ହାର୍ଟକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୈନିକ ୫୦ ସିଢି ଚଢିବା ଦ୍ବାରା ହୃଦୟ ରୋଗର ଆଶଙ୍କା କମ ହୋଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏନେଇ ଦି ଇଣ୍ଡିପେଣ୍ଡେଣ୍ଟରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଦୈନିକ ୫୦ ସିଢ଼ି ଚଢ଼ିବା ଦ୍ବାରା ହୃଦ୍‌ରୋଗ ଆଶଙ୍କା ପ୍ରାୟ ୨୦ ପ୍ରତିଶତ କମିଥାଏ ବୋଲି କୁହାଯାଇଛି । ତୁଳାନ ୟୁନିଭର୍ସିଟିରେ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି ।

ସିଢି ଚଢିବା ଦ୍ବାରା ହୃଦୟକୁ କେଉଁ ଫାଇଦା ହୋଇଥାଏ: ଚାପ, କରୋନାରୀ ଧମନୀ ସମ୍ବନ୍ଧୀୟ ସମସ୍ୟା ଏବଂ ଆଥେରୋସ୍କ୍ଲେରୋଟିକ୍ ହୃଦ୍‌ରୋଗ (ASCVD)ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବରେ ଅନେକ ଲୋକଙ୍କ ଜୀବନ ନେଉଛି ଏହି ରୋଗ । ଦି ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ସିଢ଼ି ଚଢ଼ିବା ଦ୍ବାରା କାର୍ଡିଓରେସ୍ପିରାଟୋରୀ ଫିଟ୍‌ନେସ୍‌ ଏବଂ ଲିପିଡ୍‌ ପ୍ରୋଫାଇଲରେ ଉନ୍ନତି ଆଣିବା ପାଇଁ ଏକ ସହଜ ଉପାୟ ଅଟେ । ଯେଉଁମାନେ ବ୍ୟାୟାମ କିମ୍ବା ଜିମ୍‌ ଯାଆନ୍ତି ନାହିଁ ସେମାନେ ଦୈନିକ ୫୦ ସିଢ଼ି ଚଢିବା ଉଚିତ ବୋଲି କୁହାଯାଇଛି । ତୁଲାନ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ଏବଂ ଟ୍ରପିକାଲ୍ ମେଡିସିନ୍‌ର ଜଣେ ପ୍ରଫେସର ଏହା କହିଛନ୍ତି । ଯଦି ହୃଦରୋଗର ଆଶଙ୍କା କମ କରିବାକୁ ଚାହାନ୍ତି ତେବେ ସିଢ଼ି ଚଢିବା ଆବଶ୍ୟକ ବୋଲି କୁହାଯାଇଛି ।

ଏହି ରିସର୍ଚ୍ଚରେ 450,000 ବୟସ୍କଙ୍କୁ ସାମିଲ କରାଯାଇଥିଲା । ହୃଦୟ ସମ୍ବନ୍ଧୀୟ ରୋଗ ଚିହ୍ନଟ କରିବା ପାଇଁ, ସମ୍ପୃକ୍ତ ଲୋକଙ୍କୁ ପ୍ରଥମେ ସେମାନଙ୍କର ହୃଦଘାତର ପାରିବାରିକ ଇତିହାସ ଏବଂ ଜେନେଟିକ ବିପଦ କାରଣ ଉପରେ ଆଧାର କରି ମୂଲ୍ୟାଙ୍କନ କରାଯାଇଥିଲା । ଲାଇଫଷ୍ଟାଇଲ ଏବଂ ସିଢି ଚଢିବାକୁ ନେଇ ସାଢେ ୧୨ ବର୍ଷ ଧରି ଅନୁଧ୍ୟାନ କରାଯାଇଥିଲା । ଏହି ରିସର୍ଚ୍ଚରେ ଏହା କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ଅଧିକ ସିଢି ଚଢନ୍ତି ସେମାନଙ୍କୁ ହୃଦଘାତର ଆଶଙ୍କା କମ ରହିଥାଏ ।

ଅଧିକ ପଢନ୍ତୁ: ଚିକିତ୍ସା ସମୟରେ କିମ୍ବା ପରେ ବ୍ୟାୟାମ କାର୍ଡିଓରେସ୍ପିରାଟୋରୀ ଫିଟନେସ ବୃଦ୍ଧି କରିଥାଏ

ଇଂଲଣ୍ଡରେ କରାଯାଇଥିଲା ରିସର୍ଚ୍ଚ: ଇଂଲଣ୍ଡର ଟିସାଇଡ୍ ବିଶ୍ୱବିଦ୍ୟାଳୟର କ୍ରୀଡା ଏବଂ ବ୍ୟାୟାମର ବରିଷ୍ଠ ଅଧ୍ୟାପକ ଡକ୍ଟର ନିକୋଲାସ୍ ବର୍ଗଙ୍କ ଅନୁଯାୟୀ, ସମତଳ ପୃଷ୍ଠରେ ଚାଲିବା ଅପେକ୍ଷା ପାହାଚ ଚଢିବା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ହୋଇଥାଏ । ସିଢି ଚଢିବା ଦ୍ବାରା ମାଂସପେଶୀର ଉପଯୋଗ, ଏକାଗ୍ରତା ଏବଂ ସନ୍ତୁଳନ ରକ୍ଷା କରିବାକୁ ପଡିଥାଏ । ସିଢି ଚଢିବା ସହ ହୃଦୟର ଗତିବିଧି ସିଧାସଳଖ ଜଡିତ । ଅଧିକ ସିଢି ଚଢିବା ଦ୍ବାରା ଲୋକମାନେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରି ଥାଆନ୍ତି । ପାହାଚ ଚଢ଼ିବା ଦ୍ବାରା ହୃଦୟର ଗତି ବା ସ୍ପନ୍ଦନ ବୃଦ୍ଧି ପାଇଥାଏ ଏବଂ ହାର୍ଟରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପହଞ୍ଚିଥାଏ । ଫଳରେ ହୃଦଘାତ, ହୃଦୟ ସମ୍ବନ୍ଧୀୟ ରୋଗ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମିଯାଏ ଏବଂ ହାର୍ଟ ସୁସ୍ଥ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2023, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.