ETV Bharat / sukhibhava

Cervical cancer: କିଶୋରୀଙ୍କୁ HPV ଭ୍ୟାକ୍ସିନ୍ ଦେବାର ଆବଶ୍ୟକତା କେତେ, ଜାଣନ୍ତୁ

author img

By

Published : Feb 18, 2023, 11:02 AM IST

ଦେଶରେ ଗର୍ଭାଶୟ ଗ୍ରୀବା କର୍କଟକୁ ରୋକିବା ପାଇଁ ପ୍ରଥମେ ସ୍ବଦେଶୀ ଟିକା ପ୍ରସ୍ତୁତ ପରେ ଏବେ ମାଗଣାରେ ବିଦ୍ୟାଳୟସ୍ତରରୁ ବାଳିକାମାନଙ୍କ ଟୀକାକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି ସରକାର । ତେବେ 9ରୁ 14 ବର୍ଷ ମଧ୍ୟରେ ଝିଅମାନଙ୍କୁ ଟୀକାକରଣ କରାଇବାର କାହିଁକି ଆବଶ୍ୟକତା ରହିଛି, ଜାଣନ୍ତୁ

HPV vaccine
HPV vaccine

ହାଇଦ୍ରାବାଦ: ଭାରତରେ ଗର୍ଭାଶୟ ଗ୍ରୀବା ଅଥବା ଜରାୟୁ କର୍କଟ, ଯାହାକୁ ସର୍ଭାଇକଲ୍ କ୍ୟାନସର କୁହାଯାଏ ଏକ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ଏହି କାରଣରୁ ପ୍ରତିବର୍ଷ ଲକ୍ଷାଧିକ ମହିଳାଙ୍କ ଜୀବନ ମଧ୍ୟ ଯାଉଛି । ଭାରତରେ ବିପଜ୍ଜନକ ଭାବେ ଦ୍ବିତୀୟରେ ଏହି କର୍କଟ ରହିଛି । ଏହାକୁ ମାତ୍ ଦେବା ପାଇଁ ପ୍ରଥମ କରି ସେରମ୍ ଇନଷ୍ଟିଚ୍ୟୁଟ୍ ସର୍ଭାଭାକ୍ କ୍ୟାନସର ଭ୍ୟାକ୍ସିନ ପ୍ରସ୍ତୁତ କରିଛି ।

ଏହି ଟିକାକୁ ବ୍ୟବହାର ଅନୁମୋଦନ ମିଳିବା ପରେ ଜୁନ୍ ମାସଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କୁ ଟିକା ଦିଆଯିବ । 9ରୁ 14 ବର୍ଷର ବାଳିକାମାନେ ଏହି ଟିକା ନେବେ । ତେବେ କାହିଁକି ବାଳିକାମାନଙ୍କୁ ଏହି ଟିକା ଦିଆଯିବ, 9ରୁ 14 ବର୍ଷ ମଧ୍ୟରେ ଟୀକାକରଣ କରାଇବାର ଆବଶ୍ୟକତା କେତେ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:-ଜରାୟୁ କର୍କଟ ରୋକିବାକୁ ସରକାରଙ୍କ ବଡ ନିଷ୍ପତ୍ତି, ସ୍କୁଲ୍‌ରେ ଦିଆଯିବ CERVAVAC Vaccine

ପ୍ରଥମତଃ କହି ରଖୁଛୁ ଯେ, ସର୍ଭାଇକଲ୍ କ୍ୟାନସର ମଲ୍ଟିପଲ୍-ରିଲେସନସିପ୍ ବା ଏକାଧିକ ଶାରୀରିକ ସମ୍ପର୍କ ସ୍ଥାପନ ଦ୍ବାରା ହୋଇଥାଏ । ଅସୁରକ୍ଷିତ ସମ୍ପର୍କ ସ୍ଥାପନ ଫଳରେ ଗର୍ଭାଶୟର ନିମ୍ନଭାଗରେ ଏହି କର୍କଟ ହୋଇଥାଏ । ବର୍ତ୍ତମାନ ସମୟରେ ଲିଭ୍-ଇନ୍ ରିଲେସନସିପ୍ ଟ୍ରେଣ୍ଡ୍ ଚାଲୁଥିବାରୁ ଏକାଧିକ ଶାରୀରିକ ସମ୍ପର୍କ ସ୍ଥାପନ ସାଧାରଣ ହୋଇଗଲାଣି । କାରଣ ଲିଭ୍-ଇନ୍‌ରେ ରହୁଥିବା ପ୍ରତ୍ୟେକ କପଲ୍ ବିବାହ କରୁନାହାନ୍ତି । ଫଳରେ ଭାରତରେ ଏହି ପ୍ରକାରର କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:- ମେନୋପଜ୍‌ ଜନିତ ଅସ୍ଥି ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ରିପୋର୍ଟ ମୁତାବକ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରିଥିବା HPV(ହ୍ୟୁମାନ୍ ପାପିଲୋମଭାଇରସ୍ ଭ୍ୟାକ୍ସିନ୍) ଏହି କର୍କଟକୁ ମାତ୍‌ ଦେବାରେ ବେଶ୍ ପ୍ରଭାବଶାଳୀ ସ୍ବାବ୍ୟସ୍ତ ହେବ । 9 ବର୍ଷରୁ ଟୀକାକରଣ କରାଯିବାର ମୁଖ୍ୟ କାରଣ ହେଉଛି ଟିକାର ପ୍ରଭାବ । ଏହି ସମୟରେ ଟୀକାକରଣ କରିବା ଫଳରେ ସର୍ଭାଇକଲ୍ କର୍କଟ ଦୂର ହେବାର ସମ୍ଭାବନା ଅଧିକ ରହିଛି । 9ରୁ 14 ବର୍ଷର ଝିଅମାନଙ୍କୁ ଟିକାର ଦୁଇଟି ଡୋଜ୍ ଦିଆଯାଏ, ଯାହା 6 ମାସ ବ୍ୟବଧାନରେ ପ୍ରୟୋଗ କରାଯାଏ । କିନ୍ତୁ ଯଦି ଏହି ବୟସରେ ଟୀକାକରଣ କରାଯାଇ ନାହିଁ, ତେବେ 15 ରୁ 26 ବର୍ଷ ବୟସରେ ମଧ୍ୟ କରାଯାଇ ପାରିବ, ମାତ୍ର ଏଥିପାଇଁ 3 ଡୋଜ୍ ଟିକା ଆବଶ୍ୟକ ।

15 ରୁ 26 ବର୍ଷ ବୟସରେ ଟୀକାକରଣ ସମୟରେ ଦୁଇ ପ୍ରକାରର ଟିକା ବ୍ୟବହାର କରାଯାଏ । ଟୀକାକରଣର ଦୁଇଟି ପଦ୍ଧତି ମଧ୍ୟରୁ ଉଭୟକୁ ପରିଚାଳନା କରାଯାଇପାରିବ । ଯଦି ଏହି ଦୁଇଟି ଟିକା ମଧ୍ୟରେ ବ୍ୟବଧାନ ବିଷୟରେ କହିବା, ତେବେ ପ୍ରଥମ ଟିକା 0-1-6 ସୂତ୍ରରେ ଦିଆଯାଏ । ଦ୍ୱିତୀୟ ପ୍ରକାରର ଟିକା 0-2-6 ସୂତ୍ରରେ କାମ କରେ । ତାହା ହେଉଛି, ପ୍ରଥମ ଡୋଜ ପରେ ଦ୍ୱିତୀୟ ଡୋଜ୍ 1 ମାସର ବ୍ୟବଧାନରେ ଏବଂ ତୃତୀୟ ଡୋଜ୍ 6 ମାସ ବ୍ୟବଧାନରେ ଦିଆଯାଏ । ଦ୍ୱିତୀୟରେ, ପ୍ରଥମ ଡୋଜର 2 ମାସ ବ୍ୟବଧାନରେ ଏବଂ ପରେ 6 ମାସ ବ୍ୟବଧାନରେ ଦିଆଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.