ନୂଆଦିଲ୍ଲୀ: ଆଲଜାଇମର ରୋଗ ନିରୂପଣ କ୍ଷେତ୍ରରେ ନୂତନ ପରୀକ୍ଷା ଆବିଷ୍କାର କଲେ ବୈଜ୍ଞାନିକ । ନ୍ୟୁରୋ ବୈଜ୍ଞାନିକଙ୍କ ଏକ ଟିମ୍ ରକ୍ତ ନମୂନା ମାଧ୍ୟମରେ ଆଲଜାଇମର ରୋଗ ନ୍ୟୁରୋଡିଜେନେରେସନ ଚିହ୍ନଟ ପାଇଁ ଏକ ପରୀକ୍ଷା ପ୍ରସ୍ତୁତ କରିଛନ୍ତି(Blood tests detecting alzheimers disease) । ନେଚର ମେଡିସିନରେ ପ୍ରକାଶିତ ଏକ ନୂତନ ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ।
ଜଣେ ଗବେଷକ କହିଛନ୍ତି ଯେ, ଏହି ରକ୍ତ ପରୀକ୍ଷା ଆଲଜାଇମର ରୋଗକୁ ଚିହ୍ନଟ କରିବା ଏବଂ ରୋଗର ବୃଦ୍ଧି ଉପରେ ନଜର ରଖିବା ପାଇଁ ସର୍ବୋତ୍ତମ ବିକଳ୍ପ ହୋଇପାରେ । ଏହାର କ୍ଲିନିକାଲ୍ ପରୀକ୍ଷା ମଧ୍ୟ ଏକ ଭିନ୍ନ ଭୂମିକା ଗ୍ରହଣ କରିପାରିବ । ସେ କହିଛନ୍ତି ଯେ, ଏହି ଅନୁସନ୍ଧାନରୁ ଜଣାପଡିଛି, ଆଲଜାଇମର ଚିହ୍ନଟ ପାଇଁ ଉଭୟ କ୍ଲିନିକାଲ୍ ସେଟିଂ ଏବଂ ଟ୍ରାଏଲ୍ ସେଟିଂରେ ରୋଗୀଙ୍କୁ ବିଶେଷ ଭାବରେ ନଜର ରଖିବା ପାଇଁ ଫସଫୋ-ଟିଏୟୁ 217 ଏକ ଉତ୍କୃଷ୍ଟ ପରୀକ୍ଷା ଭାବରେ ବ୍ୟବହାର କରାଯାଇପାରିବ ।
ଏହା ମଧ୍ୟ ପଢନ୍ତୁ:- ସହଜ ହେବ ଆଲଜାଇମର ରୋଗ ଚିହ୍ନଟ, ଜାଣନ୍ତୁ କ'ଣ ଏହି ଟେକ୍ନଲୋଜି
ଅନ୍ୟପଟେ ଏକ ରିପୋର୍ଟ ଅନୁସାରେ, ଆଲଜାଇମର ରୋଗର ପ୍ରାଥମିକ ଅବସ୍ଥାକୁ ଚିହ୍ନଟ କରିବା ପାଇଁ ଏକ ନୂତନ ଜ୍ଞାନକୌଶଳ ବିକାଶ କରୁଛନ୍ତି ଅନୁସନ୍ଧାନକାରୀ ଟିମ୍ । ଏହି ଅନୁସନ୍ଧାନକାରୀ ଦଳ 'ଡୁଆଲ୍ ମୋଡ୍ ବ୍ରେନ୍ ସେନ୍ସିଂ ଡିଭାଇସ୍' ବିକଶିତ କରୁଛନ୍ତି, ଯାହା ଆଲଜାଇମର ରୋଗକୁ(Alzheimer's disease) ଶୀଘ୍ର ଏବଂ ପ୍ରଭାବଶାଳୀ ଭାବରେ ଚିହ୍ନଟ କରିଥାଏ ବୋଲି ଏକ ନୂତନ ରିପୋର୍ଟରେ କୁହାଯାଇଛି(This new technology aims to detect early-stage Alzheimer's) ।
ଅଲଜାଇମର ରୋଗ କ’ଣ?
ଅଲଜାଇମର ରୋଗ ହେଉଛି ଏକ ମସ୍ତିଷ୍କ ଡିସ୍ଅର୍ଡର, ଏହାକୁ 'ଭୁଲା ରୋଗ' ମଧ୍ୟ କୁହାଯାଏ । ପ୍ରାୟ 60 ବର୍ଷ ବୟସରେ ଏହି ରୋଗ ହୋଇଥାଏ । ଏହି ରୋଗର ଲକ୍ଷଣ ମଧ୍ୟରେ ସ୍ମୃତିଶକ୍ତି ହ୍ରାସ, କୌଣସି ନିଷ୍ପତ୍ତି ନେବାରେ ସକ୍ଷମ ନହେବା, କହିବାରେ ଅସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି କାରଣରୁ, ରୋଗୀ ସାମାଜିକ ଏବଂ ପାରିବାରିକ ସମସ୍ୟାର ଗମ୍ଭୀର ପରିସ୍ଥିତି ଦେଇ ଗତି କରିବା ଆରମ୍ଭ କରନ୍ତି ।
ଏହି ରୋଗ ପାଇଁ ବର୍ତ୍ତମାନ କୌଣସି ସ୍ଥାୟୀ ଉପଚାର ଉପଲବ୍ଧ ହୋଇନାହିଁ । ଏହାକୁ କେବଳ ଔଷଧ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ । ଚିକିତ୍ସା ମାଧ୍ୟମରେ ଏହି ରୋଗର ଗତି ମଧ୍ୟ ହ୍ରାସ କରାଯାଇପାରେ । ସବୁଠୁ ବଡ କଥା ହେଉଛି କି, ପ୍ରାରମ୍ଭିକ ପର୍ଯାୟରେ ରୋଗ ଚିହ୍ନଟ ହୋଇପାରିଲେ ନିୟନ୍ତ୍ରଣ ସହଜ ହୋଇଥାଏ ।