ପିଠି ଯନ୍ତ୍ରଣା ପୀଡାଦାୟକ ହେବା ସହ ଭାରି ବିରକ୍ତିଜନକ । ବିଶେଷକରି ଦୈନିକ କାର୍ଯ୍ୟକଳାପ ଓ ଅଫିସ କାମ ବେଳେ ଯଦି ନିୟମିତ ପିଠିଯନ୍ତ୍ରଣା ହୁଏ, ତାହା ହେଲେ ଏହା ସଂପୃକ୍ତ ବ୍ୟକ୍ତି ପାଇଁ ଉଦବେଗରକାରଣ ପାଲଟିଥାଏ । ପରିସ୍ଥିତି ଏମିତ ହୁଏ ଯେ, ସଂପୃକ୍ତ ଜୀବନଶୈଳୀ ବି ବଦଳି ଯାଇପାରେ । ପିଠି ଯନ୍ତ୍ରଣା ଆଜିକାଲି ଏକ ମୁଖ୍ୟସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ପିଠି ଯନ୍ତ୍ରଣା ବାବଦରେ ଅଧିକ ଜାଣିବା ପାଇଁ ଇଟିଭ ଭାରତ ସୁଖିଭବଃ ଟିମ୍ ଫିଜିଓଥେରାପିଷ୍ଟ ତଥା ଅଲଟେରନେଟିଭ ମେଡିସିନ ପ୍ରାକ୍ସିସନର ଓ ଯୋଗ ଶିକ୍ଷକ ଡକ୍ଟର ଜାହ୍ନବୀ କଥ୍ରାନିଙ୍କ ସହ ଆଲୋଚନା କରିଥିଲା । ଆମ ଶରୀରରେ ମେରୁହାଡଗୁଡିକ ଅତି ସମ୍ବେଦନଶୀଳ । ସେଗୁଡିକ ଏପରି ଏକ ଢାଂଚାରେ ଖଂଜା ହୋଇଥାଏ ଯେ, ବୋଝ ପଡିଲେ ବା ଭାରାକ୍ରାନ୍ତ ହେଲେ ଏହାର ସନ୍ତୁଳନ ରହେନାହିଁ । ତେଣୁ ପିଠି ଯନ୍ତ୍ରଣା ହୋଇଥାଏ । ବିଶ୍ରାମ ନେଲା ବେଳେ ଓଚଳପ୍ରଚଳ ହେଲେ ପିଠି ଯନ୍ତ୍ରଣା ହୁଏ, ଯାହା ବି ବେଶ୍ ଅସହ୍ୟ ହୋଇଥାଏ ।
ପିଠି ଯନ୍ତ୍ରଣା କାହିଁକି ହୁଏ ?
ଭାରି କାମ, ଦୁର୍ବଳତା ଓ ଏପରିକି ଗତିହୀନ ଜୀବନଶୈଳୀ ପିଠିକୁ ପ୍ରଭାବିତ କରିଥାଏ । ଏଥିପାଇଁ ପିଠି ଯନ୍ତ୍ରଣା ଦେଖା ଦେଇଥାଏ । ମାଂସପେଶୀ ଓ ପିଠି ଲିଗାମେଂଟ୍ ଆଘାତପ୍ରାପ୍ତ ହେଲେ ବି ଯନ୍ତ୍ରଣାହୋଇଥାଏ । ଶାରିରୀକ ଦୁର୍ବଳତା ମଧ୍ୟ ପିଠି ଯନ୍ତ୍ରଣାର ଅନ୍ୟ ଏକକାରଣ । କ୍ଲାନ୍ତିଜନିତ ଅଧିକ ଶାରିରୀକ କାର୍ଯ୍ୟକଳାପ ଓ ଦୁର୍ବଳ ପିଠିମାଂସପେଶୀ ସହ ପୋଷକ ତତ୍ତ୍ୱର ଅଭାବ ମଧ୍ୟ ପିଠି ଜନିତ ସମସ୍ୟାର କାରଣ ହୋଇଥାଏ । ଆହୁରି ମଧ୍ୟ ଦେଖାଯାଇଛି ଯେ. କମ୍ ପାଣି ପିଇଲେ ବି ଜଣେ ପିଠି ଯନ୍ତ୍ରଣାର ସମ୍ମୁଖୀନ ହୁଏ । ଇମୋସନାଲ ଷ୍ଟ୍ରେସ୍ଓ ମାନସିକ ଅବସାଦ ଦ୍ୱାରା ପିଠି ମାଂସପେଶୀରେ କ୍ଲାନ୍ତି ସୃଷ୍ଟି ହୁଏ,ଯାହା କି ପିଠି ଯନ୍ତ୍ରଣାର କାରଣ ହୋଇଥାଏ । ଏପରିକି ଅତି ଉତ୍କଣ୍ଠା ଓ ବ୍ୟଗ୍ରତା ଯୋଗୁଁ ମଧ୍ୟ ପିଠି ଯନ୍ତ୍ରଣାର କାରଣ ପାଲଟିଥାଏ ।
ସୁସ୍ଥ ପିଠି କ’ଣ ?
ପିିଠି ଏଲାଇନମେଂଟ୍ ଠିକ୍ ରହିବା ଦରକାର । କାନ୍ଧ ଓ ବେକରୁତଳ ପିଠି ମିସଏଲାଇନମେଂଚ ନ ହେବା ଦରକାର । ପିଠିମାଂସପେଶୀ ଦୃଢ ରହିବା ଦରକାର । କାରଣ ଏହି ମାଂସପେଶୀଗୁଡିକଶରୀରର ମାଂସପେଶୀ ଢାଂଚାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାଶରୀରରେ ମୁଖ୍ୟ ସ୍ଥିତି ସୃଷ୍ଟି କରେ । ମାଂସପେଶୀରେ କୌଣସିଦୁର୍ବଳତା ପିଠ ଯନ୍ତ୍ରଣାର କାରଣ ହୋଇଥାଏ । ଏକ ଫିଟ୍ ପିଠି ପାଇଁ ଆବଶ୍ୟକ ପରିମାଣର ପୋଷକ ବି ଦରକାର । ଭଲ ରକ୍ତ ସଂଚାଳନ ଓଶରୀରକୁ ଯଥେଷ୍ଟ ଅମ୍ଲଜାନ ପ୍ରବେଶ କଲେ ପିଠି ସୁସ୍ଥ ରହେ । କିନ୍ତୁଏହାକୁ ଅନେକ ସମୟରେ ଅଣଦେଖା କରାଯାଏ ।ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ଯକୃତ, ଲିମ୍ଫାଟିକ୍ ଓ ଅନ୍ୟ ସିଷ୍ଟମକୁ ଅଡୁଆରେ ପକାଏ । ଠିକ୍ ସମୟରେ ସଫା ନ ହେଲେ ଶରୀରର ମସକ୍ୟୁଲେଟର ଓ ଗଣ୍ଠିରେ ଏଗୁଡିକ ଜମା ହୋଇଯାଏ । ଏଥିପାଇଁ ମଧ୍ୟ ପିଠି ଯନ୍ତ୍ରଣା ହୋଇଥାଏ ।
ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କ’ଣ କରିବାକୁ ପଡିବ ?
- ଫିଜିଓଥେରାପି: ପିଠି ପାଇଁ କେତୋଟି ବ୍ୟାୟାମ କରିବାକୁ ପଡିବ । ଷ୍ଟ୍ରେଚିଂ ସେସନ ସହ ପିଠିକୁ ଶକ୍ତ ରଖିବା ପାଇଁ ବ୍ୟାୟାମ କରିବାକୁପଡିବ । ମେରୁହାଡର ପ୍ରତ୍ୟେକ ଅଂଶ ଓ ଲିଗାମେଂଟ ଉପରେ ଫୋକସ କରିବା ଜରୁରୀ । ପିଠିର ଅପର ପାଶ୍ୱର୍କୁ ମଧ୍ୟ ଫୋକସରେ ରଖିବା ଦରକାର । ତଳିପିଠି ଅଂଚଳ ବି ଫିଟ୍ ରହିବା ଅବଶ୍ୟକ ।
- ଯୋଗ: ବିଭିନ୍ନ ଯୋଗାସନ ଦ୍ୱାରା ମଧ୍ୟ ପିଠି ଯନ୍ତ୍ରଣାରୁ ମୁକ୍ତିମିଳିପାରିବ ।
- ଅକ୍ୟୁପସେନାଲ ସହାୟତା ଓ ପୋଷଣ ପରାମର୍ଶ ପାଇଁପେଷାଦାରମାନଙ୍କ ସହ ପରାମର୍ଶ କରନ୍ତୁ ।