ହାଇଦ୍ରାବାଦ: ଆଜିକାଲି ଅଧିକ ଲାଲ ହୋଇଯାଇଛି ଟମାଟୋ । ଦର ଆକାଶଛୁଆଁ । ଯାହାର ପ୍ରଭାବରେ ଖାଇବା ପ୍ଲେଟରୁ ଗାୟବ ହୋଇଯାଇଛି ଲାଲ ଟମାଟୋ । କିନ୍ତୁ ଯେତେବେଳେ ଟମାଟୋ ଶସ୍ତା ରହିଥିଲା ଏହା ପ୍ରତ୍ୟେକ ପନିପରିବା ତରକାରୀରେ ସାମିଲ ହେଉଥିଲା । ଲୋକମାନେ ଚଟନି ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରି ଏହାକୁ ଖାଉଥିଲେ । ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । କିନ୍ତୁ ଆୟୁର୍ବେଦରେ କୁହାଯାଇଛି ଯେ, ଯଦି ଆପଣଙ୍କ ଶରୀର କିଛି ସମସ୍ୟା ରହିଛି ତେବେ ଏହା ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଯନ୍ତ୍ରଣା ବୃଦ୍ଧି ହେବା ସହ ରୋଗ ମଧ୍ୟ ସାଂଘାତିକ ହୋଇପାରେ। ତେବେ ଜାଣନ୍ତୁ କେଉଁ ରୋଗ ହେଲେ ଟମାଟୋ ଖାଇବା ଉଚିତ୍ ନୁହେଁ ।
- ଆଥ୍ରାଇଟିସ ବା ଆଣ୍ଠୁ ଯନ୍ତ୍ରଣା: ଆର୍ଥ୍ରାଇଟିସ୍ ବା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ଅବସ୍ଥା ଯାହା ଗଣ୍ଠିରେ ଯନ୍ତ୍ରଣା ଏବଂ ପ୍ରଦାହ ସୃଷ୍ଟି କରେ । ଆୟୁର୍ବେଦର ବିଶେଷଜ୍ଞମାନେ ଆର୍ଥ୍ରାଇଟିସ୍ରୋଗରେ ପୀଡିତ ରୋଗୀଙ୍କୁ ଟମାଟୋ ନଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ଗ୍ୟାସ୍ ଏବଂ ଏସିଡିଟି ସମସ୍ୟା ରହିଥିବା ବ୍ୟକ୍ତିମାନେ ମଧ୍ୟ ଟମାଟୋ ଠାରୁ ଦୂରେଇ ରହିବା ଭଲ । ବିଶେଷ କରି କଞ୍ଚା ଟମାଟୋ ଠାରୁ ଦୂରେଇ ରହିବା ଉଚିତ ।
- କିଡନୀ ଷ୍ଟୋନ: ଯଦି କାହାର କିଡନୀରେ ଷ୍ଟୋନ ରହିଛି, ତେବେ ଭୁଲରେ ମଧ୍ୟ ଟମାଟୋ ଖାଇବା ଉଚିତ୍ ନୁହେଁ । ଏହାର କାରଣ ହେଉଛି ଟମାଟୋରେ ରହିଥିବା କ୍ୟାଲସିୟମ୍ ଅକ୍ସାଲେଟ୍ । ଏହା କିଡନୀରେ ଷ୍ଟୋନ ତିଆରି କରିବା ପାଇଁ କାମ କରେ । ଟମାଟୋ ମଞ୍ଜି ପେଟରେ ହଜମ ହୁଏ ନାହିଁ ଏବଂ କିଡନୀରେ ଆସି ଜମା ହୋଇଯାଇଥାଏ । ଯେଉଁ କାରଣରୁ ଷ୍ଟୋନ ସମସ୍ୟାରେ ଆହୁରି ଜଟିଳତା ହୋଇପାରେ ।
- ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ: ଋତୁସ୍ରାବ ସମୟରେ କିଛି ମହିଳାଙ୍କର ଅଧିକ ରକ୍ତସ୍ରାବ ହୋଇଥାଏ। ଏହି ସମୟରେ କିଛି ଲୋକ କହନ୍ତି ଟମାଟେ ଖାଇଲେ ରକ୍ତର ପରିମାଣ ବୃଦ୍ଧି ପାଇବ। କିନ୍ତୁ ଆୟୁର୍ବେଦରେ ଏହାକୁ ଭୁଲ ପ୍ରମାଣିତ କରାଯାଇଛି । ଯେଉଁ ମହିଳାଙ୍କର ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହୁଏ, ସେମାନେ ଟମାଟୋରୁ ଦୂରେଇ ରହିବା ଉଚିତ୍। ଏପରିକି ଟମାଟୋ ସସ ମଧ୍ୟ ଖାଇବାକୁ ବାରଣ କରାଯାଇଛି । ଏହା ଦ୍ବାରା ରକ୍ତସ୍ରାବ ଆହୁରି ଅଧିକ ହୋଇପାରେ ବୋଲି କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: Alternatives of Tomato: ଟମାଟୋ ବଦଳରେ ଖାଇପାରିବେ ଏହି ଖାଦ୍ୟ, ସ୍ବାଦ ଏକଦମ ସମାନ
- ଗ୍ୟାସ, ଏସିଡିଟି ଏବଂ ଅଲସର: ଆୟୁର୍ବେଦ ଅନୁଯାୟୀ, ଗ୍ୟାସ-ଏସିଡିଟି ସମସ୍ୟାରେ ମଧ୍ୟ ଟମାଟୋ ଖାଇବା ଉଚିତ୍ ନୁହେଁ । ଏହାକୁ ଖାଇବା ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ ଫଳରେ ଗ୍ୟାନ ଏବଂ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଶୋଇବା ସମୟରେ ଛାତି ଜଳାପୋଡା ହୋଇଥାଏ ।
- ଚର୍ମ ଆଲର୍ଜି: ଯଦି ଆପଣ ଚର୍ମ ଆଲର୍ଜି କିମ୍ବା ଶରୀରରେ କୁଞ୍ଚନ ସମସ୍ୟା ରହିଛି ତେବେ ଟମାଟୋ ଠାରୁ ଦୂରେଇ ରହିବା ଉଚିତ୍ । ଏହା ବିପଜ୍ଜନକ ହୋଇପାରେ । ଟମାଟୋ, ଆଳୁ, ବାଇଗଣ, ସାଇଟ୍ରସ୍ ଫଳ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସମସ୍ୟା ହୋଇଥାଏ । ଫଳରେ ଶରୀରର କିଛି ଅଂଶ ଲାଲ ପଡିବା ସହିତ କୁଣ୍ଡେଇ ମଧ୍ୟ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ