ETV Bharat / sukhibhava

ସାମାନ୍ୟ ଅସୁସ୍ଥତାରେ ଖାଆନ୍ତୁନି ଆଣ୍ଟିବାୟୋଟିକ୍: ICMR

author img

By

Published : Nov 28, 2022, 11:14 AM IST

ସାମାନ୍ୟ ଶାରୀରିକ ସମସ୍ୟାରେ ଆଣ୍ଟିବାୟୋଟିକ୍ ଗ୍ରହଣ ନ କରିବାକୁ ICMR(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ)ର ପରାମର୍ଶ(Avoid antibiotics for low-grade fever) । ଡାକ୍ତରମାନଙ୍କୁ ମଧ୍ୟ ଆଣ୍ଟିବାୟୋଟିକ୍ ଲେଖିବା ସମୟରେ ସମୟସୀମା ଅନୁସରଣ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସାମାନ୍ୟ ଅସୁସ୍ଥତାରେ ଆଣ୍ଟିବାୟୋଟିକ୍ ଗ୍ରହଣଠୁ ଦୂରେଇ ରୁହନ୍ତୁ: ICMR

ନୂଆଦିଲ୍ଲୀ: ସାମାନ୍ୟ ଥଣ୍ଡା-ଜ୍ବର କିମ୍ବା ବିନ୍ଧା-ଛିଟିକାରେ ଅଧିକାଂଶ ଲୋକେ ଆଣ୍ଟିବାୟୋଟିକର ବହୁଳ ବ୍ୟବହାର କରନ୍ତି । ଯଦି ଏହି ତାଲିକାରେ ଆପଣ ଅଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ଅନାବଶ୍ୟକସ୍ଥଳେ ଆଣ୍ଟିବାୟୋଟିକର ବହୁଳ ବ୍ୟବହାରକୁ ରୋକିବା ପାଇଁ ଗାଇଡ୍‌ଲାଇନ୍ ଆଣିଛି ICMR(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) । ସାମାନ୍ୟ ଜ୍ୱର ଏବଂ ଭାଇରାଲ୍ ବ୍ରୋଙ୍କାଇଟିସ୍ ଭଳି ପରିସ୍ଥିତିରେ ଆଣ୍ଟିବାୟୋଟିକ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶନାମାରେ ଜାରି କରାଯାଇଛି ।

ଏଥିସହ ଡାକ୍ତରମାନେ ଆଣ୍ଟିବାୟୋଟିକ ଲେଖିବା ସମୟରେ ଏକ ସମୟସୀମା ଅନୁସରଣ କରିବାକୁ ପରାମର୍ଶ ଦେଇଛି ICMR । ICMR ଗାଇଡଲାଇନରେ ଦର୍ଶାଯାଇଛି ଯେ, ଚର୍ମ ଏବଂ ସଫ୍ଟ(କୋମଳ) ଟିସୁ ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକ୍ ପାଞ୍ଚ ଦିନ, କମ୍ୟୁନିଟି ଆକ୍ୟୁଆର୍ଡ ନିମୋନିଆରେ ପାଞ୍ଚ ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ପାଇଁ ଆଠ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ପ୍ରେସ୍‌କ୍ରାଇବ୍ କରାଯାଇପାରିବ । ଗାଇଡଲାଇନରେ ଆହୁରି ମଧ୍ୟ କୁହାଯାଇଛି ଯେ, "ଜ୍ୱର, ପ୍ରୋକାଲସିଟୋନିନ୍ ସ୍ତର, ଡବ୍ଲୁବିସି ଗଣନା(WBC counts), କଲ୍ଚର୍ କିମ୍ବା ରେଡିଓଲୋଜି ଉପରେ ଅନ୍ଧ ଭାବରେ ନିର୍ଭର କରିବା ପରିବର୍ତ୍ତେ ସଂକ୍ରମଣର ନିରାକରଣ ପାଇଁ କ୍ଲିନିକାଲ୍ ସିଣ୍ଡ୍ରୋମ୍ ସହିତ ମେଳ ଖାଉଥିବା ରୋଗ ସମ୍ବନ୍ଧୀୟ ରୋଗ ବିଷୟରେ ଭବିଷ୍ୟବାଣୀ କରିବାରେ କ୍ଲିନିକାଲ୍ ଚିକିତ୍ସା ଆମକୁ ସାହାଯ୍ୟ କରେ ।"

ଏଥିରେ ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଏମ୍ପିରିକ୍ ଆଣ୍ଟିବାୟୋଟିକ୍ ଥେରାପି ସୀମିତ ବୋଲି ଦର୍ଶାଯାଇଛି । ସାଧାରଣତ ଏମ୍ପେରିକ୍ ଆଣ୍ଟିବାୟୋଟିକ୍ ଥେରାପି କେବଳ ଗୁରୁତର ସେପସିସ୍ ଏବଂ ସେପ୍ଟିକ୍ ଶକ୍, କମ୍ୟୁନିଟି ଆକ୍ୟୁଆର୍ଡ ନିମୋନିଆ, ଭେଣ୍ଟିଲେଟର ଆକ୍ୟୁଆର୍ଡ ନିମୋନିଆ ଏବଂ ନେକ୍ରୋଟାଇଜିଂ ଫାସାଇଟିସ୍ ରୋଗୀଙ୍କ ପାଇଁ ଚୟନ କରାଯାଇଥାଏ । ତେଣୁ, ଏମ୍ପିରିକ୍ ଥେରାପି ଯଥାର୍ଥ କିମ୍ବା ଡି-ଏସ୍କାଲେଟ୍ ହୋଇପାରିବ କି ନାହିଁ ଆକଳନ କରିବା ପରେ ଥେରାପିର ଅବଧି ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି ।

ଜାନୁୟାରୀ 1 ରୁ ଡିସେମ୍ବର 31, 2021 ମଧ୍ୟରେ କରାଯାଇଥିବା ଏକ ICMR ସର୍ଭେରେ କୁହାଯାଇଛି ଯେ, ନିମୋନିଆ ଏବଂ ସେପ୍ଟିସେମିଆ ଇତ୍ୟାଦି ଚିକିତ୍ସା ପାଇଁ ଆଇସିୟୁ ସେଟିଙ୍ଗରେ ବ୍ୟବହୃତ ଏକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ କାର୍ବାପେନେମ୍ ବ୍ୟବହାର ଦ୍ବାରା ଅଧିକ ରୋଗୀ ଉପକୃତ ହୋଇପାରିବେ ନାହିଁ । କାରଣ ସେମାନେ ଆଣ୍ଟି-ମାଇକ୍ରୋବାୟଲ୍ ପ୍ରତିରୋଧ ବିକଶିତ କରିଛନ୍ତି । ଅର୍ଥାତ୍ ଆମ ଶରୀରରେ ଥିବା କେତେକ ଭଲ ବ୍ୟାକ୍ଟେରିଆ ଏହି କାରଣରୁ ନଷ୍ଟ ହୋଇଯାଉଛନ୍ତି । ଫଳରେ ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆଙ୍କ ବୃଦ୍ଧି ଘଟୁଛି ।

ଯାହାଦ୍ୱାରା ଉପଲବ୍ଧ ଆଣ୍ଟିବାୟୋଟିକର ଆବଶ୍ୟକତା ଥିବା ସମୟରେ ତାହା ପ୍ରଭାବ ପକାଇ ପାରୁନାହିଁ । ଇ-କୋଲି ବ୍ୟାକ୍ଟେରିଆ ଦ୍ବାରା ହେଉଥିବା ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଇମିପେନେମ ପ୍ରତିରୋଧ 2016 ରେ 14 ପ୍ରତିଶତରୁ 2021 ରେ 36 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ICMR ରିପୋର୍କ କରିଛି । ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ସରେ ଜୀବାଣୁଙ୍କର ସମ୍ବେଦନଶୀଳତା ହ୍ରାସ ହେବାର ଧାରା ମଧ୍ୟ କ୍ଲେବସିଏଲା ନିମୋନିଆରେ ଦେଖାଯାଉଛି, କାରଣ ଏହା 2016 ରେ 65% ରୁ 2020 ରେ 45% କୁ ହ୍ରାସ ପାଇଥିଲା ଏବଂ 2021 ରେ 43% ରହିଥିଲା । ତେଣୁ ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ ଗ୍ରହଣକୁ ବାରଣ କରିଛି ICMR ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.