ETV Bharat / sukhibhava

Immunity boosting foods: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ

author img

By

Published : Nov 3, 2022, 1:04 PM IST

ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନୋ ସିଷ୍ଟମ୍‌ ଦୃଢ ରହିଲେ ଅଧିକାଂଶ ରୋଗ ହେବାର ଆଶଙ୍କା ନଥାଏ । ତେଣୁ ପ୍ରତିରକ୍ଷା ପ୍ରଣାଳୀ ଦୃଢ କରିବା ପାଇଁ ପ୍ରଭାବୀ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେଣୁ କେଉଁ ସବୁ ଖାଦ୍ୟରେ ଇମ୍ୟୁନିଟି(Immunity boosting foods) ଦୃଢ ହୋଇଥାଏ ଜାଣନ୍ତୁ ।

Immunity boosting foods: ପ୍ରତିରକ୍ଷା ପ୍ରଣାଳୀ ଦୃଢ କରିବା ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ
Immunity boosting foods: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ

ହାଇଦ୍ରାବାଦ: ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନୋ ସିଷ୍ଟମ୍‌ ଦୃଢ ରହିବା କେତେ ଆବଶ୍ୟକ ତାହା ଆମକୁ ନିଶ୍ଚିତ ରୂପେ କୋଭିଡ-19 ମହାମାରୀ ଶିଖାଇଛି । ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ସାହାଯ୍ୟରେ ଅନେକ ପ୍ରକାରର ସଂକ୍ରମଣ ଏବଂ ଗମ୍ଭୀର ରୋଗକୁ ସହଜରେ ରୋକାଯାଇପାରିବ । ତେଣୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ, ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ଏଥିପାଇଁ ଏକ ଉପଯୁକ୍ତ ଖାଦ୍ୟ ଏବଂ ନିତ୍ୟକର୍ମ ରଖିବା ଆବଶ୍ୟକ । ସଠିକ୍ ଖାଦ୍ୟ ଖାଇବା କେବଳ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ନାହିଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, "ସମସ୍ତ ବୟସର ବ୍ୟକ୍ତି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଉପରେ ଧ୍ୟାନ ଦେବା ଉଚିତ୍ । ଏଥିପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ । ସେହି ଜିନିଷଗୁଡ଼ିକରୁ ଅଧିକରୁ ଅଧିକ ଖାଆନ୍ତୁ, ଯେଉଁଥିରୁ ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ଏବଂ ପ୍ରୋଟିନ୍ ଅନ୍ୟ ପୋଷକ ତତ୍ତ୍ୱ ମିଳିପାରିବ(Immunity boosting foods) ।" ତେବେ କେଉଁ ଖାଦ୍ୟରେ ଏହିସବୁ ଗୁଣ ରହିଛି, ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।

ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସପ୍ଲିମେଣ୍ଟ ଖାଇବା ଅପେକ୍ଷା ଖାଦ୍ୟ ଉପରେ ଧ୍ୟାନ ଦେବା ଅଧିକ ଲାଭଦାୟକ ହୋଇପାରେ । ତେଣୁ ସ୍ବାସ୍ଥ୍ୟ ଉପକାରୀ ଖାଦ୍ୟ ନିୟମିତ ଖାଇବା ଉଚିତ୍ ।

ଭିଟାମିନ୍-ସିରେ ଭରପୂର ଖାଦ୍ୟ ଖାଆନ୍ତୁ:-

ପ୍ରତିରକ୍ଷା ପ୍ରଣାଳୀ ପାଇଁ ଭିଟାମିନ୍-ସି ସବୁଠାରୁ ଜରୁରୀ ଏବଂ ଉପକାରୀ ବୋଲି ବିବେଚନା କରାଯାଏ । ଶ୍ବେତ ରକ୍ତ କଣିକାର ଉତ୍ପାଦନ ବୃଦ୍ଧିରେ ଏଗୁଡିକ ସହାୟକ ହୋଇଥାଏ, ଯାହା ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରିଥାଏ । ପ୍ରାୟ ସମସ୍ତ ସାଇଟ୍ରସ୍ ଫଳଗୁଡ଼ିକରେ ଭିଟାମିନ୍-ସି ଭରପୂର ଥାଏ । କମଳା, ଲେମ୍ବୁ, ଧଣିଆ ପତ୍ର ପରି ଫଳ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବାରେ ତଥା ଗୁରୁତର ରୋଗର ବିପଦରୁ ରକ୍ଷା କରିବାରେ ସହାୟକ ହୋଇପାରେ ।

ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ:-

ପାଳଙ୍ଗ, ବ୍ରୋକଲି ପରି ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ପନିପରିବାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍(ଏ, ସି, ଇ), ମିନେରାଲ୍ସ ଏବଂ ଫାଇବର ଭରପୂର ଥାଏ । ଏହି ପୋଷକ ତତ୍ତ୍ୱ ସଂକ୍ରମଣ ପ୍ରତିରୋଧ ପାଇଁ ଆମର ପ୍ରତିରକ୍ଷା ପ୍ରଣାଳୀର କ୍ଷମତାକୁ ବଢାଇଥାଏ । ଶରୀର ଦ୍ୱାରା ଆବଶ୍ୟକ ହେଉଥିବା ଅଧିକାଂଶ ପୋଷକ ତତ୍ତ୍ୱ ସବୁଜ ପନିପରିବା ଖାଇବା ଦ୍ୱାରା ସହଜରେ ମିଳିପାରିବ । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ଅଧିକ ସବୁଜ ପନିପରିବା ଖାଉଛନ୍ତି, ସେମାନଙ୍କର ଅସୁସ୍ଥ ହେବାର ଆଶଙ୍କା କମ୍ ଥାଏ ।

ମସଲା ଦ୍ରବ୍ୟ ବଢାଏ ରୋଗ ପ୍ରତିରୋଧକ ଶକ୍ତି:-

ଭାରତୀୟ ମସଲା ଯେପରିକି ହଳଦୀ, ଲବଙ୍ଗ, କଳା ଲଙ୍କା, ଚିନାବାଦାମ ଇତ୍ୟାଦି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ବେଶ୍ ପ୍ରଭାବୀ । ଏଗୁଡ଼ିକ ଶରୀରକୁ ଶୁଦ୍ଧ କରିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇଥାଏ । ହଳଦୀରେ ମିଳୁଥିବା କର୍କ୍ୟୁମିନ୍ ଶରୀରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଭାବ ପକାଇଥାଏ ।

କର୍କ୍ୟୁମିନ୍ ଏକ ପ୍ରତିରକ୍ଷା ବୃଦ୍ଧିକାରୀ ଭାବରେ ବିବେଚନା କରାଯାଏ ଏବଂ ଏହା ଏକ ଆଣ୍ଟିଭାଇରାଲ୍ ଭାବରେ ମଧ୍ୟ କାର୍ଯ୍ୟ କରେ । ସେହିଭଳି ଅନ୍ୟ ମସଲାରେ ମଧ୍ୟ ଅନେକ ଗୁଣ ଥିବା ଦେଖାଯାଇଛି ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଦୁଗ୍ଧଜାତ ଦ୍ରବ୍ୟ ଅଧିକ ସେବନ କରନ୍ତୁ:-

ଦହି, କ୍ଷୀର, ପନିର ପରି ଦୁଗ୍ଧଜାତ ଦ୍ରବ୍ୟରେ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଦହି ପ୍ରୋବାୟୋଟିକ୍ସର ଏକ ଉତ୍ତମ ଉତ୍ସ ଭାବରେ ଜଣାଶୁଣା, ଯାହା ହଜମ ପ୍ରକ୍ରିୟାକୁ ବଜାୟ ରଖିବା ପାଇଁ ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରିଥାଏ । କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ପ୍ରୋବୋଟିକ୍ସ, ପ୍ରୋଟିନ୍ ଏବଂ ଭିଟାମିନ୍ ଯୋଗାଇ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଏହାକୁ ନିୟମିତ ଖାଇବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.