ETV Bharat / state

ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ, 2 ଅଟକ - ସୁନ୍ଦରଗଡ଼ରେ ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ

ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକ ପଢ଼ନ୍ତୁ

women shot by hunter in sundargarh
ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ, 2 ଅଟକ
author img

By

Published : Mar 7, 2022, 7:02 AM IST

ସୁନ୍ଦରଗଡ଼: ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲରେ ବାରହା ଭାବି ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଲେ ଶିକାରୀ। ଶିକାରୀଙ୍କ ଗୁଳି ମାଡରେ ସଂପୃକ୍ତ ଯୁବତୀ ଜଣଙ୍କ ଗୁରୁତର ଆହାତ ହୋଇଥିବାବେଳେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଉକ୍ତ ଯୁବତୀ ଜଣଙ୍କ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ସେହି ସମୟରେ ଶିକାରୀ ବାରହା ଭାବି ମହିଳାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଆହତ ଯୁବତୀଙ୍କ ସହ ଯାଇଥିବା ମହିଳାମାନେ ତାଙ୍କୁ ଉଦ୍ଧାର କରି ଲମଟି ଗାଁକୁ ନେବା ପରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆହତ ଯୁବତୀ ଜଣଙ୍କ ଉର୍ବଶୀ ନାଏକ(୧୮) ହୋଇଥିବା ଜଣାପଡ଼ିଛି। ସେ ବିରବିରା କଲେଜର ଛାତ୍ରୀ ବୋଲି ସୂଚନା ମିଳିଛି। ତେବେ ଶିକାରୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗ୍ରାମବାସୀ ଧରି ଧରୁଆଡିହି ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଉଭୟଙ୍କୁ ଥାନାରେ ଅଟକ ରଖି ମୁଖ୍ୟ ଅଭିଯୁକ୍ତକୁ ଖୋଜୁଥିବା ଜଣାପଡ଼ିଛି।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.