ସୁନ୍ଦରଗଡ: ନିକଟରେ ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ଜଣେ ସାମ୍ବାଦିକା । ଯିଏକି, ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ବନ୍ଧା ହୋଇଥିଲେ । ଏବେ ଆଉ ଜଣେ ସାମ୍ବାଦିକଙ୍କ କଳା କାରନାମା ସାମ୍ନାକୁ ଆସିଛି । ଲଭ୍, ସେକ୍ସ ଓ ଧୋକା ମାମଲାରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ରୋମିଓ ସାମ୍ବାଦିକ । ପ୍ରତାରିତା ପ୍ରେମିକା ଜଣକ ଝାରସୁଗୁଡା ବଡମାଳ ପୋଲିସ ନିକଟରେ ଅଭିଯୋଗ ପରେ ସମ୍ପୃକ୍ତ ଯୁବ ରିପୋର୍ଟରଙ୍କୁ ରାଉରକେଲାରୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଅଭିଯୁକ୍ତ ଓ ଯୁବତୀ ପରସ୍ପରକୁ ଫେସବୁକରେ ଭେଟିଥିଲେ । ଫେସବୁକରୁ ସୃଷ୍ଟି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ପରେ ରିପୋର୍ଟର ଜଣକ ଯୁବତୀଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଅର୍ଥ ଲୁଟ୍ କରିବା ପରେ ଆଉ ଧରାଛୁଆଁ ଦେଇନଥିଲା ଅଭିଯୁକ୍ତ । ବୁଧବାର ପୋଲିସ ଅଭିଯୁକ୍ତ ରିପୋର୍ଟରକୁ ରାଉରକେଲାର ଗିରଫ କରିଛି । ଅଭିଯୁକ୍ତ ଜଣକ ଏକ ୱେବ ଚ୍ୟାନେଲର ରିପୋର୍ଟର ହୋଇଥିବା ଜଣାପଡିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର ଓ ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ