ETV Bharat / state

ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ, 18 ଜୁଆଡି ଗିରଫ

author img

By

Published : Apr 5, 2021, 7:49 PM IST

ସୁନ୍ଦରଗଡ ଜିଲ୍ଲା ହେମଗିର ପୋଲିସ ଗତକାଲି ରାତିରେ ଏକ ନିର୍ଦ୍ଧିଷ୍ଟ ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି 18 ଜଣ ଜୁଆଡିଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଜବତ ହୋଇଥିବା ସାମଗ୍ରୀ
ଜବତ ହୋଇଥିବା ସାମଗ୍ରୀ

ସୁନ୍ଦରଗଡ: ଜୁଆ ଆଡ୍ଡା ଉପରେ ହେମଗିର ପୋଲିସର ଅତର୍କିତ ଚଢାଉ । ସୁନ୍ଦରଗଡ ଜିଲ୍ଲା ହେମଗିର ପୋଲିସ ଗତକାଲି(ରବିବାର) ରାତିରେ ଏକ ନିର୍ଦ୍ଧିଷ୍ଟ ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି 18 ଜଣ ଜୁଆଡିଙ୍କୁ ଗିରଫ କରିଛି ।

ଜବତ ହୋଇଥିବା ବାଇକ
ଜବତ ହୋଇଥିବା ବାଇକ

ଏହାସହ ସେମାନଙ୍କ ନିକଟରୁ ଗୋଟିଏ କାର, 7ଟି ମୋଟର ସାଇକେଲ, 2ଟି ସ୍କୁଟି, ଗୋଟିଏ ବୁଲେଟ, 19ଟି ମୋବାଇଲ ଫୋନ ଓ 4ଟି କାର୍ଡ ସହ 1 ଲକ୍ଷ 76 ହଜାର ଟଙ୍କା ଜବତ ହୋଇଛି । ରବିବାର ରାତିରେ ଏନେଇ ହେମଗିର ପୋଲିସକୁ ସୂଚନା ଆସିଥିଲା । ବିଳମ୍ବିତ ରାତିରେ ଏହି ଧରପଗଡ ହେବାରୁ ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ଜବତ ହୋଇଥିବା ସାମଗ୍ରୀ
ଜବତ ହୋଇଥିବା ସାମଗ୍ରୀ

ହେମଗିର ଥାନା ଅନ୍ତର୍ଗତ କନିକା ରେଲୱେ ସାଇଡିଂ ନିକଟ ଉତ୍ତମ ଦେ ଓରଫ ଗୋପୁ ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମହାଉସରେ ଏହି ଜୁଆ ଖେଳ ଚାଲିଥିବାବେଳେ ଏହି ସମୟରେ ଅତର୍କିତ ଚଢାଉ କରିଥିଲା ପୋଲିସ ।

ଏହି ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣଙ୍କ ଘର ସୁନ୍ଦରଗଡ ଜିଲ୍ଲାରେ ହୋଇଥିବାବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଘର ଝାରସୁଗୁଡା ଜିଲ୍ଲା ବୋଲି ହେମଗିର ପୋଲିସ କହିଛି । ଆଜି(ସୋମବାର) ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.