ETV Bharat / state

ରାଉରକେଲାରେ ଉଦଘାଟିତ ହେଲା ‘ସୁଦକ୍ଷ' ପ୍ରଶିକ୍ଷଣ କେନ୍ଦ୍ର - Rourkela news

ସୁନ୍ଦରଗଡ ପରେ ଏବେ ରାଉରକେଲାରେ ଉଦଘାଟିତ ହେଲା ସୁଦକ୍ଷ କୋଚିଂ କେନ୍ଦ୍ର । ଅଧିକ ପଢନ୍ତୁ...

ରାଉରକେଲାରେ ଉଦ୍ଘାଟିତ ହେଲା ‘ସୁଦକ୍ଷ ’  ପ୍ରଶିକ୍ଷଣ କେନ୍ଦ୍ର

author img

By

Published : Feb 4, 2021, 8:18 PM IST

ରାଉରକେଲା: ସୁନ୍ଦରଗଡ ପରେ ଏବେ ରାଉରକେଲାରେ ଉଦଘାଟିତ ହେଲା ସୁଦକ୍ଷ କୋଚିଂ କେନ୍ଦ୍ର। କୋଏଲ ନଗର ଠାରେ ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟିତ କରିଛନ୍ତି ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନାରଓ୍ବାଣେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗନର କମିଶନର ଦିବ୍ୟଜ୍ୟୋତି ପରିଡା ମଧ୍ୟ ଉପସ୍ଥିତ ଥିଲେ । ରାଉରକେଲା ସମେତ ସୁନ୍ଦରଗଡରୁ ଏହି କେନ୍ଦ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମୁକ୍ତ ପ୍ରଶିକ୍ଷଣର ସୁଯୋଗ ପାଇପାରିବେ । ଏଥିରେ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ଓ ନିଯୁକ୍ତି ସମ୍ବଳିତ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ସୁନ୍ଦରଗଡ ଜିଲ୍ଲାର +2 ଓ +3 ପାଠ ପଢା ସମ୍ପୂର୍ଣ୍ଣ କରିସାରିଥିବା ଓ ଉଚ୍ଚଶିକ୍ଷା ପାଇଁ ଅର୍ଥାଭାବରୁ ବଞ୍ଚିତ ହୋଇଥିବା ପିଲାମାନଙ୍କ ପାଇଁ ଏହି ମୁକ୍ତ ପ୍ରଶିକ୍ଷଣ କେନ୍ଦ୍ର ବେଶ ଉପଯୋଗୀ ହୋଇ ପାରିବା ନେଇ ଆଶା ପ୍ରକଟ କରାଯାଉଛି । ଏହି ପ୍ରଶିକ୍ଷଣ ବୃତ୍ତି ଭିତ୍ତିକ ପ୍ରଶିକ୍ଷଣ ହୋଇଥିବାରୁ ତାହା ସେମାନଙ୍କ ନିଯୁକ୍ତି ଦିଗରେ ମଧ୍ୟ ଫଳପ୍ରଦ ହୋଇ ପାରିବ । ଏହି କେନ୍ଦ୍ରରେ ନିଯୁକ୍ତି ଉପଯୋଗୀ ପରୀକ୍ଷା ପାଇଁ ପିଲାମାନଙ୍କୁ ପ୍ରଶିକ୍ଷିତ କରାଯିବାକୁ ଥିବାବେଳେ ଏଥିରେ ସାଧାରଣ ଜ୍ଞାନ, ରିଜୋନିଂ, ଗଣିତ , କମ୍ପ୍ୟୁଟର ଯୋଗାଯୋଗ, ବ୍ୟକ୍ତିତ୍ବ ବିକାଶ ଆଦି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

ପ୍ରଶିକ୍ଷଣ ସହିତ ପିଲାମାନଙ୍କ ପାଇଁ ସାପ୍ତାହିକ ପରୀକ୍ଷା, ମକ ଇଣ୍ଟର୍ଭ୍ୟୁ ଇତ୍ୟାଦି ମଧ୍ୟ ରହିବ । ଯାହା ପିଲାଙ୍କ ଦକ୍ଷତା ସହ ବ୍ୟକ୍ତିତ୍ବ ବିକାଶରେ ବେଶ ସହାୟକ ହେବ ବୋଲି କହିଛନ୍ତି । ଏହି ଅବସରରେ ଜଣେ ଛାତ୍ର କହିଛନ୍ତି ଯେ ସମ୍ବଳ ଅଭାବ ଓ ପରିବାର ଆର୍ଥିକ ସ୍ବଚ୍ଛଳତା ନ ଥିବା କାରଣରୁ ସେ ପାଠପଢାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଏହି ଯୋଜନା ଆଧାରରେ ସେ ପାଠ ପଢିବାର ପୁଣି ସୁଯୋଗ ପାଇବାକୁ ଯାଉଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.