ETV Bharat / state

ମିଳିଲାନି ପ୍ରାପ୍ୟ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ - ସୁନ୍ଦରଗଡ଼ ପୌରପାଳିକା କାର୍ଯ୍ୟାଳୟ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ

ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ । ଜଣେ ନିର୍ଦ୍ଦିଷ୍ଟ ଯନ୍ତ୍ରୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

sundargarh municipal office gherao by self help group members
ମିଳିଲାନି ପ୍ରାପ୍ୟ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ
author img

By

Published : Feb 15, 2022, 10:20 PM IST

ସୁନ୍ଦରଗଡ଼: ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ । ଜଣେ ନିର୍ଦ୍ଦିଷ୍ଠ ଯନ୍ତ୍ରୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସୁନ୍ଦରଗଡ଼ ପୌରପାଳିକା ୱାର୍ଡ ନମ୍ବର ୧୮ ଓ ୧୯ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ମିଳିଲାନି ପ୍ରାପ୍ୟ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ

ସରକାରଙ୍କ ଓମେନ ଏମପାୱାରମେଣ୍ଟ ଯୋଜନାରେ ମ୍ୟୁନିସିପାଲିଟର ବିଭିନ୍ନ କାମ କରିଥିଲେ ସୁଦ୍ଧା ଏଯାଏଁ ମୂଳ ଧନ ପାଇପାରି ନଥିବା ଅଭିଯୋଗ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା । ସହର ସୌନ୍ଦର୍ଯ୍ୟକରଣ, ବୃକ୍ଷ ରୋପଣ, ଗଳି ରାସ୍ତା ଉନ୍ନତିକରଣ ପରି ବିଭିନ୍ନ କାମ କରିଛନ୍ତି । କାମ ନିର୍ଦ୍ଧିଷ୍ଟ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲେ ସୁଦ୍ଧା ସଂପୃକ୍ତ ଯନ୍ତ୍ରୀଙ୍କ ଲାଞ୍ଚ ନେବା ମନୋବୃତ୍ତି ଯୋଗୁଁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଲାଭ ତ ଦୂରର କଥା ସେମାନଙ୍କ ମୂଳଧନ ମଧ୍ୟ ମିଳି ପାରିନାହିଁ ।

ବର୍ଷବର୍ଷ ଧରି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ନିଜର ପ୍ରାପ୍ୟ ପାଇଁ ସଂପୃକ୍ତ ଯନ୍ତ୍ରୀଙ୍କ ନିକଟକୁ ଧାଉଁଥିଲେ ସୁଦ୍ଧା କିଛି ଲାଭ ହେଉନି । କାମ କମ ହୋଇଛି, କାମ ଠିକ୍‌ ହୋଇନି, ଟଙ୍କା କମ୍‌ ଖର୍ଚ୍ଚ ହୋଇଥିବା ଆଳ ଦେଖାଇ 2 ବର୍ଷ ହେଲା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ ହୋଇଛି । ଯନ୍ତ୍ରୀ ଜଣକ ସଠିକ ବିଲ୍‌ ପାସ କରୁ ନ ଥିବା କଥା କହିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ।

ଏନେଇ ମ୍ୟୁନିସିପାଲିଟର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡି ଦୌଡି ନିରାଶ ହେବାପରେ ପୁଣିଥରେ ମ୍ୟୁନିସିପାଲିର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଙ୍କର ଅଭିଯୋଗ ଓ ଆପତ୍ତି ଜଣାଇଛନ୍ତି । ସେପଟେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସମସ୍ୟା ଶୁଣିବାପରେ ସମାଧାନ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.