ETV Bharat / state

ଦୁଇ ଗୋଡ ହରାଇ ବି ଆତ୍ମନିର୍ଭରଶୀଳ, ଏମିତି ଦୀପକଙ୍କ ସଂଘର୍ଷ କାହାଣୀ - ରାଉରକେଲା ଖବର

ଦିବ୍ୟାଙ୍ଗ ହୋଇ ବି ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି ରାଉରକେଲାର ଦୀପକ ରାୟ । ଟ୍ରେନ ଦୁର୍ଘଟଣାରେ ନିଜର 2ଟି ଗୋଡ ହରାଇବା ପରେ ବି ନିଜ ପରିବାରକୁ ଚଳାଉଛନ୍ତି ସେ ।

ଦୀପକଙ୍କ ସଂଘର୍ଷର କାହାଣୀ
ଦୀପକଙ୍କ ସଂଘର୍ଷର କାହାଣୀ
author img

By ETV Bharat Odisha Team

Published : Dec 4, 2023, 3:05 PM IST

ଦୀପକଙ୍କ ସଂଘର୍ଷର କାହାଣୀ

ରାଉରକେଲା: ଦିବ୍ୟାଙ୍ଗ ହୋଇ ବି ସକ୍ଷମ ଦୁର୍ଘଟଣାରେ ଚାଲିଗଲା ଦୁଇ ଗୋଡ଼, କିନ୍ତୁ ଜୀବନ ଯୁଦ୍ଧରେ ହାରି ନଯାଇ ଚାଲିଛି ସଂଘର୍ଷ । ଗୋଡ ନଥିଲେ ବି ହାତରେ ବଳ ଲଗାଇ ନିଜକୁ ଆଗକୁ ନେଉଛନ୍ତି । ଜୀବନ ଯୁଦ୍ଧରେ ସଂଘର୍ଷ କରି ନିଜକୁ ନିଜ ଆତ୍ମବିଶ୍ବାସ ସହ ନିଜକୁ ଛିଡ଼ା କରି ନିଜ ପରିବାରର ପ୍ରତିପୋଷଣ କରୁଛନ୍ତି । ଏହି ସଂଘର୍ଷମୟ କାହାଣୀ ହେଉଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ଦୀପକ କୁମାର ରାୟଙ୍କର ।

ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରରେ ରହୁଥିବା ଦୀପକ କୁମାର ରାୟ ପରିବାର ଆର୍ଥିକ ସ୍ଥିତି ଠିକ ନଥିବାରୁ ଅଳ୍ପ ବୟସରୁ ପରିବାରର ବୋଝ ନିଜ ମୁଣ୍ଡକୁ ନେଇଥିଲେ । ନିଜ ପରିବାର ପ୍ରତିପୋଷଣ କରିବା ଲାଗି ଚେନ୍ନାଇରେ କରୁଥିଲେ କାମ । 2004 ମସିହାରେ ରାଉରକେଲାରୁ ଚେନ୍ନାଇ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ବବଳି ଷ୍ଟେସନରେ ଟ୍ରେନ ଅଟକିଥିଲା ଓ ପାଣି ଆଣିବା ପାଇଁ ଟ୍ରେନରୁ ଓହ୍ଲାଇଥିଲେ ଦୀପକ । ଆଉ ଟ୍ରେନ ଛାଡିବା ବେଳକୁ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ବେଳେ ଗୋଡ଼ ଖସିଯିବାରୁ ଟ୍ରେନ ଟ୍ରାକରେ ପଡିଯାଇଥିଲେ । ତେବେ ଦୁର୍ଘଟଣା ପରେ 8 ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ଦୀପକ । କିନ୍ତୁ ଗୋଡ ଦୁଇଟିକୁ ସବୁଦିନ ପାଇଁ ହରାଇ ବସିଥିଲେ ।

ଏହାମଧ୍ୟ ପଢନ୍ତୁ..ଯାଆଁଳା ଭଉଣୀ ଗଙ୍ଗା-ଯମୁନା, ବଞ୍ଚିବାକୁ ଅହରହ କରୁଛନ୍ତି ସଂଘର୍ଷ

ଏହାପରେ ପରିବାର ଓ ନିଜକୁ ପୋଷିବାକୁ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷ । ଆନ୍ଧ୍ରପ୍ରଦେଶରେ 4 ବର୍ଷ ଧରି କାମ କରିବା ପରେ ପରିବାରକୁ ଠିକ ଭାବେ ଚଳାଇପାରିନଥିଲେ ସେ । ଏହାପରେ ଆସିଥିଲେ ରାଉରକେଲା । କାହା ଉପରେ ନିର୍ଭର ନକରି ସ୍ୱଳ୍ପ ଟଙ୍କାରେ ରାଉରକେଲାରେ କରିଥିଲେ ଏକ ଛୋଟ ଦୋକାନ । ସେହି ଦୋକାନ ହିଁ ତାଙ୍କ ପରିବାର ଓ ତାଙ୍କୁ ଏକ ନୂଆ ଜୀବନ ଦେଇଥିଲା । ତେବେ 10 ବର୍ଷ ହେବ ଦୋକାନ କରି ସ୍ୱାବଲମ୍ବୀ ହୋଇ ନିଜେ ଚଳାଇ ଆସୁଛନ୍ତି ପରିବାର ।

ତେବେ ଏନେଇ ଦୀପକ କହିଛନ୍ତି, "ଦିବ୍ୟାଙ୍ଗ ହେଉଛି ସିଏ, ଯିଏ ନିଜର ଅନ୍ତର୍ନିହିତ ଶକ୍ତିକୁ ଜାଣି ପାରିଛି ଏବଂ ନିଜ ଶରୀରର କୌଣସି ଏକ ଅଙ୍ଗକୁ ହରାଇ ମଧ୍ୟ ଜୀବନର ଏହାର ପ୍ରଭାବ ପଡ଼ିବାକୁ ଦେଇନାହିଁ ।" ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇ କହିଛନ୍ତି,"ଯେଉଁମାନେ ଦିବ୍ୟାଙ୍ଗ ଅଛନ୍ତି ସେମାନେ ହାରି ଯାଆନ୍ତୁନି କି ପଛଘୁଞ୍ଚା ଦିଅନ୍ତୁନି, ଥକି ଯାଆନ୍ତୁନି । ପରିସ୍ଥିତିକୁ ସାମ୍ନା କରନ୍ତୁ ଏବଂ ଦେଖିବେ ଦିନେ ପରିସ୍ଥିତି ହାର ମାନିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.