ETV Bharat / state

କୁହୁଡି କାଳ: ହାଇୱାକୁ ଧକ୍କା ଦେଲା ବସ, ୨ ମୃତ ୧୦ରୁ ଅଧିକ ଆହତ - ମର୍ମନ୍ତୁଦ ସଡକ ଦୁର୍ଘଟଣା

ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାନ୍ଦିପୋଷ ନିକଟରେ ରାସ୍ତାରେ ଛିଡା ହୋଇଥିବା ହାଇଓ୍ବାକୁ ଶକ୍ତ ଧକ୍କା ଦେଲା ବସ । ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ସୂଚନା । ଅଧିକ ପଢନ୍ତୁ

road accident in Chandiposh
road accident in Chandiposh
author img

By

Published : Mar 27, 2023, 8:44 AM IST

Updated : Mar 27, 2023, 9:28 AM IST

ହାଇୱାକୁ ଧକ୍କା ଦେଲା ବସ

ରାଉରକେଲା: କାଳ ସାଜିଲା କୁହୁଡି । ରାସ୍ତା ଦେଖାନଯିବାରୁ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାନ୍ଦିପୋଷ ନିକଟରେ ଛିଡା ହୋଇଥିବା ହାଇଓ୍ବାକୁ ଧକ୍କା ଦେଲା ପ୍ରଭା ନାମକ ବସ । ଆଜି(ସୋମବାର) ଭୋର ୪ଟା ସମୟରେ ଏହି ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ୨ଜଣ ମୃତ୍ୟୁ ହୋଇଥିବା ବେଳେ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୮ରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି ।

ହସ୍ତଗତ ହୋଇଥିବା ସୂଚନାଅନୁସାରେ, ବସ୍‌ଟି ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ରାଉରକେଲା ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏକ ହାଇଓ୍ବା ଗାଡିଟି ଚାନ୍ଦିପୋଷ ନିକଟରେ ଖୁସବୁ ଢ଼ାବା ପାଖରେ ଛିଡା ହୋଇଥିଲା । ତେବେ ରାସ୍ତା ଦେଖାନଯିବା କାରଣରୁ ହାଇଓ୍ବାକୁ ଶକ୍ତ ଧକ୍କା ଦେଇଥିଲା ବସ । ଦୁର୍ଘଟଣା ଏତେ ସାଂଘାତିକ ରହିଥିଲା ଯେ, ଦୁର୍ଘଟଣା ପରେ ବସର ଆଗଭାଗ ସମ୍ପୁର୍ଣ୍ଣ ଛାରଖାର ହୋଇଯାଇଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ 10ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ଦୁର୍ଘଟଣାରେ କିଛି ଜଣଙ୍କ ହାତ ଗୋଡ ଶରୀରରୁ ଅଲଗା ହୋଇ ରାସ୍ତାରେ ପଡିଥିବା ଦେଖାଯାଇଛି । ତେବେ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୮ରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତକ ହେଲେ ପ୍ରଭା ବସର ଡ୍ରାଇଭର ମାଲିକ ସତ୍ୟ ପ୍ରକାଶ ନାୟକଙ୍କ ସହ ଜଣେ ୧୩ ବର୍ଷର ନାବାଳିକା ଆଶ୍ରିତା ଟୁଡୁ । ତେବେ ଆହତଙ୍କ ମଧ୍ୟରେ କିଛି ନାବାଳିକ ରହିଥିବା ବେଳେ ମୃତ ଆଶ୍ରିତାଙ୍କ ମାଆଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶଥାଉକି, ଗତକାଲି(ରବିବାର)ରାଉରକେଲାର ବର୍ଷା ହୋଇଥିଲା । ତେବେ ଆଜି ଭୋରରୁ ଘନ କୁହୁଡି ହୋଇଥିଲା । କୁହୁଡି ଯୋଗୁଁ ହାଇଓ୍ବା ମଧ୍ୟ ଭୁଲ ରାସ୍ତାରେ ଛିଡା ହୋଇଯାଇଥିଲା । ଅନ୍ୟପଟେ ବସଟି ଦ୍ରୁତ ବେଗରେ ଆସୁଥିବାରୁ ହାଇଓ୍ବା ଛିଡା ହୋଇଥିବା ନେଇ ଡ୍ରାଇଭର ଦେଖିପାରି ନଥିଲେ । ଫଳରେ ଏତେ ବଡ ଦୁର୍ଘଟଣା ଘଟିଗଲା ।

ଇଟିଭି ଭାରତ, ରାଉରକେଲା

Last Updated : Mar 27, 2023, 9:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.