ରାଉରକେଲା: ପୁଣି ରାଜ୍ୟ ପାଇଁ ଗର୍ବ ଆଣିବାକୁ ଯାଉଛନ୍ତି ରାଉରକେଲା ଯୁବକ । ଗୋଟିଏ ମାସରେ ସବୁଠାରୁ ଅଧିକ ମାରାଥନ ଦୌଡ଼ରେ କରୁଛନ୍ତି ବିଶ୍ବ ରେକର୍ଡ । ଆସନ୍ତା ତିରିଶ ଦିନ ମଧ୍ୟରେ ୩୩ ମାରାଥନ ଦୌଡ଼ିବେ ଯାହା ୧୪୦୦ କିଲୋମିଟର ରହିଛି । ସାରା ବିଶ୍ବରେ ରାଉରକେଲା ନିଜର ସ୍ବତନ୍ତ୍ର ପରିଚୟ ତିଆରି କରି ସାରିଛି । ଆଉ ଏବେ ସୁମିତ ସିଂଙ୍କ ପାଇଁ ସହରର ସମ୍ମାନ ବଢିବାକୁ ଯାଉଛି ।
ରାଉରକେଲା ମାଟି ଏହି ଦେଶକୁ ଦେଇଛି କାହିଁ କେତେ ଯେ ଅବଦାନ । ବିଗତ ଦିନରେ କ୍ରୀଡ଼ା ବ୍ୟତୀତ ଅନ୍ୟାନ କ୍ଷେତ୍ରରେ ମଧ୍ଯ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ରାଉରକେଲାର ସନ୍ତାନ । ଏବେ ପୁଣି ଜଣେ ରାଉରକେଲାର ଯୁବକ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ୧୪୦୦ କିଲୋମିଟର ମାରାଥନ ଦୌଡ଼ରେ ଗିନିଜ୍ ବୁକ୍ ଅଫ୍ ରେକର୍ଡ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ରାଉରକେଲା ସହରର ଯୁବକ ସୁମିତ ସିଂ। ବର୍ତ୍ତମାନ ସୁମିତ ଗିନିଜ୍ ବୁକ୍ ଅଫ୍ ରେକର୍ଡ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ସେହି ରେକର୍ଡ ହେଉଛି "Most Marathon Complete in a month" ଅର୍ଥାତ ଗୋଟିଏ ମାସରେ ସବୁଠାରୁ ଅଧିକ ମାରାଥନ ଦୌଡ଼ ଦୌଡ଼ିବାରେ ରେକର୍ଡ ।
ଏହି ନିଆରା ରେକର୍ଡ ପାଇଁ ଆଗେଇ ଆସିଛନ୍ତି ରାଉରକେଲା ସହରର ବାସନ୍ତୀ କଲୋନୀ ଅଞ୍ଚଳର ସୁମିତ ସିଂ । ସେ କହିଛନ୍ତି ଯେ ଏହି ଗୋଟିଏ ମାସ ମଧ୍ୟରେ ସବୁଠାରୁ ଅଧିକ ମାରାଥନ ଦୌଡ଼ରେ ସେ 30 ଦିନ ମଧ୍ୟରେ ୩୩ଥର ମାରାଥନ ଦୌଡିବେ। ପ୍ରତ୍ୟକ ଦିନ ପ୍ରାୟ ୪୨ କିଲୋମିଟର ମାରାଥନ ଦୌଡ଼ ଦୌଡ଼ିବେ ସୁମିତ । ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ରାଉରକେଲା ଉଦିତନଗର ପଡ଼ିଆରେ ମାରାଥନ ଦୌଡ଼ ଦୌଡ଼ିବେ । ଏଭଳି ଭାବରେ ୩୩ ଦିନ ମଧ୍ୟରେ ମୋଟ ୧୪୦୦ କିଲୋମିଟର ମାରାଥନ ଦୌଡ଼ ଦୌଡ଼ିବେ ସୁମିତ ସିଂ।
ଖାଲି ରେକର୍ଡ ନୁହେଁ ଲୋକଙ୍କୁ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ନେଇ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ସୁମିତ । ଫିଟ୍ ରହିବା ପାଇଁ ଉତ୍ସାହିତ କରୁଛନ୍ତି । ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ଗୋଟିଏ ମାସରେ ସବୁଠାରୁ ଅଧିକ ମାରାଥନ ଦୌଡ଼ରେ ରେକର୍ଡ ଲକ୍ଷ୍ୟ ରଖିଛନ୍ତି ସୁମିତ ସିଂ। ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜ୍ୟ ଏବଂ ରାଜ୍ୟ ବାହାରେ ମାରାଥନ ଦୌଡ଼ରେ ଭାଗ ନେଇ ବିଜୟୀ ହୋଇଛନ୍ତି ସୁମିତ ସିଂ । ଅଗମୀ 30ଦିନ ଯାଏଁ ଏଭଳି ଭାବରେ ପ୍ରତ୍ୟେକ ଦିନ ୪୨.୨ କିଲୋମିଟର ମାରାଥନ ଦୌଡ଼ ଦୌଡ଼ିବେ ସୁମିତ ।