ETV Bharat / state

ନାଳ ନର୍ଦ୍ଦମା ପାଣିରେ ଭାସୁଛି ଚକାଚକ୍‌ ରାଉରକେଲା, ଡେଙ୍ଗୁ ଆଶଙ୍କାରେ ସହରବାସୀ

author img

By

Published : Jul 16, 2023, 7:39 PM IST

ରାଉରକେଲା ମହାନଗର ନିଗମର ପୋଲ ଖୋଲିଛି ବସ୍ତି ଅଞ୍ଚଳ । ସହରର ପ୍ରମୁଖ ସ୍ଥାନ ଗୁଡ଼ିକୁ ଚକାଚକ୍‌ କରାଯାଉଥିବା ବେଳେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା କାରଣରୁ ଡେଙ୍ଗୁ ଆଶଙ୍କାରେ ରହିଛନ୍ତି ବସ୍ତିବାସିନ୍ଦା । ଅଧିକ ପଢ଼ନ୍ତୁ

ଡେଙ୍ଗୁ ଆଶଙ୍କାରେ ରାଉରକେଲାବାସୀ
ଡେଙ୍ଗୁ ଆଶଙ୍କାରେ ରାଉରକେଲାବାସୀ
ଡେଙ୍ଗୁ ଆଶଙ୍କାରେ ରାଉରକେଲାବାସୀ

ରାଉରକେଲା: ସାରା ରାଜ୍ୟରେ ଡେଙ୍ଗୁ ଏବେ କାୟା ବିସ୍ତାର କରୁଛି । ପଛରେ ପଡ଼ିନି ରାଉରକେଲା । ସହରବାସୀଙ୍କୁ ମଧ୍ୟ ଘାରିଲାଣି ଡେଙ୍ଗୁ ଭୟ । ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା ହେଉଥିବା ଯୋଗୁଁ ଲୋକଙ୍କୁ ଘାରିଲାଣି ଡେଙ୍ଗୁ ଭୟ । ବିହିତ ପଦକ୍ଷେପ ନେବାକୁ ଲୋକେ ଦାବି କରୁଥିବା ବେଳେ ସେପଟେ ସମସ୍ତ ପଦକ୍ଷପ ନିଆଯାଉଥିବା କହିଛନ୍ତି ସିଟି ସ୍ବାସ୍ଥ୍ୟ ଅଧିକାରୀ ।

ରାଉରକେଲାବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଇସ୍ପାତ ସହରାଞ୍ଚଳରେ ରେଳବାଇ କଲୋନୀ, ମାଲଗୋଦାମ, ମଧୁସୂଦନପାଲୀ, ଟିମ୍ବର୍‌ କଲୋନୀ, ଉଦିତ୍‌ ନଗର ଆଦି ଅଞ୍ଚଳରେ ବର୍ତ୍ତମାନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଏହିସବୁ ଅଞ୍ଚଳରେ ସର୍ବାଧିକ ଡେଙ୍ଗୁ ଚିହ୍ନଟ ହେଉଥିଲେ ହେଁ ଆର୍‌ଏମ୍‌ସି ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‌‌ଆଜି ପର୍ଯ୍ୟନ୍ତ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ । ବର୍ଷା ଆରମ୍ଭରୁ ଡେଙ୍ଗୁ ଚିହ୍ନଟ ହେବା ଭୟ ବର୍ତ୍ତମାନ ସହରବାସୀଙ୍କ ଚିନ୍ତା ବଢ଼ାଇଛି । ଆର୍‌ଏମ୍‌ସି ଅଧୀନରେ ରହିଥିବା ଅଧିକାଂଶ ବସ୍ତିରେ ପରିମଳ ବ୍ୟବସ୍ଥା ସଙ୍ଗୀନ ହୋଇପଡ଼ିଛି । ମାଲଗୋଦାମ, ନୟାବଜାର, ଉଦିତନଗର ବିରଜାପାଲି, ଆମ୍ବେଦକର ନଗର, ପାନପୋଷ ବାଲୁଘାଟ, ପାନପୋଷ ବସ୍ତି, ଖରିଆବାହାଲ ଭଳି ଅନେକ ବସ୍ତିରେ ଡ୍ରେନ୍‌ ଗୁଡ଼ିକ ମାସ ମାସ ଧରି ସଫା ହେଉନଥିବାରୁ ମଶାଙ୍କ ପ୍ରାର୍ଦୁଭାବ ବଢ଼ୁଛି ।

ସହରର ପ୍ରମୁଖ ଅଞ୍ଚଳ ଚକାଚକ୍‌, ପୋଲ୍‌ ଖୋଲୁଛି ବସ୍ତି: ଏପଟେ ରାଉରକେଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିଟି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, "ସହରର ବିଭିନ୍ନ ଅଞ୍ଚଳରେ ପରିମଳ ବ୍ୟବସ୍ଥା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ଅଞ୍ଚଳକୁ ବୁଲି ବୁଲି ରାଉରକେଲା ମହାନଗର ନିଗମର କର୍ମୀ ପରିମଳ ବ୍ୟବସ୍ଥା ସହ ଡେଙ୍ଗୁ ରୋଗକୁ ରୋକିବା ପାଇଁ କାର୍ଯ୍ୟ କରୁଛନ୍ତି ।" କିନ୍ତୁ ବାସ୍ତବରେ ସହରର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଅନେକ ସ୍ଥାନରେ ଜମା ହେଉଛି ଅଳିଆ ଆବର୍ଜନା ଏବଂ ଜମା ହେଉଛି ପାଣି । ରାଉରକେଲା ମହାନଗର ନିଗମ ସହରର ପ୍ରମୁଖ ଅଞ୍ଚଳକୁ ଚକାଚକ୍‌ କରିବାରେ ଲାଗିଥିବା ବେଳେ ଭିତରେ ବସ୍ତି ଭିତରେ କିନ୍ତୁ ଅଲଗା ଦୃଶ୍ୟ ଦେଖିବାକୁ ମିଳୁଛି । ରାସ୍ତାଘାଟଠାରୁ ଆରମ୍ଭ କରି ଘର ନିକଟରେ ପାଣି ଏବଂ ଅଳିଆ ଆବର୍ଜନା ଜମି ରହୁଛି । ଯେଉଁଥିପାଇଁ ଡେଙ୍ଗୁ ରୋଗର ଆଶଙ୍କା ବଢ଼ିବାରେ ଲାଗିଛି । ପାଣି ଜମି ରହୁଥିବାରୁ ସେଠାରେ ମାଛି ଓ ମଶା ଉଡ଼ି ବୁଲୁଛନ୍ତି । ବସବାସ କରୁଥିବା ଲୋକେ ମଧ୍ୟ ନିଜ ଅଞ୍ଚଳର ସଫାସୁତରା କରିବା ପାଇଁ ଚେଷ୍ଟା କରୁନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...କନ୍ଦଳ ଭିତରେ ହିନସ୍ତା ସାଧାରଣ ଜନତା: ଘାରୁଛି ଡେଙ୍ଗୁ ଭୟ, ନିଶ୍ଚିନ୍ତରେ ଶୋଇଛି ପ୍ରଶାସନ

ଗତବର୍ଷ ଉପୁଜିଥିଲା ଭୟଙ୍କର ସ୍ଥିତି: ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଉରକେଲା ସହରରେ ୧୩୬ ଡେଙ୍ଗୁ ଚିହ୍ନଟ ହୋଇଥିଲେ । ରାଉରକେଲା ସହର, ରେଳବାଇ କଲୋନୀ, ଇସ୍ପାତ ସହରାଞ୍ଚଳରୁ ସର୍ବାଧିକ ଡେଙ୍ଗୁ ରେଗୀ ଚିହ୍ନଟ ହୋଇଥିଲେ । ତେବେ ବେଳ ଥାଉ ଥାଉ ଉଭୟ RMC ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନିଆନଗଲେ ଗତବର୍ଷ ଘଟଣାର ପୁନୁରାବୃତ୍ତି ହେବ ବୋଲି ଆଶଙ୍କା କରାଯାଉଛି । ସେପଟେ ଡେଙ୍ଗୁ ରୋଗୀ ଚିହ୍ନଟ ‌ହେବା ପରେ ମଧ୍ୟ RMC ପରିମଳ ବିଭାଗ ପକ୍ଷରୁ କଲୋନୀ ଓ ବସ୍ତିରେ ମଶା ଧୂଆଁ ଛଡ଼ା ଯାଉନଥିବା କଲୋନିବାସୀ ଅଭିଯୋଗ କରିଛନ୍ତି । ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ, ସିଭିଲ୍‌ ଟାଉନସିପ୍‌ ସମେତ ସହର ପ୍ରମୁଖ ବଜାରରେ ମଶା ଧୂଆଁ ଛଡା ଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକାଂଶ ଡ୍ରେନ୍‌, ନାଳରେ କେମିକାଲ ସିଞ୍ଚନ ହେଉନି । ସହରର ପ୍ରମୁଖ ଡ୍ରେନ୍‌ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍‌ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡ଼ିଥିବାରୁ କେବଳ ଯେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ତାହା ନୁହେଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟରେ ରାଉରକେଲା ମହାନଗର ନିଗମ ଯଥା ସମ୍ଭବ ସମ୍ପୂର୍ଣ୍ଣ ରାଉରକେଲା ସହରରେ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଦାବି ହୋଇଛି । ନହେଲେ ଆଗକୁ ଭୟଙ୍କର ସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.