ETV Bharat / state

ସୁନ୍ଦରଗଡରେ ପିସିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କୁସୁମ ଟେଟେ - sundargarh pcv vaccination

ସୁନ୍ଦରଗଡ ଜିଲ୍ଲାରେ ନିମୋକୋକାଲ କଞ୍ଜୁଗେଟ ଟୀକାକରଣ(PCV) କାର୍ଯ୍ୟକ୍ରମର ଉଦଘାଟନ କଲେ ବିଧାୟିକା କୁସୁମ ଟେଟେ । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ପିସିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କୁସୁମ ଟେଟେ

author img

By

Published : Jun 30, 2021, 8:54 PM IST

ସୁନ୍ଦରଗଡ: ଆଜି(ବୁଧବାର) ସାରା ରାଜ୍ୟରେ ଆରମ୍ଭ ହୋଇଛି ନିମୋକୋକାଲ କଞ୍ଜୁଗେଟ(PCV) ଟିକାଦାନ କାର୍ଯ୍ୟକ୍ରମ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବୁଧବାର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ସଦର ବିଧାୟିକା କୁସୁମ ଟେଟେ ଏହାର ଶୁଭାରମ୍ଭ କରିଛନ୍ତି । ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପିସିଭି ଟୀକାକରଣ ହେଉଛି ରାଜ୍ୟ ସରକାରଙ୍କ ଅନ୍ୟତମ ପଦକ୍ଷେପ । ଏହାଦ୍ବାରା ଶିଶୁମାନେ ନିମୋନିଆ, ମସ୍କିଷ୍କ ଜ୍ବର, କାନ ଗହ୍ବରରେ ଘା ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇପାରିବେ । ଫଳରେ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇବ ।

ସୁନ୍ଦରଗଡରେ ପିସିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କୁସୁମ ଟେଟେ

ଶିଶୁମାନଙ୍କୁ ପିସିଭିର ତିନୋଟି ଟିକା ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ଅଧିନରେ ଅନ୍ୟ ଟିକା ସହିତ ଦିଆଯିବ । 5 ବର୍ଷରୁ କମ୍ ବୟସ୍କ ପିଲାଙ୍କ ମୃତ୍ୟୁର କାରଣ ମଧ୍ୟରୁ ନିମୋନିଆ ଅନ୍ୟତମ ହୋଇଥିବାରୁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପିସିଭି ଟିକାର ମୂଲ୍ୟ ଅନ୍ୟ ଟିକା ତୁଳନାରେ ବହୁତ ଅଧିକ ଥିବାରୁ ସାଧାରଣ ଲୋକଙ୍କ ପକ୍ଷେ ଏହାକୁ କିଣିବା ସମ୍ଭବ ହେଉଥିଲା । ମାତ୍ର ଏବେ ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ ଏବଂ ଏହା ରୁଟିନ୍ କାର୍ଯ୍ୟକ୍ରମରେ ସ୍ଥାନିତ ହୋଇଛି । ଏହା ଫଳରେ ଶିଶୁମାନେ ଉପରୋକ୍ତ ରୋଗଗୁଡିକରେ ପୀଡିତ ହୋଇ ଆଉ ପ୍ରାଣ ହରାଇବେ ନାହିଁ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.