ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସର ନିଷ୍କ୍ରିୟତା ବିରୋଧରେ ତଥା କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ନମିଳିବା ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟ ନମିଳିବା ବିରୁଦ୍ଧରେ ଆଜି (ସୋମବାର) ଓଡିଶା ପ୍ରଗତି ଦଳ ତା’ର ପୂର୍ବ ସୂଚନା ମୁତାବକ ଡିଆରଡିଏ ଛକରେ ଆମରଣ ଅନଶନ ଆରମ୍ଭ କରିଛି ।
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକଲେ ଏହି ଅନଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ଓଡିଶା ପ୍ରଗତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ କହିଛନ୍ତି । ତେବେ ସେମାନଙ୍କର ପ୍ରମୁଖ ଦାବି ଗୁଡିକ ମଧ୍ୟରେ ବାଲିଶଙ୍କରା ବ୍ଲକ ସାର ଘୋଟାଲାର ଦୋଷୀକୁ ଦଣ୍ଡ ଦେବା ଓ ଚାଷୀଙ୍କୁ ତାଙ୍କର ନ୍ୟାୟ ଦେବା, କିଞ୍ଜିରକେଲା ଥାନା ଅନ୍ତର୍ଗତ ମୃତ ଲଳିନ୍ଦ୍ର କାଲୋଙ୍କୁ ନ୍ୟାୟ ଓ ତାଙ୍କ ବୁଢା ବାପା ମା’ଙ୍କୁ କ୍ଷତିପୂରଣ ଆଦି ରହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ