ETV Bharat / state

ଭଡାରେ ଲାଗିବ ‘5 Star Hotel’ ହକି ଭିଲେଜ ! ବେସରକାରୀ ସଂସ୍ଥାକୁ ଟେକି ଦେବେ ରାଜ୍ୟ ସରକାର, ଘେରିଲେ ଲୋକେ

author img

By

Published : Jul 22, 2023, 8:04 PM IST

ହକି ବିଶ୍ବକପ ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ହକି ଭିଲେଜ ହେବ ହୋଟେଲ । ଏହାକୁ ବେସରକାରୀ ସଂସ୍ଥାକୁ ଟେକିଦେବେ ରାଜ୍ୟ ସରକାର । ଏଥିପାଇଁ ସରକାରଙ୍କ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଉଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡ଼ାପ୍ରେମୀ । ଅଧିକ ପଢ଼ନ୍ତୁ

ଭଡ଼ାରେ ଲାଗିବ ହକି ଭିଲେଜ
ଭଡ଼ାରେ ଲାଗିବ ହକି ଭିଲେଜ
ଭଡ଼ାରେ ଲାଗିବ ହକି ଭିଲେଜ

ରାଉରକେଲା: ପୁଣି ହକି ଭିଲେଜ ପ୍ରତି ଅବହେଳା । ହକି ଭିଲେଜକୁ ବେସରକାରୀ ସଂସ୍ଥାକୁ ଟେକିଦେଇ ହୋଟେଲ କରିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ହକି ଭିଲେଜର ମୂଳ ଲକ୍ଷ୍ୟକୁ ଭୁଲିଯାଇ ଏହାକୁ ହୋଟେଲ ବନାଇବା ପାଇଁ ବ୍ୟବସ୍ଥା ହେଉଛି । ଏଥିପାଇଁ ବିଧିବଦ୍ଧ ଭବରେ ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବବ୍ୟାପାର ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି । ସେପଟେ ଖେଳାଳିଙ୍କ ପାଇଁ ନିର୍ମାଣ ହୋଇଥିବା ହକି ଭିଲେଜକୁ ହୋଟେଲ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ସହରବାସୀ ।

'5 Star' ହୋଟେଲଠାରୁ କମ ନୁହେଁ ହକି ଭିଲେଜ୍‌: ହକି ଭିଲେଜକୁ ଖାସକରି ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ‌୍ ଷ୍ଟାଫ୍‌ଙ୍କ ରହଣୀ ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ ପୁରୁଷ ହକି ବିଶ୍ବକପ ପୂର୍ବରୁ ନିର୍ମାଣ କରାଯାଇଥିଲା । ଅତ୍ୟାଧୁନିକ ସୁବିଧାରେ ଭର୍ତ୍ତି ହୋଇଥିବା ଏହି ହକି ଭିଲେଜ୍‌ କୌଣସି ଗୁଣରେ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲଠାରୁ କମ୍‌ ନୁହେଁ । ଏହି ହକି ଭିଲେଜ୍‌ ନିର୍ମାଣ ୨୦୨୨ ମାର୍ଚ୍ଚରେ ଆରମ୍ଭ ହୋଇ ମାତ୍ର ୯ ମାସ ଅବଧି ମଧ୍ୟରେ ଶେଷ ହୋଇଥିଲା । ୮୪.୦୪ କୋଟି ବ୍ୟୟରେ ଏହି 'ଆକୋମୋଡେସନ୍‌ ବିଲ୍ଡିଂ' ଗଢ଼ି ଉଠିଥିଲା । ଏଠାରେ ୨୧୭ଟି ରୁମ୍‌ ଓ ୮ଟି ସୁଟ୍‌, ଏପରି ମୋଟ୍‌ ୨୨୫ଟି ଅତ୍ୟାଧୁନିକ ରୁମ୍‌ ରହିଛି । ଏଠାରେ ପ୍ରାୟ ୯.୧୯ କୋଟି ବ୍ୟୟ ଅଟକଳରେ ସ୍ବିମିଂ ପୁଲ୍‌ ନିର୍ମାଣ କରାଯାଇଥିବାବେଳେ ଅତ୍ୟାଧୁନିକ ଫିଟ୍‌ନେସ ସେଣ୍ଟର୍‌, ହାଇଡ୍ରୋଥେରାପି ପୁଲ୍‌, ବାଷ୍ପ ସ୍ନାନ ବ୍ୟବସ୍ଥା, ଷ୍ଟିମ୍‌, ଭିଡିଓ ବୋର୍ଡ ରୁମ୍‌, ୪ଟି ମିଟିଂ ରୁମ୍‌, ୩ଟି ଡାଇନିଂ ଅଞ୍ଚଳ, ୨ଟି ରୋଷେଇ ଘର, ଅତ୍ୟାଧୁନିକ ବ୍ୟାୟାମଶାଳ‌ା, ରିସେପ୍ସନ ଏରିଆ ଆଦି ଉପଲବ୍ଧ ।

ବିଶ୍ବକପ୍‌ ପରେ ରହିନାହାନ୍ତି ଖେଳାଳି: ତେବେ ହକି ବିଶ୍ବକପ୍‌ ଶେଷ ହେବାପରେ ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ପ୍ରୋ- ଲିଗ୍‌ ଆୟୋଜିତ ହୋଇଥିଲା । ଏଥିରେ ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ମୋଟ୍‌ ୬ଟି ମ୍ୟାଚ୍‌ ଖେଳିଥିଲେ । ସେତେବେଳେ ୩ ଦଳର ଖେଳାଳୀଙ୍କୁ ହକି ଭିଲେଜ ପରିବର୍ତ୍ତେ ସହରର ୩ଟି ଭିନ୍ନ ଭିନ୍ନ ହୋଟେଲରେ ରଖାଯାଇଥିଲା । ଏପରିକି ଷ୍ଟାଡିୟମଠାରୁ ପ୍ରାୟ ୧୦ କିଲୋମିଟର ଦୂର ବେଦବ୍ୟାସଠାରେ ଥିବା ଏକ ହୋଟେଲରେ ଭାରତୀୟ ଦଳ ରହିଥିଲେ । ସେତେବେଳେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, କିନ୍ତୁ ଖାଦ୍ୟପେୟର ଅଭାବ ଆଳ ଦେଖାଇଥିଲେ ଆୟୋଜକ । ହକି ଭିଲେଜ ମେଣ୍ଟେନାନ୍ସ ଚାଲୁଥିବା କଥା କହି ଲୋକଙ୍କୁ ଭୁଆଁ ବୁଲାଯାଇଥିଲା । ସେହିଭଳି ଗତ ମେ’ରୁ ଜୁଲାଇ ଭିତରେ ରାଉରକେଲାରେ ୪ଟି ଜାତୀୟ ପ୍ରତିଯୋଗିତା, ଯଥା- ଜାତୀୟ ଉପକନିଷ୍ଠ ବାଳକ ଓ ବାଳିକା ଏବଂ ଜାତୀୟ କନିଷ୍ଠ ବାଳକ ଓ ବାଳିକା ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେତେବେଳେ ମଧ୍ୟ ଖେଳାଳିଙ୍କୁ ହକି ଭିଲେଜରେ ରହିବାର ସୁଯୋଗ ଦିଆନଯାଇ ବେଦବ୍ୟାସ ହାଉସ୍‌ରେ ରଖାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହକି ବିଶ୍ୱକପ ଆଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ରାଜରାସ୍ତାରେ ଗର୍ଜିଲା କଂଗ୍ରେସ

'ଆରମ୍ଭରୁ ହିଁ ହକି ଭିଲେଜ ନିର୍ମାଣ କରିବାର ନଥିଲା': ତେବେ ବିଶ୍ବକପ୍‌ ପରେ ଏହାର ଭବିଷ୍ୟତକୁ ନେଇ ଯେଉଁ ଆଶଙ୍କା କରାଯାଇଥିଲା, ଆଜି ତାହା ସତ୍ୟତାରେ ପରିଣତ ହୋଇଛି । ଏହି ଅତ୍ୟାଧୁନିକ ଭିତ୍ତିଭୂମିକୁ ଭଡ଼ାରେ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ଥାନୀୟ ବାସିନ୍ଦା ନିହାର ରାୟ କହିଛନ୍ତି, "ଯଦି ରାଜ୍ୟ ସରକାର ଏହାର ମେଣ୍ଟେନାନ୍ସ କରିପାରିବେ ନାହିଁ ବୋଲି ଜାଣିଥିଲେ, ତେବେ ଆରମ୍ଭରୁ ହିଁ ହକି ଭିଲେଜ ନିର୍ମାଣ କରିବାର ନଥିଲା । ଏହା କୌଣସି ଯୋଜନାବଦ୍ଧ ଭାବରେ ନିର୍ମାଣ ନକରି କେବେଳ ଲୋକଙ୍କ ଟଙ୍କାକୁ ଅପବ୍ୟୟ କରାଯାଇଛି ।" ତେବେ ସେ ରାଜ୍ୟ ସରକାରଙ୍କ ପ୍ଲାନିଂକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେହିଭଳି ସ୍ଥାନୀୟ ବାସିନ୍ଦା ରଶ୍ମୀ ପାଢ଼ୀ କହିଛନ୍ତି, "କୋଟି କୋଟି ଟଙ୍କା ବ୍ୟୟରେ 5 Star ହୋଟେଲ ଭଳି ହକି ଭିଲେଜ ନିର୍ମାଣ କରାଗଲା । ହେଲେ ଏହାକୁ ଏଭଳି ପ୍ରାଇଭେଟ ସଂସ୍ଥାକୁ ଟେକିଦେବା ଦୁର୍ଭାଗ୍ୟଜନକ । ଏଥିରେ ରାଉରକେଲା ସହରବାସୀ ବା ଖେଳାଳୀ ଉପକୃତ ହେବେନି, ବରଂ ବଡ଼ ବଡ଼ ବ୍ୟବସାୟୀ ମାନେ ସେମାନଙ୍କ ବ୍ୟବସାୟ ବଢ଼ାଇବେ ।"

ଏହା ମଧ୍ୟ ପଢ଼ନ୍ତୁ...ଷ୍ଟିଲ ହକି ମୂର୍ତ୍ତି ଭାଙ୍ଗିବା ଘଟଣା: ଏଯାଏଁ ଆସିଲାନି ତଦନ୍ତ ରିପୋର୍ଟ, ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ

'ଏହାକୁ ନିଜେ ସରକାର ପରିଚାଳନା କରନ୍ତୁ': ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ଟେଣ୍ଡର ପ୍ରକ୍ରିୟ‌ା ଜୁଲାଇ ୧୭ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖ ଯାଏଁ ଚାଲିବ । ଅଗଷ୍ଟ ୧୧ରେ ଟେଣ୍ଡର୍‌ ଖୋଲାଯିବାପରେ ୧୬ରେ ବୈଷୟିକ ଉପସ୍ଥାପନା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଆଗ୍ରହୀ ସଂସ୍ଥାଗୁଡ଼ିକ ବିଶ୍ବକପ୍‌ ଗ୍ରାମର ସ୍ଥିତି ବୁଲିଦେଖିବାର ମଧ୍ୟ ସୁଯୋଗ ପାଇବେ । ବେସରକାରୀ ସଂସ୍ଥାକୁ ହକି ଭିଲେଜ୍‌ ଟେକି ଦେବାର ଯୋଜନା ଜିଲ୍ଲାର ଅସଂଖ୍ୟ ହକିପ୍ରେମୀଙ୍କୁ ନିରାଶ କରିଛି । ଏହି ପ୍ରକଳ୍ପ କେବଳ ହକି ବିଶ୍ବକପର ସ୍ମୃତିକୁ ଜାଗ୍ରତ କରୁନି, ବରଂ ରାଉରକେଲା ମାଟିରେ ଗଢ଼ିଉଠିଥିବା ଅନ୍ୟତମ ଶ୍ରେଷ୍ଠ ଭିତ୍ତିଭୂମି ହୋଇଥିବାରୁ ଏହାକୁ ସରକାର ଖୋଦ୍‌ ପରିଚାଳନା କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପୂର୍ବତନ RSP CGM ବିମଲ ବିସି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.