ETV Bharat / state

National Sports Day: ରାଉରକେଲା NITରେ ପାଳନ ହେଲା ଜାତୀୟ କ୍ରୀଡା ଦିବସ - ସୁସ୍ଥ ସମାଜ ଗଠନ ପାଇଁ କ୍ରୀଡ଼ା ଅପରିହାର୍ଯ୍ୟ

ଜାତୀୟ କ୍ରୀଡା ଦିବସ ଅବସରରେ ଏନ୍‌ଆଇଟି ରାଉରକେଲା ପକ୍ଷରୁ କ୍ରୀଡା ଉତ୍ସବ ଆୟୋଜନ ହୋଇଯାଇଛି । "ସୁସ୍ଥ ସମାଜ ଗଠନ ପାଇଁ କ୍ରୀଡ଼ା ଅପରିହାର୍ଯ୍ୟ" ଚଳିତ ବର୍ଷ କ୍ରୀଡ଼ା ଦିବସର ମୂଳମନ୍ତ୍ର । ଅଧିକ ପଢନ୍ତୁ

National Sports Day
National Sports Day
author img

By ETV Bharat Odisha Team

Published : Aug 29, 2023, 3:05 PM IST

National Sports Day

ରାଉରକେଲା: ଆଜି ହେଉଛି ଜାତୀୟ କ୍ରୀଡା ଦିବସ । ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ତାଙ୍କ ଜନ୍ମତିଥିକୁ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରୁଛି ଦେଶ । ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପଳନ କରାଯାଏ । ଏହି ଅବସରରେ ଏନ୍‌ଆଇଟି ରାଉରକେଲା ପକ୍ଷରୁ କ୍ରୀଡା ଉତ୍ସବ ଆୟୋଜନ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ‘ଫିଟ ଇଣ୍ଡିଆ’କୁ ଆଖି ଆଗରେ ରଖି ଏହି କ୍ରୀଡା ଦିବସ ପାଳନ କରାଯାଉଛି ।

ତେବେ ‘ସୁସ୍ଥ ସମାଜ ଗଠନ ପାଇଁ କ୍ରୀଡ଼ା ଅପରିହାର୍ଯ୍ୟ’ ଚଳିତ ବର୍ଷ କ୍ରୀଡ଼ା ଦିବସର ମୂଳମନ୍ତ୍ର । ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ତଥା ଶାରୀରିକ କାର୍ଯ୍ୟକଳାପ ଏବଂ ସୁସ୍ଥ ଶରୀରର ମହତ୍ବକୁ ପ୍ରୋତ୍ସାହିତ କରିବା ପାଇଁ ଏନ୍‌ଆଇଟି ରାଉରକେଲା ପକ୍ଷରୁ କ୍ରୀଡ଼ା ଉତ୍ସବ ଆୟୋଜନ ହୋଇଛି । ଏହି ପରିପ୍ରେକ୍ଷୀରେ ଦୌଡ଼, ବାସ୍କେଟବଲ୍, ଫୁଟବଲ୍, ଟଗ୍ ଅଫ୍ ୱାର୍ ଏବଂ ସନ୍ତରଣ ପ୍ରଭୃତି କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ସମସ୍ତେ ନିଜକୁ ଜଣେ ପ୍ରକୃତ କ୍ରୀଡ଼ାବିତ୍ ଭାବେ ଗଢି ତୋଳିବା ଏବଂ ଜଣେ କ୍ରୀଡ଼ାବିତ ମନୋଭାବ ନେଇ ସୁସ୍ଥ ଜୀବନ ଯାପନ କରିବା ଦିଗରେ ଗୁରୁତ୍ବ ଦେବାକୁ ମଧ୍ୟ ଏହି କ୍ରୀଡା ଦିବସରେ ସୂଚନା ଦିଆଯାଇଛି । NIT ରାଉରକେଲା ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରି କ୍ରୀଡାରେ ଯେଭଳି ପ୍ରୟାସ ଚାଲିଥାଏ ସେଭଳି ନିଜର ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା ଜୀବନରେ ମଧ୍ୟ ସର୍ବଦା ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ ଉମାମହେଶ୍ଵର ରାଓ ।

ଏହା ମଧ୍ୟ ପଢନ୍ତୁ- ହକି ଯାଦୁଗରଙ୍କୁ ସ୍ମରଣ କଲା ଜିଲ୍ଲା ପ୍ରଶାସନ, କ୍ରୀଡାବିତଙ୍କୁ ମିଳୁନି ପ୍ରୋତ୍ସାହନ

ସେ ଆହୁରି ମଧ୍ୟ କହିଥିଲେ, ଏଭଳି ସ୍ଥିତିରେ ଅକୃତକାର୍ଯ୍ୟ ହେଲେ ମଧ୍ୟ ସେତେ ଖରାପ ଅନୁଭବ ହେବନାହିଁ ।ଯେହେତୁ ଜଣେ ନିଜର ୧୦୦ ଦେଇଛି । ତେବେ ଏହା ପରବର୍ତ୍ତୀ ଖେଳ ପାଇଁ ଏକ ଶିକ୍ଷା ବୋଲି କହିଥିଲେ । କ୍ରୀଡା ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟକୁ ବଢ଼ାଇଥାଏ । ଜୀବନ ପାଇଁ କ୍ରୀଡା କରୁରୀ । ଛାତ୍ରମାନେ ସେମାନଙ୍କର ଆନୁଷ୍ଠାନିକ ପାଠ୍ୟକ୍ରମ ସହ ଗ୍ରାଉଣ୍ଡ ଏବଂ କ୍ରୀଡ଼ା ଉପକରଣର ସର୍ବୋତ୍ତମ ଉପଯୋଗ କରିବା ଉଚିତ୍ । ଏକ କର୍ପୋରେଟ୍ କିମ୍ବା ବୃତ୍ତିଗତ ଯାତ୍ରାରେ ପ୍ରବେଶ ପରେ, କ୍ରୀଡ଼ା କାର୍ଯ୍ୟକଳାପରେ ପ୍ରୟାସ କରିବାକୁ ଖାଲି ସମୟ କିମ୍ବା ମୁକ୍ତ ମନ ପାଇପାରନ୍ତି ନାହିଁ । ତେଣୁକରି ଜୀବନ ଅଧିକ ବ୍ୟଥିତ ହୋଇପଡେ । ତେବେ କ୍ରୀଡାକୁ ନିଜ ଜୀବନରୁ ଅଲଗା ନ କରିବାକୁ ପଡେ ତାହା ପ୍ରତି ଧ୍ୟାନ ଦେବାକୁ ପଡିବ । ସାଙ୍ଗମାନଙ୍କୁ ମଧ୍ୟ କ୍ରୀଡା ରେ ଭାଗ ନେଇ କ୍ରୀଡା କୁ ଜୀବନରେ ଉପଭୋଗ କରିବା ପାଇଁ କହିଥିଲେ NIT ରାଉରକେଲା ନିର୍ଦ୍ଦେଶକ ।

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.