ETV Bharat / state

ମଧ୍ୟାହ୍ନ ଭୋଜନ ଟଙ୍କା ହଡପ, ଭୋପାଳ ଅଭିଯୁକ୍ତ ଗିରଫ - ସୁନ୍ଦରଗଡ ଶିକ୍ଷା ବିଭାଗ

ସୁନ୍ଦରଗଡ ଜିଲ୍ଲା ଶିକ୍ଷା ବିଭାଗର ମିଡ୍ ଡେ ମିଲ ବା ମଧ୍ୟାହ୍ନ ଭୋଜନ ଟଙ୍କା ହଡପ । ଘଟଣାରେ ଭୋପାଳର ଅଭିଯୁକ୍ତ ପ୍ରତାପ ସିଂ ଚାୱଲାଙ୍କୁ ଗିରଫ କଲା ସୁନ୍ଦରଗଡ ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

ମଧ୍ୟାହ୍ନ ଭୋଜନ ଟଙ୍କା ହଡପ, ଭୋପାଳ ଅଭିଯୁକ୍ତ ଗିରଫ

author img

By

Published : Jun 28, 2021, 6:16 AM IST

ସୁନ୍ଦରଗଡ: ଜିଲ୍ଲା ଶିକ୍ଷା ବିଭାଗର ମିଡ୍ ଡେ ମିଲ ବା ମଧ୍ୟାହ୍ନ ଭୋଜନ ଟଙ୍କା ହଡପ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କଲା ସୁନ୍ଦରଗଡ ଟାଉନ ଥାନା ପୋଲିସ । ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ଭୋପାଳ ନିବାସୀ ପ୍ରତାପ ସିଂ ଚାୱଲା ବୋଲି ଜଣାପଡିଛି । ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ମିଡ୍ ଡେ ମିଲ ବ୍ୟବସ୍ଥା ପାଇଁ ଡିପୋଜିଟ୍ କରାଯାଇଥିବା ଟଙ୍କାରୁ ଅଭିଯୁକ୍ତ ଜଣକ 13 ଲକ୍ଷ 11 ହଜାର 390 ଟଙ୍କା ଚଳୁ କରିଥିବା ସୂଚନା ମିଳିଛି । ଆଜି ଏହି ଅଭିଯୁକ୍ତକୁ ଟାଉନ ପୋଲିସ ମଧ୍ୟପ୍ରଦେଶର ଭୋପାଳରୁ ଗିରଫ କରି ସୁନ୍ଦରଗଡ କୋର୍ଟ ଚାଲାଣ କରିଛି । ଗତ 25 ତାରିଖରେ ଭୋପାଳର କୋଲାର ଥାନା ଅନ୍ତର୍ଗତ JMFC କୋର୍ଟରେ ଅଭିଯୁକ୍ତକୁ ହାଜର କରି ଆଜି ସୁନ୍ଦରଗଡ କୋର୍ଟକୁ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ କିରାଣୀଙ୍କ ସାମାନ୍ୟ ଭୁଲ ପାଇଁ ଏହି ଟଙ୍କା ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟ (707801010050103 ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ସାଲ୍ଲାଇୟା ଶାଖା , ଭୋପାଳ, ମଧ୍ୟପ୍ରଦେଶ ) ରେ ଜମା ହୋଇଥିଲା । ଏହି ଟଙ୍କା ଶିକ୍ଷା ବିଭାଗରୁ ସୁନ୍ଦରଗଡ ସାଧାରଣ ଯୋଗାଣ ବିଭାଗର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ସୁନ୍ଦରଗଡ ଶାଖା ଆକାଉଣ୍ଟକୁ ଯିବା ପରିବର୍ତ୍ତେ ଅଭିଯୁକ୍ତର ଆକାଉଣ୍ଟକୁ ଯାଇଥିଲା । ଦୁଇଟି ଚେକ ଯଥାକ୍ରମେ ଚେକ ନମ୍ବର 357379 ( Rs. 26,93,400 ) ଓ ଚେକ ନମ୍ବର 357380 ( Rs. 22,20,390)ର ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଯାଇଥିଲା ।

ତେବେ ଏହି ଟଙ୍କା ସାଧାରଣ ଯୋଗାଣ ବିଭାଗରେ ନ ପହଞ୍ଚିବାରୁ MDM ଚାଉଳ ଆସିପାରି ନଥିଲା । ପରେ ଖୋଳତାଡ ଆରମ୍ଭ ହେବାରୁ ବ୍ୟାଙ୍କ ସୂତ୍ରରୁ ତନାଘନା କରାଯିବା ପରେ ଏହି ଘଟଣା ଉପରୁ ପରଦା ଉଠିଥିଲା । ବ୍ୟାଙ୍କ କର୍ତ୍ତୃପକ୍ଷ ଅଭିଯୁକ୍ତର ଆକାଉଣ୍ଟରୁ ପ୍ରଥମେ 26 ଲକ୍ଷ 93 ହଜାର 400 ଟଙ୍କା ଫ୍ରିଜ କରିବା ସହ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 9 ଲକ୍ଷ 9 ହଜାର 000 ଟଙ୍କା ଫ୍ରିଜ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆକାଣ୍ଟକୁ ଫେରସ୍ତ କରିଥିଲେ । ହେଲେ ଅଭିଯୁକ୍ତ ତିନି ଦିନ ମଧ୍ୟରେ 13,31,378.55 ଉଠାଇ ନେଇଥିଲା । ଏନେଇ ଗତ 20 ଜୁନରେ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ତଥ୍ୟ ସହ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ଜାଣିବା ପରେ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ବିହିତ ପଦକ୍ଷେପ ନେବା ସହ ଟାଉନ ଥାନ ସବଇନସ୍ପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ଦାୟିତ୍ତ୍ୱରେ ଏକ ଟିମ୍ ଗଠନ କରି ଭୋପାଲ ପଠାଇଥିଲେ । ଆଜି ଟାଉନ ପୋଲିସ ଅଭିଯୁକ୍ତକୁ ଭୋପାଳରୁ ଗିରଫ କରିବା ସହ ତା' ନିକଟରୁ 6 ଲକ୍ଷ ଟଙ୍କା ଜବତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛି । ଏହାସହ ଅଭିଯୁକ୍ତ ପ୍ରତାପ ସିଂ ଚାୱାଲା କୁ ଦଫା କୋର୍ଟ ଚାଲାଣ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.