ETV Bharat / state

ବନ୍ଧୁକ ମୁନରେ 6 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର SBIରୁ ଲୁଟ । ବନ୍ଧୁକ ଓ ଖଣ୍ଡା ଦେଖାଇ ପ୍ରାୟ 6 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

author img

By

Published : Jan 14, 2021, 1:35 PM IST

ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ,  ପ୍ରାୟ 6 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା: ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଯୋର SBIରୁ ଲୁଟ । ବନ୍ଧୁକ ଓ ଖଣ୍ଡା ଦେଖାଇ ପ୍ରାୟ 6 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟେରାଙ୍କ ଆକ୍ରମଣରେ ବ୍ରାଞ୍ଚ ମ୍ୟାନେଜର ଦୀପ୍ତିକାନ୍ତ ମଲ୍ଲିକ ଆହତ । ଦୁର୍ବୃତ୍ତଙ୍କ ଖଣ୍ଡା ମାଡରେ ତାଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡିଛି ।

4 ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଏହି ଅପରାଧ ଘଟାଇ ଫେରାର ହୋଇଯାଇଛନ୍ତି । ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ଲୁଟେରାଙ୍କ ସଂପର୍କରେ ପୋଲିସକୁ କୌଣସି ସୁରାକ ମିଳିନାହିଁ ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.