ETV Bharat / state

ଫଟୋ ଉଠାଇବା ବାହାନାରେ ଆସି ଦମ୍ପତିଙ୍କୁ ଗୁଳିମାଡ, ଲୁଟିନେଲେ ଅଢେଇ ଲକ୍ଷ - ଜନସେବା କେନ୍ଦ୍ରରେ ପଶି ଲୁଟ

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ଗୁଳିମାଡ଼ କରି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌। ଅଧିକ ପଢନ୍ତୁ

ଗୁଳିମାଡ଼ କରି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌
ଗୁଳିମାଡ଼ କରି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌
author img

By

Published : May 16, 2023, 10:49 PM IST

ଗୁଳିମାଡ଼ କରି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌

ରାଉରକେଲା: ଗୁଳିମାଡ଼ କରି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗ୍ରାମର ବସନ୍ତ ବାରା ନିଜ ଘରେ କରିଥିବା ଜନସେବା କେନ୍ଦ୍ରରେ ଫଟୋ ଉଠାଇବା ବାହାନରେ ଆସିଥିଲେ ଦୁର୍ବୁତ୍ତ। ମୁହଁ ଧୋଇଲେ ଫଟୋ ଭଲ ଆସିବ ବୋଲି କହି ମୁହଁ ଧୋଇବା ପାଇଁ ବସନ୍ତଙ୍କ ଘରେ ପ୍ରବେଶ କରିଥିଲେ ଦୁର୍ବୁତ୍ତ। ଏନେଇ ଘର ଭିତରକୁ କାହିଁକି ଯାଉଛ ବୋଲି ବସନ୍ତ ପଚାରିବାରୁ ତିନି ଜଣ ଦୁର୍ବୁତ୍ତ ମାନଙ୍କ ସହ ଝଗଡ଼ା ଆରମ୍ଭ ହୋଇଥିଲା । ଝଗଡ଼ା ହେବା ପରେ ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ଧମକ ଚମକ ଦେବା ସହ ଗୁଳିମାଡ ମଧ୍ୟ କରିଥିଲେ। ଏନେଇ ଦୁର୍ବୁତ୍ତଙ୍କ ଭୁଜାଲି ମାଡ଼ରେ ଗୁରୁତର ଆହାତ ହୋଇଥିଲେ ବସନ୍ତ ।

ଅନ୍ୟପଟେ ବନ୍ଧୁକ ଏବଂ ଭୁଜାଲି ଆକ୍ରମଣର ଶବ୍ଦ ଏବଂ ବସନ୍ତଙ୍କ ପାଟି ଶୁଣି ତାଙ୍କ ସ୍ତ୍ରୀ ଘରୁ ବାହାରିବା କ୍ଷଣି ତାଙ୍କୁ ମଧ୍ୟ ଗୁଳି ମାରିବାକୁ ଉଦ୍ୟମ କରିଥିଲେ । ହେଲେ କଳେ କୌଶଳେ ବସନ୍ତଙ୍କ ସ୍ତ୍ରୀ ବଞ୍ଚି ଯାଇଥିଲେ । ଏହା ପରେ ବନ୍ଧୁକ ଏବଂ ଭୁଜାଲି ମୁନରେ ଘର ଭିତରକୁ ଯାଇ ତିନି ଜଣ ଦୁର୍ବୁତ୍ତ ଅଢେଇ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ବୋଲି ସୂଚନା ରହିଛି । ତେବେ ସମସ୍ତ ଦୁର୍ବୁତ୍ତ ସେଠାରୁ ଫେରାର ହୋଇଯିବା ପରେ ପଡୋଶୀ ଲୋକେ ମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଗୁରୁତର ଭାବେ ବନ୍ଧୁକ ଏବଂ ଭୁଜାଲିରେ ଆକ୍ରମଣର ଶିକାର ହୋଇଥିବା ବସନ୍ତ ବାରାଙ୍କୁ ପୋଲିସ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିବା ଜଣାପଡିଛି। ସେହିପରି ଅନ୍ୟପଟେ ପୋଲିସ ସୀମାବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

ପ୍ରକାଶ ଥାଉକି, ଗତକାଲି ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ଥିତ ଷ୍ଟେଟବ୍ୟାଙ୍କ ନିକଟ ସିନକୋ ସୁନାଗହଣା ଦୋକାନରୁ ବଡଧରଣର ଡକାୟତି ହୋଇଥିଲା । ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ସୁନା ଶୋ' ରୁମ୍‌ରୁ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା । ଏହାସହ ଶୋ' ରୁମ୍‌ର କର୍ମଚାରୀମାନଙ୍କୁ ମାଡ଼ ମାରିବାର ମଧ୍ୟ ଅଭିଯୋଗ ହୋଇଛି । ପ୍ରାୟ ୭ ଜଣ ଦୁର୍ବୃତ୍ତ ହଠାତ ଏପରି ଆତଙ୍କ ଖେଳାଇ ଲୁଟପାଟ କରିଥିବା ସୂଚନା ମିଳିଥିଲା । ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ ୨ଜଣ ଯୁବକ ଗ୍ରାହକ ବେଶରେ ଆସି ଦୋକାନ ଭିତରେ ପଶିଥିଲେ । ଦୋକାନ ଭିତରେ ପଶିବାର କିଛି ସମୟ ପରେ ଏହି ଯୁବକ ୨ ଜଣ ଫୋନ କରି ଆଉ ୫ ଜଣ ଯୁବକଙ୍କୁ ଶୋ' ରୁମ ଭିତରକୁ ଫୋନ କରି ଡାକିଥିଲେ । ଏହାପରେ ସେହି ଯୁବକମାନେ ମାରଣାସ୍ତ୍ର ଧରି ଦୋକାନ ଭିତରକୁ ପ୍ରବେଶ କରିଥିଲେ । ଦୀର୍ଘ ୪୫ ମିନିଟ ଧରି ଶୋ' ରୁମ ଭିତରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ସମସ୍ତ ଗହଣା ଲୁଟି ନେଇଥିଲେ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.