ETV Bharat / state

ନଦୀକୁ ଗାଧୋଇବାକୁ ଯାଇ ଅଘଟଣ, ପାଣିରେ ବୁଡି ନାବାଳକ ନିଖୋଜ

ରାଉରକେଲା କୋଏଲ ନଦୀର ହମିରପୁର ଘାଟକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 7, 2023, 9:01 AM IST

ନଦୀକୁ ଗାଧୋଇବାକୁ ଯିବା ବେଳେ ଅଘଟଣ
ନଦୀକୁ ଗାଧୋଇବାକୁ ଯିବା ବେଳେ ଅଘଟଣ
ନଦୀକୁ ଗାଧୋଇବାକୁ ଯିବା ବେଳେ ଅଘଟଣ

ରାଉରକେଲା: ରାଉରକେଲା କୋଏଲ ନଦୀର ହମିରପୁର ଘାଟରେ ଅଘଟଣ । ନଦୀକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ । ନିଖୋଜ ନାବାଳକ ଜଣକ ହେଲେ ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳର ରବି ସାହୁ ବୋଲି ଜଣାପଡ଼ିଛି । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ମୁତାବକ, ଗତକାଲି ରାଉରକେଲା ପ୍ଲାଣ୍ଟ୍‌ ସାଇଟ୍‌ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିର ୫ ଜଣ ସାଙ୍ଗ ମିଶି ୧୯ ନମ୍ବର ସେକ୍ଟର ହମିରପୁର ସ୍ଥିତ କୋଏଲ ନଦୀର ଘାଟକୁ ଗାଧୋଇବାକୁ ଯାଇଥିଲେ । ସମସ୍ତେ ଗାଧୋଇବା ପାଇଁ ନିକଟସ୍ଥ ନଦୀ ଘାଟକୁ ଯାଇଥିବା ବେଳେ ୫ ଜଣ ଯାକ ପାଣିରେ ବୁଡି ଯାଇଥିଲେ । ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ 4 ଜଣକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଜଣେ ପାଣି ସ୍ରୋତରେ ଭାସି ଯାଇଥିଲେ । ପରେ ପରେ ଏନେଇ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସନ୍ଧ୍ୟା ସୁଦ୍ଧା ନିଖୋଜ ନାବାଳକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଆଜି ପୁଣି ସକାଳ ସମୟରୁ ଉଦ୍ଧାରକାର୍ଯ୍ୟ ଜାରି କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ - ଉର୍ମାଗଡ଼ ଜଳପ୍ରପାତରେ ଖସି ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଡଙ୍ଗାରେ ପର୍ଯ୍ୟଟକଙ୍କୁ ବୁଲେଇ ନେଇଥିବା ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ପଡି ନିଖୋଜ ହୋଇଥିଲେ । ସେ 5 ଜଣ ପର୍ଯ୍ୟଟକଙ୍କୁ ନେଇ ଚିଲିକାରେ ଡଲଫିନ ଦେଖାଇବା ପାଇଁ ବାହାରିଥିଲେ । ତେବେ ଚିଲିକାର ମଗରମୁହଁ ନିକଟରେ କୌଣସି କାରଣ ନେଇ ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ଖସି ପଡ଼ିଥିଲେ । ଚାଳକ ଜଳ ରାଶିରେ ପଡିଯିବାରୁ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଡଙ୍ଗାରେ ରହି ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ । ସେହି ନିକଟରେ ଥିବା କିଛି ଡଙ୍ଗା ଚାଳକ ପର୍ଯ୍ୟଟକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ - ସାତପଡ଼ା ଚିଲିକା ଜଳ ରାଶିରେ ଅଘଟଣ, ଡଙ୍ଗା ଚାଳକ ନିଖୋଜ

ସେହିପରି ଗତମାସରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଛାତ୍ର ନିଖୋଜ ଥିଲେ । ସେ ଅପରାହ୍ନରେ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ପଡ଼ି ନିଖୋଜ ହୋଇଥିଲେ । ସାଙ୍ଗମାନେ ବହୁ ଖୋଜାଖୋଜି କରି ନପାଇବାରୁ ପରିବାର ଲୋକଙ୍କୁ ଜଣାଇଥିଲେ । କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁର ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.