ETV Bharat / state

Hockey World Cup 2023: ବିଜୟ ସ୍ୱାଦ ଚାଖି ପାରିଲାନି ଚିଲି, ୩-୨ରେ ମାଲେସିଆ ବିଜୟୀ

author img

By

Published : Jan 16, 2023, 4:04 PM IST

ହକି ବିଶ୍ବକପ ୨୦୨୩ରେ ସୋମବାର ପ୍ରଥମ ମୁକାବିଲାରେ ଚିଲିକୁ ୩-୨ ଗୋଲରେ ପରାସ୍ତ କରିଛି ମାଲେସିଆ । କଡ଼ା ମୁକାବିଲା ସତ୍ତ୍ବେ ବିଜୟର ସ୍ବାଦ ଚାଖି ପାରିଲାନି ବିଶ୍ବକପରେ ନବାଗତ ଚିଲି । ଅଧିକ ପଢ଼ନ୍ତୁ

୩-୨ରେ ମାଲେସିଆ ବିଜୟୀ
୩-୨ରେ ମାଲେସିଆ ବିଜୟୀ

ରାଉରକେଲା: ରାଜ୍ୟରେ ଜାରି ରହିଛି ହକି ବିଶ୍ବକପ ୨୦୨୩ । ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ମାଲେସିଆ ଓ ଚିଲି । ଏହି ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏଥିରେ ଚିଲିକୁ ୩-୨ରେ ପରାସ୍ତ କରିଛି ମାଲେସିଆ ।

ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ମାଲେସିଆ ଓ ଚିଲି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏଥିରେ କୌଣସି ଦଳ ଗୋଲ ସ୍କୋର କରିପାରିନଥିଲେ । କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ଲୟକୁ ଫେରିଥିଲା ବିଶ୍ବକପରେ ନବାଗତ ଚିଲି । ମାଲେସିଆ ବିରୋଧରେ ୨୦ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲା ଚିଲି । ଜବାବରେ ଚିଲି ମାଲେସିଆ ପକ୍ଷରୁ ରେଜି ରହିମ ୨୬ ମିନିଟରେ ଚିଲି ଉପରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ରେ ବରାବର କରିଥିଲେ । ଏହାପରେ ପୁଣିଥରେ ୨୯ ମିନିଟରେ ଚିଲି ପକ୍ଷରୁ ୨୯ ମିନିଟରେ ଦ୍ବିତାୟ ଗୋଲ ବସିଥିଲା । ତେବେ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ମ୍ୟାଚ୍‌ରେ ୨-୧ରେ ଆଗରେ ରହିଥିଲା ଚିଲି ।

ତୃତୀୟ କ୍ବାର୍ଟରରେ କିନ୍ତୁ ମାଲେସିଆ ଖେଳାଳିମାନେ ଚିଲି ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ତୃତୀୟ କ୍ବାର୍ଟର ମାଲେସିଆ ପକ୍ଷରୁ କ୍ରମାଗତ ଭାବେ ୪୧ ଓ ୪୨ ମିନିଟରେ ଦଳର ଅସ୍ରନ ହମସାନୀ ଓ ନର୍ସ୍‌ୟାଫିକ ସୁମନ୍ତ୍ରୀ ଚିଲି ଉପରେ ଗୋଲ ସ୍କୋର କରି ଦଳକୁ ୩-୨ରେ ଆଗୁଆ କରାଇଥିଲେ । କିନ୍ତୁ ଚତୁର୍ଥ କ୍ବାର୍ଟରରେ କୌଣସି ଦଳ ଗୋଲ ସ୍କୋର କରି ନପାରିବାରୁ ୩-୨ରେ ବିଜୟ ଲାଭ କରିଛି ମାଲେସିଆ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.