ETV Bharat / state

ଆତ୍ମସମର୍ପଣ କଲା ଦୁଷ୍କର୍ମକାରୀ ଯବାନ - ଦୁଷ୍କର୍ମକାରୀ ଯବାନ

ବିବାହ ପ୍ରତିଶୃତି ଦେଇ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରିଥିବା ଯବାନର ଆତ୍ମସମର୍ପଣ । ଦୁଇ ମାସ ଧରି ଫେରାର ଥିବା ଯବାନ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।

jawan-surrender
jawan-surrender
author img

By

Published : Dec 18, 2019, 11:13 AM IST

ରାଉରକେଲା: ଆଦିବାସୀ ନାବାଳିକାକୁ ବିବାହ କରିବା ଓ ଚାକିରୀ ଦେବା ପ୍ରଲୋଭନ ଦେଖାଇ ଜଣେ ଯବାନ ଦୀର୍ଘଦିନ ଧରି ଦୁଷ୍କର୍ମ କରିଥିବା ନେଇ ଥାନାରେ ହୋଇଥିଲା ଅଭିଯୋଗ । ଦୁଇମାସ ଧରି ଅଭିଯୁକ୍ତ ଯବାନ ଫେରାର ଥିବାବେଳ ଆଜି ପୋଲିସ ପାଖରେ କରିଛି ଆତ୍ମସମର୍ପଣ ।

ସୁନ୍ଦରଗଡ ଜିଲ୍ଲାର ଲହୁଣିପଡ଼ା ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ବାରକୋଟ ଥାନାର ମସିନ୍ଦ ଗ୍ରାମରେ ସେନା କର୍ମଚାରୀ ବିରେନ୍ଦ୍ର ସାମାଡ ଆଦିବାସୀ ବାଳିକାକୁ ବିବାହ ଏବଂ ଚାକିରୀ କରାଇଦେବାକୁ କହି ଦୀର୍ଘ ଦିନ ଧରି ଉକ୍ତ ବାଳିକା ସହ ଅନୈତିକ ସମ୍ପର୍କ ରଖିଆସୁଥିଲା । ପରେ ବିବାହ କରିବାକୁ ମନା କରିବାରୁ ପୀଡିତା 2 ମାସ ତଳେ ଲହୁଣିପଡ଼ା ଥାନାର ଅଭିଯୋଗ କରିଥିଲା । ଖବର ପାଇ ଅଭିଯୁକ୍ତ ସେବେଠାରୁ ଫେରାର ରହିଥିଲା ।

ଏ ନେଇ ପରିବାର ଲୋକ ରାଉରକେଲା ଏସପିଙ୍କୁ ଜଣାଇଥିଲେ । ଏପରିକି ଏହି ଘଟଣାରେ ବ୍ଲକ ଅଧ୍ୟକ୍ଷ ଆନ୍ଦୋଳନ ଲାଗି ମଧ୍ୟ ଚେତାବନୀ ଦେଇଥିଲେ । ଶେଷରେ ଯବାନ ବିରେନ୍ଦ୍ର ଆଜି ସାମାଡ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ଆଜି ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତ ଯବାନକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro: ଆତ୍ମ ସମର୍ପଣ କଲେ ଆର୍ମି ଯବାନ
ରାଉରକେଲା- ସୁନ୍ଦରଗଡ ଜିଲ୍ଲାର ଲହୁଣିପଡ଼ା ଥାନାର ଏକ୍ ଅଞ୍ଚଳରେ ବାରକୋଟ ଥାନା ର ମସି ନ୍ଦl ଗ୍ରାମରେ ଏକ ଆର୍ମି ଯବାନ ବିରେନ୍ଦ୍ର ସାମାଡ ଏକ ନା ଆଦିବାସୀ ବାଳିକା କୁ ବିବାହ ଏବଂ ଚାକିରୀ କରାଇଦେବା କୁ କହି ଦିର୍ଘ ଦିନ ହେବ ତାସହିତ ଦୁର୍ସ୍କମ କରିବା ପରେ ବିଭାହେବl ଲଗି ମନା କରିବାରୁ ପୀଡିତା 2 ମାସ ତଳେ ଲହୁଣିପଡ଼ା ଥାନାର ଏତଲା ଦେବା ର ଖବର ପାଇ ଉକ୍ତ ଯବାନ ଫେରାର ହୋଇଯାଇ ଥିଲା,।

Body: ଏ ନେଇ ପରିବାର ଲୋକ ରାଉରକେଲା ଏସପି ଙ୍କୁ ଜାଣଇ ଥିଲେ, ଏପରିକି ବ୍ଲକ ଅଧ୍ୟକ୍ଷ ଆନ୍ଦୋଳନ ଲଗି ମଧ୍ଯ ଧାମ୍ କ ଦେଇଥିଲେ ଶେଷରେ ଆର୍ମି ଯବନ ବିରେନ୍ଦ୍ର ସାମାଡ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି,ଆଜି ତାଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ମିଳିଛିConclusion:ବହୁତ ଦିନ ଧରି ଯବାନ ଟି ଫେରାର ଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.