ETV Bharat / state

ହକିର ଏନ୍ତୁଡିଶାଳରେ ପହଁଞ୍ଚିଲେ ଭାରତୀୟ ଦଳ, ଲୋକାରଣ୍ୟ ରାଉରକେଲା ସହର

author img

By

Published : Dec 27, 2022, 9:49 PM IST

ଭାରତୀୟ ହକି ବିଶ୍ବକପ ଦଳ ରାଉରକେଲାରେ ପହଞ୍ଚିଛି । ଟିମ ଇଣ୍ଡିଆକୁ ସ୍ବାଗତ କରିବା ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ରାଉରକେଲା ସହର । ଅଧିକ ପଢନ୍ତୁ

ରାଉରକେଲାରେ ପହଁଞ୍ଚିଲେ ଭାରତୀୟ ଦଳ , ଲୋକରଣ୍ୟ ହେଲା ସହର

ହକିର ଏନ୍ତୁଡିଶାଳରେ ପହଁଞ୍ଚିଲେ ଭାରତୀୟ ଦଳ, ଲୋକାରଣ୍ୟ ହେଲା ରାଉରକେଲା ସହର

ରାଉରକେଲା : ରାଉରକେଲାରେ ପହଁଞ୍ଚିଲେ ଭାରତୀୟ ହକି ବିଶ୍ବକପ ଦଳ । ଖେଳାଳିଙ୍କୁ ଦେଖିବା ପାଇଁ ଲାଗିଥିଲା ପ୍ରଶଂସକଙ୍କ ଭିଡ । କିଛି ସମୟ ପାଇଁ ରାଉରକେଲା ସହର ପାଲଟିଥିଲା ଜନସମୁଦ୍ର । ହାତରେ ଜାତୀୟ ପତକା ଧରି ଭାରତୀୟ ଦଳକୁ ଭବ୍ୟ ସ୍ବାଗତ ଜଣାଇଥିଲେ ରାଉରକେଲାବାସୀ ।

ହକି ବିଶ୍ବକପ ପାଇଁ ଘୋଷିତ ଭାରତୀୟ ହକି ଦଳ ଆଜି (ମଙ୍ଗଳବାର) ଆସି ରାଉରକେଲାରେ ପହଞ୍ଚିଛନ୍ତି । ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଭାରତୀୟ ଟିମଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜଧାନୀରେ କିଛି ସମୟ ରହିବାପରେ ଖେଳାଳିମାନେ ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚି ଥିଲେ । ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ଖେଳାଳି ଏବଂ ଟିମ ମେମ୍ବରଙ୍କୁ ସେଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସ୍ବତନ୍ତ୍ର ବସ୍ ଯୋଗେ ଭାରତୀୟ ହକି ଦଳର ସଦସ୍ୟମାନଙ୍କୁ ରାଉରକେଲା ଅଣାଯାଇଛି ।

ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖେଳାଳିମାନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି । ଦଳକୁ ସପୋର୍ଟ କରିବା ପାଇଁ ରାଉରକେଲା ସହରର ରାସ୍ତା ଲୋକାରଣ୍ୟ ହୋଇପଡିଥିଲା ।ଖୁବ ଉତ୍ସାହର ସହ ଭାରତୀୟ ହକି ଦଳକୁ ରାଉରକେଲା ବାସୀ ସ୍ବାଗତ କରିଛନ୍ତି ଏବଂ ରାଉରକେଲା ସହରର ବିଭିନ୍ନ ଜାଗା ରାଉରକେଲାର ହକି ଛକ, ଛେଣ୍ଡ ଛକ, ଉଦିତନଗର ଏବଂ ରାଉରକେଲ ର ବିଭିନ୍ନ ଜାଗାରେ ଅନେକ ମହିଳା, ଯୁବକ, ଏବଂ ଅନେକ ପ୍ରଶଂସକ ଭାରତୀୟ ଟିମକୁ ସ୍ବାଗତ ଜଣାଇଥିଲେ । ଭାରତୀୟ ହକି ଟିମ ପାଇଁ ବିପିୟୁଟି କ୍ୟାମ୍ପସରେ ରହିବା ଏବଂ ଖାଇବାର ବ୍ୟବସ୍ଥା କରାଯାଇଛି ।

ପ୍ରକାଶ ଥାଉ କି, ଆସନ୍ତାବର୍ଷ ଅର୍ଥାତ ଜାନୁଆରୀ 13ରୁ ଭୁବନଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.