ETV Bharat / state

ୱେଲ୍ସ ବିପକ୍ଷରେ ଭାରତକୁ ବଡ ମାର୍ଜିନରେ ଜିତିବାକୁ ହେବ: ବରିଷ୍ଠ କୋଚ - ହକି ବିଶ୍ବକପ

କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଭାରତକୁ ବଡ ମାର୍ଜିନରେ ଜିତିବାକୁ ହେବ ବୋଲି କହିଛନ୍ତି ବରିଷ୍ଠ କୋଚ କାଳୁ ଚରଣ ଚୌଧୁରୀ । ଅଧିକ ପଢନ୍ତୁ

ୱେଲ୍ସ ବିପକ୍ଷରେ ଭାରତକୁ ବଡ ମାର୍ଜିନରେ ଜିତିବାକୁ ହେବ

author img

By

Published : Jan 19, 2023, 5:46 PM IST

ୱେଲ୍ସ ବିପକ୍ଷରେ ଭାରତକୁ ବଡ ମାର୍ଜିନରେ ଜିତିବାକୁ ହେବ

ରାଉରକେଲା: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । FIH ପୁରୁଷ ହକି ବିଶ୍ବକପରେ ଅନ୍ତିମ ପୁଲ ମ୍ୟାଚ ଖେଳିବ ଭାରତ । କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଖେଳିବ ଭାରତ । ପଏଣ୍ଟ ଟେବୁଲରେ ଭଲ ପଏଣ୍ଟ ସହ ସ୍ଥାନ ହାସଲ କରିବାକୁ ହେବେ ଭାରତକୁ ଏକ ବଡ ମାର୍ଜିନରେ ଜିତିବାକୁ ହେବ ବୋଲି କହିଛନ୍ତି ବରିଷ୍ଠ କୋଚ କାଳୁ ଚରଣ ଚୌଧୁରୀ ।

ଆଜି ଭାରତ ପାଇଁ ଏକ ପ୍ରକାର କର ବା ମର ସ୍ଥିତି ସଦୃଶ ହେବ । ଏକ ହୋଇ ସମ୍ପୂର୍ଣ୍ଣ ଟିମ୍‌ ଆଟାକିଂ ଗେମ୍‌ ଖେଳିବା ଆବଶ୍ୟକ। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ଦଳକୁ ଭେଟିବ । ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଭାରତୀୟ ହକି ଦଳ ସ୍ପେନ୍‌ ବିପକ୍ଷରେ ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଡ୍ର' ହୋଇଛି । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ‌ହେଲେ ‌ପୁଲ୍‌’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଆଜି ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଜିତି ପୁଲ୍‌-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ ।

ଭାରତ-ୱେଲ୍ସ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ-ସ୍ପେନ୍‌ର ମ୍ୟାଚ୍‌ ରହିଛି । ଏହି ମ୍ୟାଚ୍‌ ପରେ ଭାରତକୁ ଟାର୍ଗେଟ ମିଳିଯିବ । ଇଂଲଣ୍ଡ ଯେତିକି ବ୍ୟବଧାନରେ ସ୍ପେନ୍‌କୁ ହରାଇବ ଭାରତ ତା’ଠୁ ୪ ଗୋଲ୍‌ ଅଧିକରେ ଜିତିଲେ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିବ । ଏଭଳି ବିଭିନ୍ନ ପ୍ରକାର ସମୀକରଣ ରହିଛି । ଯଦି ସ୍ପେନ୍‌ ଜିତି‌ନିଏ ୱେଲ୍ସ ବିପକ୍ଷରେ ଭାରତ କେବଳ ବିଜୟୀ ହେଲେ ‌‌ପୁଲ୍‌ର ଶୀର୍ଷ ସ୍ଥାନ ଦଖଲ କରିବ । ଏମିତି ବି ଭାରତ ଗୋଟିଏ ବିଜୟ ଓ ଡ୍ର’ ପାଇଥିବାରୁ ନକ୍‌ଆଉଟ୍‌ ହେବାର ନାହିଁ । ଯଦି ପୁଲ୍‌’ର ଶୀର୍ଷ ସ୍ଥାନ ନପାଏ ତେବେ କ୍ରସ୍‌ ଓଭର ଖେଳି କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିବାର ସୁଯୋଗ ରହିବ । କଳିଙ୍ଗ ଷ୍ଟାଡିୟମରେ ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଭାରତ ପାଇଁ ବଡ଼ ଚିନ୍ତାର ବିଷୟ ହେଉଛି ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂହଙ୍କ ଆହତ ସମସ୍ୟା । ଭାରତକୁ ହାର୍ଦ୍ଦିକଙ୍କ ଅନୁପସ୍ଥିତ ପ୍ରଭାବିତ କରିପାରେ । ଭାରତକୁ ବଡ ମାର୍ଜିନରେ ଜିତିବାକୁ ହେବ ବିଶେଷ କରି ପେନାଲ୍ଟ କର୍ଣ୍ଣର ଉପରେ ଫୋକସ କରିବାକୁ ହେବ ବୋଲି କହିଛନ୍ତି ବରିଷ୍ଠ କୋଚ କାଳୁ ଚରଣ ଚୌଧୁରୀ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.