ରାଉରକେଲା: ସହରର ଛେଣ୍ଡ କଲୋନୀରେ ସେକ୍ସ ରାକେଟ ଠାବ । ଜଣେ ଯୁବକ ଗିରଫ । ୫ ଯୁବତୀଙ୍କୁ ଅଟକ ରଖିଛି ଛେଣ୍ଡ ଥାନା ପୋଲିସ । ଛେଣ୍ଡ କଲୋନୀର ECR 216 ଘରେ ଚାଲିଥିଲା ସେକ୍ସ ରାକେଟ ।
ସୂଚନା ଅନୁସାରେ ରାଉରକେଲା ସହରର ଛେଣ୍ଡ କଲୋନୀ ECR 216 କ୍ବାଟର୍ସରୁ ଠାବ ହେଲା ସେକ୍ସ ରାକେଟ । ବନ୍ଦ କୋଠରୀ ଭିତରେ ଚାଲିଥିଲା ଦେହ ବେପାର । ଦେହ ବେପାରରେ ସାମିଲ ରାଜ୍ୟ ବାହାର ସହ ରାଉରକେଲା ଅଞ୍ଚଳର ଯୁବତୀ । ଫୋନ କଲ ମାଧ୍ୟମରେ ହେଉଥିଲା ଯୋଗାଯୋଗ ଏବଂ ଚାଲିଥିଲା ଛେଣ୍ଡ କଲୋନୀର ଏହି ଘରେ ସେକ୍ସ ରାକେଟ । ତେବେ ପୋଲିସ ଚଢ଼ାଉ ପରେ ଜଣେ ଯୁବକକୁ ଗିରଫ କରାଯିବା ସହ 5 ଜଣ ଯୁବତୀଙ୍କୁ ଛେଣ୍ଡ ପୋଲିସ ପକ୍ଷରୁ ଅଟକ ରଖାଯାଇଛି । ରାଉରକେଲା ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଦ୍ବାରା ଚଢ଼ାଉରେ ଛେଣ୍ଡ କଲୋନୀର ଏହି ଘରୁ ସେକ୍ସ ରାକେଟ ଠାବ କରାଯାଇଥିଲା ।
ଖବର ପାଇ ଛେଣ୍ଡ କଲୋନୀର ECR ଅଞ୍ଚଳର ଏହି ଘରେ ସେକ୍ସ ରାକେଟ ଚାଲିଥିବା ସମୟରେ ମହିଳା ପୋଲିସ ଉପସ୍ଥିତିରେ ଛେଣ୍ଡ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉରେ ପୋଲିସ ଏଠାରୁ ୫ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କ ସହ ଜଣେ ଯୁବକ ମଧ୍ୟ ଥିଲେ । ମହିଳାଙ୍କ ମଧ୍ୟରୁ ୨ ଜଣ ବଙ୍ଗୀୟ ମହିଳା ହୋଇଥିବା ବେଳେ ଅନ୍ୟମାନେ ରାଉରକେଲା ସେକ୍ଟର ଅଞ୍ଚଳର ଏବଂ ଆଉ ଜଣେ ବନ୍ଧମୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି ।
ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ଏହି ଘରେ ରଖାଯାଇ ସହରରେ ସେକ୍ସ ରାକେଟ ଚଳାଯାଉଥିବା ସନ୍ଦେହ କରାଯାଉଛି । ଏ ବାବଦରେ ଛେଣ୍ଡ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି DSP ସାନ୍ତା ନୂତନ ସାମଦ। । କେତେଦିନ ଧରି ଓ କେଉଁ ଭଳି ଜନ ଗହଳିପୂର୍ଣ୍ଣ ଛେଣ୍ଡ କଲୋନୀରେ ଏହି ସେକ୍ସ ରାକେଟ ଚାଲିଥିଲା ଏବଂ ଏହି ସେକ୍ସ ରାକେଟର ଚେର କେତେ ଦୂର ଲମ୍ବିଛି ତାହା ଏବେ ପୋଲିସ ପାଇଁ ବଡ଼ ପ୍ରଶ୍ନ । ତେବେ ତଦନ୍ତ ଚଳାଇଛି ଛେଣ୍ଡ ପୋଲିସ ।
ଇଟିଭି ଭାରତ, ସୁନ୍ଦରଗଡ଼