ETV Bharat / state

‘ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ରୋଜଗାର ପାଇବେ ଜବକାର୍ଡଧାରୀ’ - ସୁନ୍ଦରଗଡ଼ ଜବକାର୍ଡଧାରୀଙ୍କୁ କାମ

ସୁନ୍ଦରଗଡ଼ରେ କୋଭିଡ୍ ସମୟରେ ଜବକାର୍ଡଧାରୀଙ୍କୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ରୋଜଗାର ଦେବା ଉପରେ ଗୁରୁତ୍ୱ । ଅଧିକ ପଢନ୍ତୁ...

ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ରୋଜଗାର ଉପରେ ଗୁରୁତ୍ୱ

author img

By

Published : May 23, 2021, 6:08 AM IST

ସୁନ୍ଦରଗଡ଼: କୋରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଓ ଆର୍ଥତ୍କ ସ୍ଥିତି ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲାରେ ଜବକାର୍ଡଧାରୀ ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇ ଦେବାରେ ବିଶେଷ ସହାୟକ ହୋଇଛି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା।

ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ରୋଜଗାର ଉପରେ ଗୁରୁତ୍ୱ

ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ୪ ହଜାର ୬୧୫ଟି ବିଭିନ୍ନ ପ୍ରକାର ପ୍ରକଳ୍ପ କାମ ଚାଲିଛି । ୨୦୨୦-୨୧ ଆର୍ଥକ ବର୍ଷରେ ସୁନ୍ଦରଗଡ଼ ପ୍ରଶାସନ ୧ କୋଟି ୪୧ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରି ଜିଲ୍ଲା ପାଇଁ ରେକର୍ଡ କରିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୁନ୍ଦରଗଡ଼କୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୨ କୋଟି ୨ ଲକ୍ଷ ଶ୍ରମ ଦିବସ ପାଇଁ ଟାର୍ଗେଟ ଦେଇଛନ୍ତି। ନୂତନ ଆର୍ଥିକ ବର୍ଷର ମେ’ ୧୮ ତାରିଖ ସୁଦ୍ଧା ଜିଲ୍ଲାରେ ୧୫ ଲକ୍ଷ ୩୮ ହଜାର ୧୩୧ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏଥିରୁ ମହିଳା ଶ୍ରମିକ ମାନେ ମଧ୍ୟ ଉପକୃତ ହୋଇଛନ୍ତି। ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଗତ ଆର୍ଥିକ ବର୍ଷରେ ଜିଲ୍ଲାରେ କାମ ପାଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ହେଉଛନ୍ତି ମହିଳା।

‘‘କୋରୋନା ମହାମାରୀ ସମୟରେ ଲୋକଙ୍କୁ ରୋଜଗାର ଦେବା ଲାଗି ମହାତ୍ମା ଗାନ୍ଧୀ ନରେଗାକୁ ସମ୍ପୂର୍ଣ୍ଣ ଫୋକସରେ ରଖିଛି ପ୍ରଶାସନ । ଗତ ବର୍ଷ ଏ କ୍ଷେତ୍ରରେ ଜିଲ୍ଲାର ସଫଳତାକୁ ଦେଖି ଚଳିତ ବର୍ଷ ରାଜ୍ୟ ସରକାର ଆମକୁ ଅଧିକ ଟାର୍ଗେଟ ଦେଇଛନ୍ତି । ଜିଲ୍ଲାରେ ସକ୍ରିୟ ଥିବା ଜବକାର୍ଡ଼ଧାରୀ ଶ୍ରମିକମାନଙ୍କୁ ଅନ୍ୟୂନ ୧୦୦ ଦିନର କାମ ଯୋଗାଇ ଦେଇ ଏଭଳି ସମୟରେ ପ୍ରଶାସନ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ କରୁଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର(ଡିଆରଡିଏ) ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।

ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜିଲ୍ଲାର ୧୭ଟି ବ୍ଲକରେ ମହାତ୍ମା ଗାନ୍ଧୀ ନରେଗା ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଛି । ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ, ଜଳଛାୟା ଏବଂ ଜଳ ସଂରକ୍ଷଣ ପାଇଁ ନୂଆ ପୋଖରୀ ଖନନ, ପୁରୁଣା ଜଳାଶୟର ପୁନରୁଦ୍ଧାର, ଜଳସେଚନ ପାଇଁ ବନ୍ଧ ନିର୍ମାଣ ଓ କେନାଲ ଖନନ, ଗୋଚର ଜମିର ଉନ୍ନତିକରଣ, ବୃକ୍ଷରୋପଣ, ମୋ ଉପକାରୀ ବଗିଚା, କୂପ ଖନନ ଭଳି ପ୍ରକଳ୍ପ କାମରେ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଶ୍ରମିକମାନଙ୍କୁ ଆଗରୁ ଦିନକୁ ୨୧୫ ଟଙ୍କା ମଜୁରି ମିଳୁଥିଲା । ଗତ ବର୍ଷ ଏହା ବୃଦ୍ଧି ପାଇ ୩୦୮ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ପୂର୍ବ ଅପେକ୍ଷା ସେମାନଙ୍କୁ ଅଧିକ ୯୩ ଟଙ୍କା ମଜୁରି ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏହି ଅତିରିକ୍ତ ଅର୍ଥ ପ୍ରଦାନ କରାଯାଉଛି।

ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଅତିରିକ୍ତ ରୋଜଗାରର ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି ଓଡ଼ିଶା ଜୀବୀକା ମିଶନ । ଏହି କାର୍ଯ୍ୟକ୍ରମ ସହ ମହାତ୍ମା ଗାନ୍ଧୀ ନରେଗା ଯୋଜନା ଯୋଡ଼ି ହୋଇଛି । ଜୀବିକା ମିଶନ ଅଧୀନରେ ମହିଳାମାନଙ୍କୁ ଆର୍ଥତ୍କ ଭାବେ ସଶକ୍ତ କରିବା ପାଇଁ କୁକୁଡ଼ା ପାଳନ, ଛେଳି ପାଳନ ଓ ମୋ’ ଉପକାରୀ ବଗିଚା ଭଳି ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି । ଏହିସବୁ ଗ୍ରାମୀଣ ପ୍ରକଳ୍ପର ଭିତ୍ତିଭୂମି କାର୍ଯ୍ୟ ଯେପରିକି ଛେଳି ଗୁହାଳ, କୁକୁଡ଼ା ଘର ନିର୍ମାଣ ଓ ମୋ’ ଉପକାରୀ ବଗିଚା ସୃଷ୍ଟିରେ ମହାତ୍ମା ଗାନ୍ଧୀ ନରେଗାକୁ ଯୋଡ଼ି ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ୬ଟି ବ୍ଲକରେ ପଡ଼ିଆ ପଡ଼ିଥିବା ଜମିରେ ବିଭିନ୍ନ ପ୍ରକାର ଫଳ ବଗିଚା ସୃଷ୍ଟି ଲାଗି ଓ୍ୱାଡି (ଅର୍ଚ୍ଚାଡ୍) ପ୍ରକଳ୍ପ ଚାଲିଛି। ଏହି ଯୋଜନା ଅଧୀନରେ ଶ୍ରମ ଦିବସ ସୃଷ୍ଟି କରି ସ୍ଥାନୀୟ ଜବକାର୍ଡଧାରୀ ମାନଙ୍କୁ ମଧ୍ୟ କାମ ଯୋଗାଇ ଦିଆଯାଉଛି।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.