ସୁନ୍ଦରଗଡ: ଆସନ୍ତାକାଲି (ମଙ୍ଗଳବାର) ସୁନ୍ଦରଗଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ସାଢେ ଛଅ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ବହୁ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ଏନେଇ ପ୍ରସ୍ତୁତି ପର୍ବ ଶେଷ ହୋଇଛି ।
ମୁଖ୍ୟମନ୍ତ୍ରୀ ରାଉରକେଲା ବିପିୟୁଟି କ୍ୟାମ୍ପସରେ ରାଉରକେଲାବାସୀଙ୍କୁ ସିଧାସଳଖ ଭେଟିବେ । ଏହାସହ ଭର୍ଚୁଆଲ ମିଟିଂ କରିବେ । ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତକୁ ନେଇ ବିଜେଡି କର୍ମୀମାନେ ଆନନ୍ଦିତ ଥିବା କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ