ETV Bharat / state

ରାତି ପାହିଲେ ସ୍ବାଧୀନତା ଦିବସ, ରାଉରକେଲାରେ ଯବାନଙ୍କ ତ୍ରିରଙ୍ଗା ଯାତ୍ରା

author img

By

Published : Aug 14, 2023, 2:55 PM IST

ସ୍ବାଧୀନତା ଦିବସ ପୂର୍ବରୁ ରାଉରକେଲା ସିଆରପିଏଫ ଯବାନଙ୍କ ବାଇକ ତ୍ରିରଙ୍ଗା ଯାତ୍ରା । ଅଧିକ ପଢନ୍ତୁ

Etv Bharat
Etv Bharat
crpf jawan take out bike tiranga rally

ରାଉରକେଲା: ରାତି ପାହିଲେ 77ତମ ସ୍ବାଧୀନତା ଦିବସ ପାଳନ କରିବ ପୁରା ଦେଶ । ଏହା ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରବିବାରଠାରୁ ଦେଶରେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ଆଜି ରାଉରକେଲାରେ ଆରମ୍ଭ ହୋଇଛି ତ୍ରିରଙ୍ଗା ଯାତ୍ରା । ଭାରତ ମାତା କି ଜୟ ଧ୍ୱନୀରେ ପ୍ରକମ୍ପିତ ହେଉଛି ରାଉରକେଲା ସହର । ସିଆରପିଏଫ 19 ବାଟାଲିୟନର ଯବାନଙ୍କ ଦ୍ୱାରା ବାଇକରେ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଛି ।

ରାଉରକେଲାରେ ମୁତୟନ ଥିବା ସିଆରପିଏଫର-19 ବାଟାଲିୟନ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ତ୍ରିରଙ୍ଗା ଯାତ୍ରା । ଭାରତର ସୁରକ୍ଷା ପାଇଁ ଶହୀଦ ହୋଇଥିଲା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ବିସ୍ରା ଛକରେ ସିଆରପିଏଫ୍ ଯବାନ ଏବଂ ସ୍ଥାନୀୟ ଲୋକମାନେ ଏକତ୍ରିତ ହେବା ପରେ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଥିଲା । ଯବାନମାନେ ସେମାନଙ୍କ ବର୍ଦ୍ଦି ପରିଧାନ କରି ବାଇକରେ ତ୍ରିରଙ୍ଗା ଯାତ୍ରାରେ ବାହାରିଥିଲେ । 'ଭାରତ ମାତା କି ଜୟ' ଓ ' ବନ୍ଦେ ମାତରାମ' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ରାଉରକେଲା ସହର ।

ଏହା ମଧ୍ୟ ପଢନ୍ତୁ-ଦିବସ ଅବସରରେ ଶହୀଦଙ୍କୁ ସମ୍ମାନ ଉଦ୍ଦେଶ୍ୟ, CITUର ଓପନ୍ ପବ୍ଲିକ୍ ମାରାଥନ

ବିସ୍ରା ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ଏହି ଯାତ୍ରା ହୋଇଥିଲା । ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଦେଶକୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ବିପଦରୁ ରକ୍ଷା କରିବା ପାଇଁ ସିଆରପିଏଫର ଅକ୍ଲାନ୍ତ ପ୍ରୟାସ ପାଇଁ ନାଗରିକମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଦେଶର ସୁରକ୍ଷା ପାଇଁ ପ୍ରହରୀ ଭାବେ ଛିଡ଼ା ହୋଇଥିବା ବର୍ତ୍ତମାନର ସିଆରପିଏଫ୍ ଯବାନଙ୍କ ସାହସ ଓ ସମର୍ପଣକୁ ସଲାମ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ସ୍ୱାଧୀନତା ଦିବସ ଅବସରରେ ଆଦିବାସୀ ସହିଦଙ୍କୁ ସମ୍ମାନ, CITU ପକ୍ଷରୁ ମଶାଲ ଶୋଭାଯାତ୍ରା

ସେହିପରି ଆଜି ରାଉରକେଲାରେ CITU ଦ୍ୱାରା ଓପନ୍ ପବ୍ଲିକ୍ ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସବୁ ବର୍ଗର ଲୋକ ସାମିଲ ହୋଇ ସ୍ୱାଧୀନତା ଓ ବନ୍ଧୁତ୍ୱର ପ୍ରକୃତ ଭାବନାକୁ ପ୍ରଦର୍ଶନ କରିଥିଲେ । ଦେଶକୁ ସ୍ୱତନ୍ତ୍ର କରି ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କ ପାଇଁ ଆଜି ଏହି ଗଣଦୌଡ଼ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ମାରାଥନ ଆମବାଗାନ ଛକ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.