ETV Bharat / state

ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସଇତାନ ସ୍ବାମୀ

author img

By

Published : May 29, 2023, 7:35 PM IST

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଲା ସ୍ବାମୀ। ପିଟିପିଟି ହତ୍ୟା କରିବା ପରେ ନିଜ ବାରିରେ ପୋତି ଦେଲା ସ୍ତ୍ରୀକୁ। ଅଧିକ ପଢନ୍ତୁ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଲା ସ୍ବାମୀ
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଲା ସ୍ବାମୀ
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଲା ସ୍ବାମୀ

ରାଉରକେଲା: ପରିବାରିକ କଳହରୁ ତୁମୂଳକାଣ୍ଡ । ପିଟିପିଟି ସ୍ତ୍ରୀକୁ କଲା ହତ୍ୟା ସ୍ବାମୀ । ଏପରି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁ ନୁଆଗାଁର ତ୍ରିଲୋଚନ କିଷାନ ତାଙ୍କ ସ୍ତ୍ରୀ ସରସ୍ୱତୀ କିଷାନକୁ ହତ୍ୟା କରି ଅଗଣାରେ ପୋତି ଦେଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପତ୍ନୀହନ୍ତାରକ ସ୍ବାମୀକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାବୁ ନୁଆଗାଁର ତ୍ରିଲୋଚନ କିଷାନ ତାଙ୍କ ସ୍ତ୍ରୀ ସରସ୍ୱତୀ କିଷାନ ସହ ଗାଁରେ ରହନ୍ତି। ରବିବାର ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଏହି ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀ ସରସ୍ୱତୀ କିସାନ ଓ ସ୍ୱାମୀ ତ୍ରିଲୋଚନ କିସାନ ମଧ୍ୟରେ ଝଗଡ଼ ଉଗ୍ର ରୂପ ନେଇଥିଲା। ଝଗଡ଼ା ଏତେ ଉଗ୍ର ହୋଇପଡିଥିଲା ଯେ ରାଗରେ ନିଜର ହିତା ହିତ ଜ୍ଞାନ ଭୁଲି କୋଦାଳ ବେଣ୍ଟରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା କରିବା ସମୟରେ ପୁଆ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ପୁଆକୁ ମଧ୍ୟ ନିର୍ମମ ଭାବେ ଆକ୍ରମଣ କରି ଲହୁଲହାଣ କରି ଦେଇଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ତାର ମୃତଦେହକୁ କଦଳୀ ବଗିଚାରେ ପୋତି ଦେଇଥିଲା।

ଅଧିକ ପଢନ୍ତୁ: ନୃଶଂସ ସ୍ବାମୀ: ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା, ଅଟକ ରଖିଲା ପୋଲିସ

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ପୁଅ ନିଜ ପିତାର ବର୍ବରତା ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲା । ଏହାପରେ ସେମାନେ ବଣାଇ ଥାନାକୁ ଯାଇ ଖବର ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ବର୍ତ୍ତମାନ ସମ୍ପୂର୍ଣ୍ଣ ବଣାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାକାରୀ ସ୍ୱାମୀକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

ତେବେ ନିକଟରେ ଗଜପତିର କାଶୀନଗର ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ସାମାନ୍ୟ କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ବିବାଦ ହେବାପରେ ଏହି ନାରକୀୟ କାଣ୍ଡ ଘଟାଇଥିଲା ସ୍ୱାମୀ । ମୁଣ୍ଡକୁ ଶରୀରରୁ ଅଲଗା କରିଦେଇ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଥିଲା ସ୍ବାମୀ । କଟାମୁଣ୍ଡକୁ ଧରି ଗାଁକୁ ଆସିବା ପରେ ପୋଲିସ ଆଭିଯୁକ୍ତକୁ ଗିରଫ କରିଥିଲା।

ଇଟିଭି ଭାରତ, ରାଉରକେଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.